ନମସ୍କାର ଦର୍ଶକବନ୍ଧୁ କୋହଲିଙ୍କ ଫିଲଡିଂ ଦେଖି ପ୍ରଭାବିତ ହେଲେ ଏହି ଖେଳାଳି କହିଲେ ଯୁବ ଖେଳାଳିଙ୍କୁ ଏହା ଶିଖିବା ଦରକାର ବିରାଟ କୋହଲିଙ୍କ ଆଗରେ ଯୁବ ଖେଳାଳି ମଧ୍ୟ ମାରିଲେ ଫେଲ ଏପର୍ଯ୍ୟନ୍ତ ଏସିଆ କପ 2023 ରେ ଉଭୟ ବ୍ୟାଟିଙ୍ଗ ଏବଂ ବୋଲିଙ୍ଗରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଛି |ଆଗାମୀ ୱାନ ଡେ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ଏହି ପ୍ରଦର୍ଶନ ବହୁତ ଅଶ୍ବସ୍ତିକର ବ୍ୟାଟିଙ୍ଗରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ଦେଖିବାକୁ ମିଳିଛି |
ପାକିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ତାଙ୍କ ୱାନ ଡେ କ୍ୟାରିୟରର 13,000 ରନ ମଧ୍ୟ ପୂରଣ କରିଛନ୍ତି |ବର୍ତ୍ତମାନ ଶ୍ରୀଲଙ୍କାର ଅଧିନାୟକ ସନନ୍ତ ଜଇସୂରିଆ ତାଙ୍କ ସଫଳତା ବିଷୟରେ ଏକ ବଡ଼ ବିବୃତି ଦେଇଛନ୍ତି ବିଶ୍ୱ କ୍ରିକେଟରେ ମହାନ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ପରିଗଣିତ ହୋଇ ଥାଆନ୍ତି |
କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି 13,000 ରନ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇ ପାରିଛନ୍ତି |ସନନ୍ତ ଜୟସୂରିୟା ବିରାଟ କୋହଲିଙ୍କ ଫିଟନେସ ବିଷୟରେ କହିଛନ୍ତି ଯେ ଯୁବ ଖେଳାଳି ମାନେ ଏଥିରୁ କିଛି ଶିଖିବା ଆବଶ୍ୟକ |
ସନନ୍ତ ଜୟସୁରିୟା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ବିରାଟ କୋହଲି ଗତ 10 ରୁ 15 ବର୍ଷ ଭିତରେ 300 ରୁ ଅଧିକ ମ୍ୟାଚ ଖେଳିଛନ୍ତି ଏବଂ 13,000 ରୁ ଅଧିକ ୱାନ ଡେ ରନ କରିଛନ୍ତି କିନ୍ତୁ ଫିଲଡିଂ ସେ ଶତ ପ୍ରତିଶତ ଦେଉଥିବାର ଦଖାଯାଉଛି ଏବଂ ପଡ଼ିଆରେ ତାଙ୍କର ଏନର୍ଜି ବହୁତ ଭଲ |
ବିରାଟଙ୍କ ଆଗରେ ଯୁବ ଖେଳାଳି ମାନେ ମଧ୍ୟ ଫେଲ ମାରିବେ ଏହା ହେଉଛି ଏକ ଏମିତି ଜିନିଷ ଯାହାକି ଯୁବ ଖେଳାଳି ମାନେ ଶିଖିବା ଆବଶ୍ୟକ |