ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଜାଣିବା ଆମେ ଜାଣିବା କିଛି ଗୁରୁତ୍ବପୂର୍ଣ୍ଣ ଅନୁଚିନ୍ତା ବିଷୟରେ ଯାହା ଜାଣିବା ଦ୍ୱାରା ଆମ ଦୈନଦିନ ଜୀବନରେ କରୁଥିବା କିଛି ଭୁଲ କାର୍ଯ୍ୟର ସୁଧାର ଆଣି ପାରିବା ଏବଂ ଏଥିରୁ ଆମେ ବହୁତ କିଛି ଜିନିଷ ଶିଖିବା ଆମ ଘର ପରିବାରରେ ଗୁରୁଜନ ମାନଙ୍କୁ ସମ୍ମାନ ସହିତ ଛୋଟ ପିଲାମାନଙ୍କୁ ଠିକ ରାସ୍ତାରେ ଚଲାଇବା ସହିତ ଆମେ ସଫଳତା ପାଇବା ପାଇଁ ଉଦ୍ୟମ କରିବା |ତେବେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ |
ଯେଉଁମାନଙ୍କ ଏଠି ସେଠି ଛେପ ପକାଇବାର ଅଭ୍ୟାସ ଥାଏ ସେମାନଙ୍କୁ କେବେ ମାନ ସମ୍ମାନ ପ୍ରାପ୍ତ ହୋଇ ନଥାଏ ଏବଂ ମିଳିଥିବା ସମ୍ମାନ ନଷ୍ଟ ହୋଇଯାଏ ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ଉଚିତ ଯେଉଁମାନଙ୍କ ଖାଇ ସାରିବା ପରେ ଅଇଁଠା ବାସନ ଛାଡ଼ିବାର ଅଭ୍ୟାସ ଥାଏ ସେମାନଙ୍କର ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଯାଏ କିମ୍ବା ସଫଳତା ପାଇଁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ |
ଯେଉଁମାନଙ୍କ ସୂର୍ଯ୍ୟ ଉଦୟ ସମୟରେ ,ସୂର୍ଯ୍ୟ ଅସ୍ତ ସମୟରେ ଏବଂ ଦିନ ବାରଟାରେ ଖାଇବାର ଅଭ୍ୟାସ ଥାଏ ସେମାନଙ୍କର ଦୁର୍ଭାଗ୍ୟ ଏବଂ ଦରିଦ୍ରତା ବୃଦ୍ଧି ହୋଇଥାଏ |ଯେଉଁମାନଙ୍କ ଅମାବାସ୍ୟା ଦିନ ମଦ ଏବଂ ମାଂସ ଖାଇବାର ଅଭ୍ୟାସ ଥାଏ ସେମାନଙ୍କର ଖୁବ ଶୀଘ୍ର ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦିଏ ଏବଂ ଦରିଦ୍ରତା ବୃଦ୍ଧି ପାଇଥାଏ |
ଯେଉଁ ପରିବାରରେ ବାହାରୁ ଆସୁଥିବା ଲୋକମାନଙ୍କୁ ସ୍ଵଚ୍ଚ ପାଣି ଦିଆଯାଏ ସେ ପରିବାର ପ୍ରତି ରାହୁଙ୍କ ଅଶୁଭ ପ୍ରବାହ ପଡ଼ି ନଥାଏ ଏବଂ ପରିବାରର ମଙ୍ଗଳ ହୋଇଥାଏ |ଖାଇବା ସମୟରେ ଖାଦ୍ୟ ପଦାର୍ଥରେ ଚୁଟି ବାହାରିଲେ ଅମଙ୍ଗଳ ହୋଇଥାଏ ଏବଂ ଏହା ରୋଗର କାରଣ ହୋଇଥାଏ |ଯେଉଁମାନଙ୍କ ଚୁଟି ଛୁଇଁବା ଏବଂ ଚୁଟିରେ ହାତ ମାରିବା ଖରାପ ଅଭ୍ୟାସ ଥାଏ ତେବେ ସେମାନଙ୍କର ବହୁତ ଅମଙ୍ଗଳ ହୋଇଥାଏ