Asia cup ଫାଇନାଲରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ମାନଙ୍କୁ ପାଣି ପିଆଇ ଦେଲେ ଶିରାଜ ,ଏଭଳି ବୋଲିଙ୍ଗ ଦେଖି ସମସ୍ତେ କହିଲେ ଭାରତକୁ ମିଳିଗଲା ନୁଆ ଷ୍ଟାର |

ନମସ୍କାର ଦର୍ଶକବନ୍ଧୁ ଏସିଆ କପ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ମାନଙ୍କୁ ବାଟବଣା କରିଦେଲେ ଭାରତୀୟ ବୋଲର |ଫାଇନାଲ ମ୍ୟାଚରେ କମାଲ କରୁଛନ୍ତି ଭାରତୀୟ ବୋଲର ଯଶପ୍ରତି ବୁମରାହା ,ମହମଦ ଶିରାଜ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଙ୍ଗ ଆଗରେ ଭାଙ୍ଗି ପଡ଼ିଛନ୍ତି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ |ପ୍ରଥମେ ଟଚ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା ଶ୍ରୀଲଙ୍କା ବ୍ୟାଟିଙ୍ଗ ଉପଯୋଗୀ ପିଚ ଭାବି ନିଷ୍ପତି ନେଇଥିଲେ |

ଶ୍ରୀଲଙ୍କା ଖେଳାଳି ମାନେ ହେଲେ ସେମାନଙ୍କ ବ୍ୟାଟିଙ୍ଗ ଭାରତୀୟ ବୋଲରଙ୍କ ଆଗରେ ଫିକା ପଡ଼ି ଯାଇଛି |ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ହୋଇ ଯାଇଥିଲା ସେଥିପାଇଁ 40 ମିନିଟ ପରେ ଖେଳର ପ୍ରଥମ ବଲ ପଡ଼ିଥିଲା |ପ୍ରଥମ ଓଭରରେ ଯଶପ୍ରୀତ ବୁମରାହା ଦଳକୁ ପ୍ରଥମ ସଫଳତା ଦେଇଥିଲେ |

ଏହା ପରେ ଆରମ୍ଭ ହୋଇଥିଲା ମହମଦ ଶିରାଜଙ୍କ ସୋ ଗୋଟିଏ ପରେ ଗୋଟିଏ ଉଇକେଟ ଗଳାଇ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଙ୍କୁ ପାଭିଲିୟନଙ୍କୁ ପଠାଇ ଦେଇଥିଲେ |ଗୋଟିଏ ଓଭରରେ ମହମଦ ଶିରାଜ ଚାରୋଟି ଉଇକେଟ ନେଇଥିଲେ ଏବଂ ପର ଓଭରରେ ଦୁଇଟି ଉଇକେଟ ନେଇଛି |

ଶିରାଜଙ୍କ ଏଭଳି ପ୍ରଦର୍ଶନ କରି ସେ ଏସିଆ କପରେ ନମ୍ବର ୱାନ ବୋଲର ହୋଇ ପାରିଛନ୍ତି |ଶିରାଜଙ୍କ ଏଭଳି ବୋଲିଙ୍ଗ ଶ୍ରୀଲଙ୍କା ଫ୍ୟାନ ମାନଙ୍କ ମନକୁ ବହୁତ ଆଘାତ ଦେଇଛି |ଷ୍ଟାଡିୟମ ବସି ଖେଳ ଦେଖୁଥିବା ଶ୍ରୀଲଙ୍କା ଫ୍ୟାନ ମାନେ ଭାଙ୍ଗି ପଡ଼ିଛନ୍ତି |ତେବେ ଗତ ପାଞ୍ଚ ବର୍ଷ ହେଲାଣି ଭାରତ ପାଖକୁ ଆସି ନାହିଁ |

ଏସିଆ କପ ଶେଷ ଥର ପାଇଁ 2018 ରେ ଭାରତ ବାଂଲାଦେଶକୁ ହରାଇ ଚମ୍ପିୟାନ ହୋଇଥିଲା ଏପର୍ଯ୍ୟନ୍ତ 1983 ରୁ 2023 ମଧ୍ୟରେ 15 ଥର ଏସିଆ କପ ଖେଳା ଯାଇଥିବା ବେଳେ ଭାରତ ସର୍ବାଧିକ ସାତ ଥର ଚମ୍ପିୟାନ ହୋଇଛି ସେହିଭଳି ଶ୍ରୀଲଙ୍କା ଛଅ ଥର ଏବଂ ପାକିସ୍ତାନ ଦୁଇଥର ଚମ୍ପିୟନ ହୋଇଛି |

Leave a Reply

Your email address will not be published. Required fields are marked *