ଆଜିର ରାଶିଫଳ 2023 ସେପ୍ଟେମ୍ବର 17 ରବିବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଟେନ୍‌ସନ କମିଯିବା ସକାଶେ ଚେଷ୍ଟା କରିବେ। ଗୃହସଜ୍ଜା ଉପକରଣ କ୍ରୟ କରିପାରନ୍ତି। ମନ ବିଚଳିତ ରହିବ।

ବୃଷ ରାଶି -ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବିବାଦୀୟ ବ୍ୟକ୍ତି ସାହାଯ୍ୟ କରିବେ। ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ। ଅତୀତ ଘଟଣା ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ।

ମିଥୁନ ରାଶି -ଆଜି ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଳସ୍ୟ ଓ ଅବହେଳା ଯୋଗୁ ସୁଯୋଗ ହାତଛଡ଼ା ହୋଇପାରେ। ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅନ୍ୟର କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରିବେ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

କର୍କଟ ରାଶି -ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି । ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ । ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ ।ଧାର୍ମିକ କାର୍ଯ୍ୟରେ ଯୋଗରେ ଦେଇପାରନ୍ତି । କାର୍ଯ୍ୟରେ ଅଗ୍ରଗତି, ଚାକିରୀରେ ସଫଳତା ହାସଲ ହେବ । ଧନ ପ୍ରାପ୍ତିର ଯୋଗ ରହିଛି ।

ସିଂହ ରାଶି -ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି । ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ । ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ ।ଧାର୍ମିକ ଏବଂ ପରୋପକାରୀ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

କନ୍ୟା ରାଶି -ଆଜି ବ୍ୟବସାୟୀ ଓ ଅଂଶୀଦାରଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇପାରେ । ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ।ଦିନ ଶେଷ ସମୟରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ ଆପଣଙ୍କ ଏକ ଭଲ ବନ୍ଧୁ ସହ ଭେଟ ହୋଇ ପାରିବେ |

ତୁଳା – ଆଜି ପ୍ରାପ୍ତିସ୍ବୀକାରରେ ମନ ଏକବାର ଖୁସି ହୋଇଯିବ। ଅତୀତରେ ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ,ଏଣୁ ସତର୍କତାର ସହ କିଛି ମତମନ୍ତବ୍ୟ ଦେବା ଭଲ ହେବ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।

ବିଛା – ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। ଅନୁରାଧା ନକ୍ଷତ୍ରର ବିଗତ ଦିନର କୌଣସି ଘଟଣା ସକାଶେ ଟେନ୍‌ସନ ବଢ଼ିପାରେ। ମାତ୍ରାଧିକ ଭ୍ରମଣ କିମ୍ବା କାମର ଚାପ ହେତୁକ କ୍ଳାନ୍ତି ଅନୁଭବ କରିବେ। ଜମିଜମା କାରବାର, ନିର୍ମାଣ, ମୂଲ୍ୟବାନ୍‌ ଜିନିଷର କିଣାବିକା କ୍ଷେତ୍ରରେ ସୁଫଳ ପାଇବେ।

ଧନୁ ରାଶି -ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆଜି ଦିନଟିରେ ଯାନ ବାହନରେ ସତର୍କତା ରକ୍ଷା କରନ୍ତୁ। ପାରସ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ସମସ୍ୟାକୁ ଈର୍ଷାପରାୟଣ ବ୍ୟକ୍ତିମାନେ ବଢ଼ାଇ ଦେଇ ପାରନ୍ତି।

ମକର ରାଶି -ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ। ବନ୍ଧୁମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବ ଓ ପରିବାରରେ ଶାନ୍ତି ଫେରି ଆସିବ। ରପତ୍ାନି କାରବାର, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।

କୁମ୍ଭ ରାଶି -ବହୁ ଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ। ବିବାଦୀୟ ଘଟଣା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ବହୁତ ଲାଭ ପାଇବେ। ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ।

ମୀନ ରାଶି -ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ। କିନ୍ତୁ ବନ୍ଧୁମାନଙ୍କ ନିକଟରୁ ଅର୍ଥ ଓ ସମ୍ମାନ ପାଇବାରେ କୈାଣସି ଅସୁବିଧା ହେବନାହିଁ। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ସଭାସମିତି କ୍ଷେତ୍ରରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *