ଆଜି Asia cup ଫାଇନାଲ ମ୍ୟାଚରେ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି ,ପଡ଼ିଆକୁ ଓଲ୍ହାଇବେ ଏହି ଏଗାର ଖେଳାଳି …ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳିବେ ଏହି 11 ଜଣିଆ ଖେଳାଳି ବାଦ ପଡ଼ି ପଡ଼ିବେ ଏହି ଷ୍ଟାର ଖେଳାଳି |ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ 2023 ର ଫାଇନାଲ ମୁକାବିଲା |ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ 3 ଟା ସମୟରେ କୋଲମ୍ବ ଷ୍ଟାଡିୟମରେ ଖେଳାଯିବ |ଏପଟେ ଶ୍ରୀଲଙ୍କା ପାକିସ୍ତାନକୁ ପରାଜୟ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ସ୍ଥାନ ପାଇଛି |

ଏସିଆ କପ ଫାଇନାଲରେ ନବମ ଥର ପାଇଁ ଭାରତ ଏବଂ ଶ୍ରୀଲଙ୍କା ମୁହାଁମୁହିଁ ହେବେ ପୂର୍ବ ଆଠଟି ମ୍ୟାଚରେ ପାଞ୍ଚୋଟି ଇଣ୍ଡିଆ ଜିତିଥିବା ବେଳେ ତିନୋଟି ଶ୍ରୀଲଙ୍କା ଜିତି ଥିଲା |ବିଶ୍ୱକପ ପୂର୍ବରୁ ଆଜିର ଏସିଆ କପ ଫାଇନାଲ ଜିତିବା ଭାରତ ପାଇଁ ଅତ୍ୟନ୍ତ ଜରୁରୀ |ଏଥିପାଇଁ ରୋହିତ ଶର୍ମା ନିଜର ଶକ୍ତିଶାଳୀ ଏଗାର ଜଣ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓଲ୍ହାଇବ |

ଶ୍ରୀଲଙ୍କା ବିପକ୍ଷ ଏସିଆ କପ ଫାଇନାଲରେ ଭାରତ ପାଇଁ ଓପନିଂ କରିବେ ଅଧିନାୟକ ରୋହିତ ଶର୍ମା ଏବଂ ଯୁବ ଓପନର ଶୁଭମନ ଗିଲ ଏହି ଦୁଇ ଓପନର ଘତକିୟ ଇନିଂସରେ ବ୍ୟାଟିଙ୍ଗ କରିଥାଆନ୍ତି ଏଥିପାଇଁ ତିନି ନମ୍ବରରେ ବିରାଟ କୋହଲି ଖେଳିଥିବା ବେଳେ ଉଇକେଟ ଦାୟିତ୍ୱ ସମ୍ଭାଳିବେ କେଏଲ ରାହୁଲ |

ପାଞ୍ଚ ନମ୍ବରରେ ଟିମ ଇଣ୍ଡିଆ ଇଶାନ କିଷାନକୁ ସୁଯୋଗ ଦେବ ଏବଂ ଛଅ ନମ୍ବରରେ ଭାରତୀୟ ଦଳର ଉପ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଏବଂ ସାତ ନମ୍ବରରେ ସ୍ପିନର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବା ଥୟ |ଆଜିର ମ୍ୟାଚରେ ବୋଲିଙ୍ଗ ଦାୟିତ୍ୱ ସମ୍ଭାଳିବେ ଯଶପ୍ରୀତ ବୁମରାହା ,କୁଲଦୀପ ଯାଦବ ,ମହମଦ ଶାମି ଏବଂ ମହମଦ ଶିରାଜ |

Leave a Reply

Your email address will not be published. Required fields are marked *