ପାଣିପାଗ ବିଭାଗ କଲା ସତର୍କ ,ମାଡି ଆସୁଛି ବଡ଼ ଲଘୁଚାପ ,ଆଜିଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ,ଦେଖନ୍ତୁ ପୁରା ଖବର |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ସୂଚନା ଅନୁସାରେ 18 ତାରିକରେ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ ବୋଲି ଆଞ୍ଚଳିକ ପାଣିପାଗ ବିଭାଗକୁ 6 ଟି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଙ୍ଗ ସହିତ 14 ଟି ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି |ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସବୁ ଜିଲ୍ଲାକୁ ଅଧିକ ବର୍ଷା ରହିଛି କେଉଁ ସବୁ ଜିଲ୍ଲାକୁ ବଜ୍ରପାତ ଏବଂ ଘଡ଼ଘଡ଼ି ନେଇ ବର୍ଷା ରହିଛି ଏନେଇ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |

ବର୍ତ୍ତମାନ ଯାହା ସୂଚନା ମିଳିଚି ଆସନ୍ତା 18 ତାରିକରେ ରାଜ୍ୟରେ ପୁଣି ବଢିପାରେ ବର୍ଷାର ପରିମାଣ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ 18 ଏବଂ 19 ତାରିକ ପାଇଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି କୁହାଯାଇଛି |

ଗତକାଲି ଓଡିଶା ଉପରେ ରହିଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଓଡିଶା ଠାରୁ ଦୂରରେ ରହିଥିବା ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି |ତେବେ ଏହା ପ୍ରଭାବରେ ସଦୃଶ ଲଘୁଚାପ ପ୍ରଭାବରେ ମଧ୍ୟପ୍ରଦେଶ ଏବଂ ପଡୋଶୀ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି |

ଅପର ପକ୍ଷରେ ମହାନଦୀର ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ମୋଟ 22 ଟି ଗେଟ ଖୋଲା ଯାଉଥିବା ବେଳେ ଜଳ ନିଷ୍କାସିତ ହେଉଛି |ଗତ ଚାରିଦିନରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ହାରାହାରି 110 .5 ମିଲିମିଟର ବର୍ଷା ରେକର୍ଡ ହେଉଥିବା ବେଳେ |

ଏହା ସ୍ୱାଭାବିକ 33.4 ମିଲିମିଟର ବର୍ଷା ତୁଳନାରେ 231 ପ୍ରତିଶତ ଅଧିକ ରହିଛି |ତେବେ ଏହି ଚାରିଦିନ ରାଜ୍ୟରେ ସ୍ୱାଭାବିକ 28 ଟି ଜିଲ୍ଲାରେ ବର୍ଷା ଅତ୍ୟଧିକ ଏବଂ ଦୁଇଟି ଜିଲ୍ଲା ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ସ୍ୱାଭାବିକ ବର୍ଷା ଠାରୁ ଅଧିକ ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *