ରେଳ ଦୁର୍ଘଟଣାର ଶିକାର ହେଲେ ମିଳିବ ପାଞ୍ଚ ଗୁଣା ଅଧିକା ଟଙ୍କା ,ରେଳରେ ଯାତ୍ରା କରୁଥିବା ଯାତ୍ରୀମାନେ ନିହାତି ଜାଣିବା ଆବଶ୍ୟକ ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ରେଳ ବାହୀ ନେଲା ବଡ଼ ନିଷ୍ପତି ପାଞ୍ଚ ଗୁଣା ବଢ଼ିଲା ଦୁର୍ଘଟଣା କ୍ଷତି ପୂରଣ ରାଶି ରେଳ ଦୁର୍ଘଟଣାରେ ଯଦି କୌଣସି ବ୍ୟକ୍ତି ଶିକାର ହୁଅନ୍ତି ତେବେ ତାଙ୍କୁ ମିଳିବ ପାଞ୍ଚ ଗୁଣା ଅଧିକା ଟଙ୍କା ବାରମ୍ବାର ଘଟୁଛି ଟ୍ରେନ ଦୁର୍ଘଟଣା ତାକୁ ଚାହିଁ ସରକାର ନେଲେ ଏଭଳି ବଡ଼ ନିଷ୍ପତି |ପଚାଶ ହଜାର ଟଙ୍କାର ପରିବର୍ତ୍ତେ ମିଳିବ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତି ପୂରଣ ରାଶି ଆଉ ନେଇ ଘୋଷଣା କରିଛି ରେଳବାହୀ |

ଏହି କ୍ଷତି ପୂରଣ ରାଶି ପୂର୍ବ ଅପେକ୍ଷା ଦଶ ଗୁଣ ଅଧିକ ହେବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି ଜାରି ସୂଚନା ଅନୁଯାଇ ଟ୍ରେନ ଦୁର୍ଘଟଣା ଏବଂ ଅତ୍ୟଧିକ ଭାବରେ ଘଟୁଥିବା ଅନ୍ୟ ସବୁ ଦୁର୍ଘଟଣା ଯୋଗୁଁ ଟ୍ରେନ ଯାତ୍ରୀଙ୍କ ମୃ ତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତି ପୂରଣ ରାଶି ପ୍ରଦାନ କରାଯିବ |ପୂର୍ବରୁ ରେଳବାହୀ ପକ୍ଷରୁ 2012 ଓ 2013 ମସିହାରେ କ୍ଷତି ପୂରଣ ରାଶିରେ ପରିମାଣରେ ସଂଶୋଧନ କରା ଯାଇଥିଲା |

କିନ୍ତୁ ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟୁଥିବାରୁ ଆଉ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଉଥିବାରୁ ଏଥିରେ ପରିବର୍ତ୍ତନ କରାଯାଇଛି |ରେଳବାହୀରେ ନୂଆ ନିର୍ଦେଶନା ଅନୁଯାଇ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ପଚାଶ ହଜାର ଟଙ୍କା ପରିବର୍ତ୍ତେ ଏଥର ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ |

ସେହିପରି ଗୁରୁତର ଆହତଙ୍କୁ ମିଳିଥିବା କ୍ଷତି ପୂରଣ ରାଶି ଅନୁସାରେ ପଚିଶ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ଅଢେଇ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି |ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ଏବେ ପାଞ୍ଚ ହଜାର ଟଙ୍କା ପରିବର୍ତ୍ତେ ପଚାଶ ହଜାର ଟଙ୍କା ମିଳିବ |

ଏହି ନିୟମ 18 ସେପ୍ଟେମ୍ବରରୁ ଲାଗୁ ହୋଇଛି |ଯଦି ଟ୍ରେନରେ କୌଣସି ବ୍ୟକ୍ତି ଉପରେ ଆତଙ୍କବାଦୀର ଆକ୍ରମଣ ,ଟ୍ରେନରେ ଡକାୟତି ହିଂସା କାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନି ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିମାଣ ଆହୁରି ବଢ଼ିଯିବ |

Leave a Reply

Your email address will not be published. Required fields are marked *