ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ତରଫରୁ ଆସିଲା ଏକ ବହୁତ ବଡ଼ ଖବର ଆସନ୍ତା 48 ଘଣ୍ଟା ପାଇଁ 5 ଟି ଜିଲ୍ଲାକୁ ଜାରି ହେଲା ରେଡ଼ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ପ୍ରବଳ ବର୍ଷା ପବନରେ ତାଣ୍ଡବ ରଚିବା ସହିତ ବିଜୁଳି ଘଡ଼ଘଡ଼ି ମାଡ଼ିବା ନେଇ କେନ୍ଦ୍ର ତରଫରୁ ଏହି ସବୁ ଜିଲ୍ଲା ଗୁଡ଼ିକୁ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା ଜାରି ହୋଇଛି |ଏଥି ସହିତ କିଛି ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ଏନେଇ ପାଣିପାଗ ତରଫରୁ ଯାହାକି ଏକ ବଡ଼ ଅପଡେଟ ରହିଛି |
ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା କେଉଁ ସବୁ ଜିଲ୍ଲା ଗୁଡ଼ିକୁ ଜାରି ହୋଇଛି ରେଡ଼ ୱାର୍ଣ୍ଣିଙ୍ଗ ଏବଂ କେଉଁ ସବୁ ଜିଲ୍ଲା ଗୁଡ଼ିକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଙ୍ଗ ଆସନ୍ତୁ ସମ୍ପୂର୍ଣ୍ଣ ଭାବରେ ଜାଣିବା |ୱେଲ ମାର୍କ ଲୋ ପ୍ରେସରରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇ ସାରିଛି ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତୀ ଉତ୍ତର ଓଡିଶା ପଶ୍ଚିମବଙ୍ଗ ଉପକୂଳକୁ ନେଇ ସକ୍ରିୟ ରହିଛି ଲଘୁଚାପ |ଏହା ଆଗାମୀ 5 ଦିନ ଯାଏ ଓଡିଶା ଏବଂ ଛତିଶଗଡ଼ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି |
ଏହା ସହିତ ଓଡିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବର ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ଆଲର୍ଟ ଜାରି କରାଯାଇଛି ଏହା ପ୍ରଭାବରେ ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି |ନୂଆପଡା ,ବଲାଙ୍ଗୀରି ,କୋରାପୁଟ ,କନ୍ଧମାଳ ,ବୌଦ୍ଧ ,ସୋନପୁର ,ସମ୍ବଲପୁର ,ନବରଙ୍ଗ ପୁର ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ଏଥି ସହିତ ଆସନ୍ତା କଲି ଅର୍ଥାତ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ 5 ଟି ଜିଲ୍ଲାରେ ଭୀଷଣ ବର୍ଷା ନେଇ ପାଞ୍ଚୋଟି ଜିଲ୍ଲାକୁ ଜାରି ହୋଇଛି ରେଡ଼ ୱାର୍ଣ୍ଣିଙ୍ଗ |କନ୍ଧମାଳ ,କୋରାପୁଟ ,ବୌଦ୍ଧ ,ସୋନପୁର ଏବଂ ବଲାଙ୍ଗୀରି ଏହି ପାଞ୍ଚୋଟି ଜିଲ୍ଲାକୁ ଭୀଷଣ ବର୍ଷା ପାଇଁ ଜାରି ହୋଇଛି ରେଡ ୱାର୍ଣ୍ଣିଙ୍ଗ ଏଥି ସହିତ 8 ଟି ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ସେ ଆଠଟି ଜିଲ୍ଲା ହେଉଛନ୍ତି ନବରଙ୍ଗ ପୁର ,ନୂଆପଡ଼ା ,ବରଗଡ଼ ,ସମ୍ବଲପୁର ,ନୟାଗଡ଼ ,କଟକ ,ଅନୁଗୁଳ ଏବଂ ଗଂଜାମ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |ଆସନ୍ତା 5 ଦିନ ରାଜ୍ୟରେ ବର୍ଷା ସହିତ ଲାଗି ରହିବ ପବନ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି |