ନମସ୍କାର ଦର୍ଶକବନ୍ଧୁ ଗତକାଲି ବାଂଲାଦେଶ ପାଖରୁ ହାରିଯାଇଛି ଭାରତ ପରାଜୟର ସବୁଠାରୁ ବଡ଼ ଭିଲିୟାନ ବନିଲେ ଏହି ଖେଳାଳି ଫାଇନାଲ ମ୍ୟାଚରେ ହୋଇ ପାରନ୍ତି ବିଦା ଏସିଆ କପ 2023 ଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ବାଂଲାଦେଶ ବିପକ୍ଷରୁ ପରାଜୟର ସାମ୍ନା ହେବାକୁ ପଡ଼ିଛି |ଏହି ମ୍ୟାଚରେ ଜଣେ ହେଲେ ଖେଳାଳି କେହି ପ୍ରଶଂସକଙ୍କ ଆଶା ପୂରଣ କରି ନଥିଲେ |
ଗତକାଲି ମ୍ୟାଚରେ ରୋହିତ ଶର୍ମା ,କେଏଲ ରାହୁଲ ,ସୂର୍ଯ୍ୟକୁମାର ଯାଦବ ,ରବୀନ୍ଦ୍ର ଜାଡେଜା ଏବଂ ଶୁଭମନ ଗିଲ ଙ୍କ ଭଳି ଶକ୍ତିଶାଳୀ ଖେଳାଳି ଙ୍କ ଦଳ 266 ରନର ପିଛା କରିଥିଲେ ମଧ୍ୟ ହାରି ଯାଇଛନ୍ତି |ଶୁଭମନ ଗିଲ ନିଶ୍ଚିତ ଭାବରେ ଏକ ଶତକ ହାସଲ କରିଥିଲେ ସେ 133 ଟି ବଲକୁ ସାମ୍ନା କରି 121 ରନର ଇନିଂସରେ 8 ଟି ଚୌକା ଏବଂ 5 ଟି ଛକା ମାରିଥିଲେ |
ଏହି ମ୍ୟାଚରେ ଇଶାନ ଭାଙ୍ଗିଲେ ଆଶା ,କ୍ୟାପଟେନ ରୋହିତ ଶର୍ମା ମଧ୍ୟ ଖାତା ଖୋଲି ପାରିନଥିଲେ ତାଙ୍କୁ ଇନିଂସର ଦ୍ୱିତୀୟ ବଲରେ ତାଞ୍ଜିବ ହାସନ ସାଖିବ ଅଲ ହାସନଙ୍କ ହାତରେ ଏକ କ୍ୟାଚ କରାଇଥିଲେ ଏହା ପରେ ଡେବ୍ୟୁ କରିଥିବା ତିଳକ ବର୍ମା ମଧ୍ୟ କିଛି ପ୍ରଦର୍ଶନ କରି ପାରିନଥିଲେ |
ମାତ୍ର 5 ରନ କରି ପାଭିଲିୟନ ଫେରିଥିଲେ |ତାପରେ ସମସ୍ତଙ୍କ ଆଖି ପାଞ୍ଚ ନମ୍ବରରେ ଆସିଥିବା ଇଶାନ କିଷାନଙ୍କ ଉପରେ ଥିଲା କିନ୍ତୁ ସେ 5 ରନ କରି ଏଲବି ଆଉଟ ହୋଇ ଯାଇଥିଲେ |ଫାଇନାଲ ମ୍ୟାଚରେ ସୁଯୋଗ ପାଇବା ହୁଏତ କଷ୍ଟକର |