ନମସ୍କାର ଦର୍ଶକବନ୍ଧୁ ଦମଦାର ପ୍ରଦର୍ଶନ ଏସିଆ କପରେ ମ୍ୟାନ ଅଫ ଦି ସିରିଜ ତଥାପି ମିଳିଲା ନାହିଁ ସ୍ଥାନ କାହିଁକି ବାଦ ପଡ଼ିଲେ କୁଲଦୀପ ଜବାବ ରଖିଲେ ରୋହିତ |ଏସିଆ କପ ଉପରେ ଅତିଆର କରିବା ପରେ ବର୍ତ୍ତମାନ ବିଶ୍ୱକପ ଉପରେ ରହିଛି ଟିମ ଇଣ୍ଡିଆର ନଜର କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆ ମ୍ୟାଚରେ ଦିନିକିଆ ସିରିଜ ଖେଳିବ ଭାରତ |ଏଥିପାଇଁ ଦଳ ମଧ୍ୟ ଘୋଷଣା ହୋଇ ସାରିଛି ଭାରତ ଏହି ଦଳ ପାଇଁ ଦୁଇଟି ସିରିଜ ଘୋଷଣା କରିଥିବା ବେଳେ ପ୍ରଥମେ ଦୁଇଟି ଦିନିକିଆରେ ଷ୍ଟାର ସ୍ପିନର କୁଲଦୀପ ଯାଦବ ସ୍ଥାନ ଦିଆଯାଇ ନାହିଁ |
ବର୍ତ୍ତମାନ କୁଲଦୀପ ଦମଦାର ଫର୍ମରେ ଥିବା ବେଳେ ଏସିଆ କପରେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି |ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟିଟ୍ୱେଣ୍ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନାହିଁ ତେବେ ଏହାର କାରଣ ନେଇ ଉତ୍ତର ରଖିଛନ୍ତି ଅଧିନାୟକ ରୋହିତ |ଅଷ୍ଟ୍ରେଲିଆ ବିପକ୍ଷ କୁଲଦୀପଙ୍କ ଅନୁପସ୍ଥିତି କୁ ନେଇ ରୋହିତ ଦୁଇଟି ମୁଖ୍ୟ କାରଣ କହିଛନ୍ତି ସେ କହିଛନ୍ତି ଯେ ଅନେକ ଚିନ୍ତା କରିବା ପରେ କୁଲଦୀପଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ବ୍ରେକ ଦିଆଯାଇଛି |
ବିଶ୍ୱକପରେ କୁଲଦୀପ ଯାଦବ ଭାରତ ପାଇଁ ପ୍ରମୁଖ ଅସ୍ତ୍ର ସାଜିବେ ତେଣୁ ଏହା ପୂର୍ବରୁ ଆମେ ତାଙ୍କୁ ଏକ୍ସପୋଜ କରିବାକୁ ଚାହୁଁନୁ ବୋଲି କହିଛନ୍ତି ରୋହିତ |ଏହା ପରେ ଦୁଇଟି ମ୍ୟାଚରେ ବିଶ୍ରାମ ପରେ ତୃତୀୟ ମ୍ୟାଚରେ ସେ ଦଳକୁ ଫେରୁଛନ୍ତି ଏହା ପରେ ସେ ଦୁଇଟି ପ୍ରାକ୍ଟିସ ମ୍ୟାଚ ଖେଳି ଦଳକୁ ଫେରି ପାଇବେ ବୋଲି ଦଳର ଆଶା ରହିଛି |
ଏହା ପରେ ରୋହିତ କହିଛନ୍ତି ଯେ କୁଲଦୀପ ବହୁତ ଭଲ ଫର୍ମରେ ଅଛନ୍ତି ଗତ ଦେଢ଼ ବର୍ଷରୁ ଆମ ତାଙ୍କ ଉପରେ ନଜର ରହିଛି ତେଣୁ ସେ ଶେଷ ମ୍ୟାଚ ପାଇଁ ଦଳକୁ କମ ବ୍ୟାକ କରିବେ |ଏସିଆ କପରେ ତିନୋଟି ମ୍ୟାଚରେ 6.1 ଓଭରରେ 9 ଟି ଉଇକେଟ ହାସଲ କରିଛନ୍ତି |
କୁଲଦୀପ ତେବେ ଏହି ସମସ୍ତ ଉଇକେଟ ସେ ମାତ୍ର ଦୁଇଟି ମ୍ୟାଚରେ ହିଁ ହାସଲ କରିଥିଲେ ପାକିସ୍ତାନ ବିପକ୍ଷ ଏସିଆ କପରେ ପାଞ୍ଚୋଟି ଉଇକେଟ ହାସଲ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଚାରୋଟି ଉଇକେଟ ଅତିଆର କରିଛନ୍ତି |