ମେଷ ରାଶି -ଆଜି ଦିନଟି ଭଲରେ କଟିବ । ନୂତନ ସମ୍ପର୍କ ସୃଷ୍ଟି ହୋଇପାରେ । ଖର୍ଚ୍ଚାନ୍ତ ହୋଇପାରନ୍ତି । କୋମଳ କଥା କହି ପରକୁ ଆପଣାର କରିବେ ।
ବୃଷ ରାଶି -ଆଜି ଆପଣ ସୁଖୀ ହେବେ । ସମ୍ମାନୀତ ହୋଇପାରନ୍ତି । ଧାର କରଜ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନୀତ ହୋଇପାରନ୍ତି । ମହିଳାମାନେ ଦୂର ଗାଁ’କୁ ଯିବେ ।
ମିଥୁନ ରାଶି -ବଂଶ ମର୍ଯ୍ୟାଦା ରକ୍ଷା କରିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟରେ ଲାଭଜନକ ହେବ । ସରକାରୀ କୃପା ଲାଭ କରିପାରନ୍ତି ।
କର୍କଟ ରାଶି -ଆପଣଙ୍କ ବିରୁଧରେ ହୋଇଥିବା ଷଡଯନ୍ତ୍ର ବିଫଳ ହେବ । ସେବା ପୂଜାରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ସିଂହ ରାଶି -କର୍ମକ୍ଷେତ୍ରରେ ପ୍ରତିଷ୍ଠାଲାଭ କରିବେ । ମନରେ ଆତୁରତା ବୃଦ୍ଧି ହେବ । ଈର୍ଷାପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ବ୍ୟବସାୟରେ ଲାଭବାନ୍ ହେବେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ।
କନ୍ୟା ରାଶି -ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ମିତ୍ରଙ୍କ ସମ୍ପର୍କ ସ୍ଥାପନ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ ।
ତୁଳା ରାଶି -ଶତ୍ରୁ ଭୟ ରହିଛି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ । ଧନ ମିଳିବ । ଶତ୍ରୁନାଶ ହେବେ ।
ବିଛା ରାଶି -ମନରେ ଦ୍ୱିଧାଭାବ ଯାତ ହୋଇପାରେ । ଅନୁତାପ କରିପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ବିଦ୍ୟାପ୍ରତି ଆଗ୍ରହୀ ହେବେ ।
ଧନୁ ରାଶି -କର୍ମକ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀଙ୍କ ସହ ମନାନ୍ତର ଯୋଗୁ ହଇରାଣ ହୋଇପାରନ୍ତି । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମାଲିମୋକଦ୍ଦମାରେ ସଫଳତା ଲାଭ କରିପାରନ୍ତି ।
ମକର ରାଶି -ଆଜି ସକାଳୁ ସକାଳୁ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ । ବ୍ୟବସାୟରେ କମ ଲାଭ ହେବ । ଆର୍ଥିକ ଅଭାବ ଦେଖାଦେଇପାରେ । ବନ୍ଧୁ ସହଯୋଗ ପାଇପାରନ୍ତି । ମାନସିକ ଶାନ୍ତି ବୃଦ୍ଧି ପାଇବ ।
କୁମ୍ଭ ରାଶି -ବ୍ୟବସାୟରେ ସଫଳତା ଲାଭ କରିବେ । ଅଧିକାଂଶ କାର୍ଯ୍ୟରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଗୃହ, ଭୂମି କ୍ରୟର ସୁଯୋଗ ଆସିବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ ।
ମୀନ ରାଶି -ଦୈନଦିନ ରୋଜଗାର ବୃଦ୍ଧି ପାଇବ । ଅବରୋଧ ହୋଇଥିବା କାର୍ଯ୍ୟରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ୍ ହେବେ । ମାଲିମୋଦ୍ଦମାରେ ବିଜୟୀ ହେବେ । ବିଭିନ୍ନ ଦିଗରୁ ଧନଲାଭ ହେବ ।