ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଲଘୁଚାପ ଆଣିପାରେ ଭୀଷଣ ବନ୍ୟା ଏଥିପାଇଁ 6 ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା ଆସନ୍ତୁ ଜାଣିବା |ତେବେ ଗତକାଲି ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସକ୍ରିୟ ରହିଛି |
ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ ରହିଥିବା ଜଣା ପଡ଼ିଛି |ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମ ବଙ୍ଗ ଉପକୂଳରେ ସଦୃଶ ଲଘୁଚାପ କେନ୍ଦ୍ରୀଭୂତ ରହିଛି ଏହା ସମୁଦ୍ର ପତନ ଠାରୁ 7.6 କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି |
ତେବେ ଆସନ୍ତା ଦୁଇଦିନ ମଧ୍ୟରେ ଏହା ଓଡିଶା ଏବଂ ଛତିଶଗଡ଼ ଅତିକ୍ରମ କରିବାରେ ସମ୍ଭାବନା ରହିଛି ତେବେ ଏହା ଫଳରେ ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ତେବେ ଆସନ୍ତା 24 ଘଣ୍ଟା ବା 16 ସେପ୍ଟେମ୍ବର ଅପରାହ୍ନ ସମୟରେ 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |
ଯାହାକି 20 ସେଣ୍ଟିମିଟରରୁ ଅଧିକ |ତେବେ 9 ଜିଲ୍ଲାରେ ଅତିପ୍ରବଳ ବର୍ଷା ସତରୁ କୋଡିଏ ସେଣ୍ଟିମିଟର ଓ 6 ଜିଲ୍ଲାରେ ପ୍ରବଳ ବର୍ଷା ଯାହାକି 7 ରୁ 11 ସେଣ୍ଟିମିଟର ହେବାର ସମ୍ଭାବନା ରହିଛି |ବଲାଙ୍ଗୀରି ,କଳାହାଣ୍ଡି ,ସୋନପୁର ,ବରଗଡ଼ ,ନୂଆପଡା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯାହାକି 20 ସେଣ୍ଟିମିଟରରୁ ଅଧିକ ଯାହାକି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ |