ନମସ୍କାର ଦର୍ଶକବନ୍ଧୁ ସ୍କୁଲ ଏବଂ କଲେଜରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ଏବେ ଏବେ ଆସିଲା କିଛି ନୂଆ ଅପଡେଟ 21 ତାରିକରୁ ସମସ୍ତ ସ୍କୁଲ ଏବଂ କଲେଜ ଛୁଟି ହେବ ଏହାକୁ ନେଇ ଆସି ସାରିଛି ବହୁତ ବଡ଼ ଅପଡେଟ ତେବେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଡେରି ନ କରି ଆସନ୍ତୁ ଜାଣିବା |ଚଳିତ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନ ବିଶ୍ୱ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଢ଼ାକଢି ଲାଗୁ ହେବ |
ଚଳିତ ଶିକ୍ଷା ବର୍ଷରେ ରବିବାର ବ୍ୟତୀତ 72 ଟି ଛୁଟି ଦିବସ ଥିବା ବେଳେ 180 ଦିନ ଛାତ୍ର ଛାତ୍ରୀଙ୍କ ଶିକ୍ଷା ପାଠପଢା ହେବ |ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ ଦେଇଛି ପୂଜା ଛୁଟି ଅକ୍ଟୋବର 21 ରୁ 28 ତାରିକ ମଧ୍ୟରେ ଅନୁଷ୍ଠିତ ହେବ |ଅକ୍ଟୋବର ଶେଷ ସପ୍ତାହରେ ମିଡ଼ ସେମିଷ୍ଟାର ଅଡ଼ ସେମିଷ୍ଟାର ପରୀକ୍ଷା ହେବାକୁ ଥିବାବେଳେ ଫେବୃଆରୀ ଶେଷ ସପ୍ତାହରେ ଇଭେନ ସେମିଷ୍ଟାର ପରୀକ୍ଷା କରାଯିବ|
ନଭେମ୍ବର 1 ରୁ 10 ତାରିକ ମଧ୍ୟରେ ବାର୍ଷିକ କ୍ରୀଡ଼ା ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ଡିସେମ୍ବର 1 ରୁ 12 ମଧ୍ୟରେ ରାଜ୍ୟ ସ୍ତରୀୟ ଅନ୍ତ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ହେବ |2024 ଜାନୁଆରୀ ଶେଷ ସପ୍ତାହରେ ପୁରାତନ ଛାତ୍ର ଛାତ୍ରୀଙ୍କ ସମ୍ମିଳନୀ କରାଯିବ ପରୀକ୍ଷା ସରିବାର 45 ଦିନ ଭିତରେ ଫଳ ପ୍ରକାଶ ପାଇବ |
ପ୍ରତି ସୋମବାରରେ ୟୁଜି ଏବଂ ମଙ୍ଗଳବାରରେ ପିଜି ଛାତ୍ର ଛାତ୍ରୀଙ୍କ ସାପ୍ତାହିକ କର୍ମଶାଳା ଆୟୋଜିତ ହେବ |2024 ମା 5 ରୁ ଜୁନ 19 ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ଏକାଡେମୀକ କ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି |