ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ,ଆଜିଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ,ଦେଖନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭଗ ତରଫରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ବର୍ତ୍ତମାନ ଯାହା ସୂଚନା ମିଳୁଛି ସୃଷ୍ଟି ହେଲା ଲଘୁଚାପ ତିନିଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷିବ ବୋଲି କୁହାଯାଉଛି ତେବେ କେଉଁ ସବୁ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି ସେନେଇ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି ଉତ୍ତର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି |

ଏହାର ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଓଡିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏଥି ଯୋଗୁଁ ଆଗାମୀ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଉଛି |ଯାହାକି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି |

ତେବେ ଆଜି କଳାହାଣ୍ଡି ,କନ୍ଧମାଳ ,ସୋନପୁର ,ବଲାଙ୍ଗୀରି ,ବୌଦ୍ଧ ,ସମ୍ବଲପୁର ,ଅନୁଗୁଳ ,ବରଗଡ଼ ,ଦେବଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ଏହି ସବୁ ଜିଲ୍ଲାରେ 7 ରୁ 20 ସେଣ୍ଟିମିଟର ଲେଖାଏଁ ବର୍ଷା ହୋଇପାରେ ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ସେହିପରି ମୟୁରଭଞ୍ଜ ,କେଉଁଝର ,ଢେଙ୍କାନାଳ ,କଟକ ,ସୁନ୍ଦରଗଡ଼ ,ଦେବଗଡ଼ ,ନୂଆପଡା ,ନବରଙ୍ଗପୁର ,ରାୟଗଡ଼ା ଏବଂ ଗଂଜାମ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ଏହି ସବୁ ଜିଲ୍ଲାରେ 7 ରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ସେଥିପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ତେବେ ବଜ୍ରପାତ ଘଡ଼ଘଡ଼ି ନେଇ ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡ଼ା ଏବଂ ତାହା ସହିତ ଜଗତସିଂହ ପୁର ,କଟକ ,ମୟୁରଭଞ୍ଜ ,ଅନୁଗୁଳ ,ଢେ଼ଙ୍କାନାଳ ,ସମ୍ବଲପୁର ଏହି ସବୁ ଜିଲ୍ଲା ଗୁଡ଼ିକ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି |

Leave a Reply

Your email address will not be published. Required fields are marked *