ଆଜିର ରାଶିଫଳ 2023 ସେପ୍ଟେମ୍ବର 15 ଗୁରୁବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ପାପଯୁକ୍ତ ଚନ୍ଦ୍ର ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି କାହାକୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଅତି ଭଲ ପାଉଥିବା ବନ୍ଧୁଟି ପ୍ରତି ନିର୍ଦ୍ଦୟ ହେବା ଠିକ୍‌ ହେବନାହିଁ। ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ତଥା ଅତୀତ ସ୍ମୃତି ରୋମନ୍ଥନ କରି ଭାବ ବିହ୍ବଳ ହୋଇପାରନ୍ତି।

ବୃଷ ରାଶି -ଦୀର୍ଘଦିନରୁ ରହିଥିବା ଋଣ ଓ ବନ୍ଧୁବର୍ଗଙ୍କ ହୀନମନ୍ୟତା ବିଷୟରେ ଚିନ୍ତା କରିବେ। ସହକର୍ମୀଙ୍କ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଓ ଦୁଃଖକୁ କିଛି ସମୟ ପାଇଁ ଭୁଲି ଯାଇପାରନ୍ତି। ପୁରାତନ ରୋଗର ପ୍ରାଦୁର୍ଭାବ କ୍ରମଶଃ ବୃଦ୍ଧି ପାଇବାର ଆଶଙ୍କାକୁ ଏଡ଼ାଇହେବ ନାହିଁ। ନିଜର ଆତ୍ମୀୟଙ୍କ ଭିନ୍ନ ଚିନ୍ତାଧାରାର ସମାଲୋଚନା କରିପାରନ୍ତି।

ମିଥୁନ ରାଶି -ପାରିବାରିକ ଜୀବନ ସୁଖରେ କାଟିବେ କିନ୍ତୁ ସାଧାରଣ କଥାରେ ବିତର୍କର ସମ୍ଭାବନା ରହିଛି। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ, କିନ୍ତୁ ଅସୁବିଧା ହେବନି |

କର୍କଟ ରାଶି -ପୂର୍ବାପେକ୍ଷା ଆପଣଙ୍କ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଅଧିକ ଆଶା କରି ନ ପାଇବା କାରଣରୁ ମନ ଭଲ ରହିବ ନାହିଁ। ସହକର୍ମୀଙ୍କ ସହଯୋଗରେ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରୋକ୍ଷ ଶତ୍ରୁତା କାରଣରୁ କିମ୍ବା ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଅଫିସରେ ସମସ୍ୟା ବଢ଼ିପାରେ।

ସିଂହ ରାଶି -ମଙ୍ଗଳଙ୍କ ଦୁର୍ବଳତା ହେତୁ କେତେକ କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତି ପରିଲକ୍ଷିତ ହେବ। ପରୋକ୍ଷ ଶତ୍ରୁତା କାର୍ଯ୍ୟରେ ବାଧା ସୃଷ୍ଟି କରିବ। ପର କଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇପାରନ୍ତି। କାହାଠାରୁ କିଛି ନିଜ ଘର ବିଷୟରେ ଶୁଣି ବିଶ୍ୱାସ କଲେ ଅସୁବିଧାରେ ପଡିବେ।

କନ୍ୟା ରାଶି -ଅତୀତ କଥାକୁ ଭାବି ଆଜି ମନଟା ଭଲ ଲାଗିବ ନାହିଁ। କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିବା ହେତୁ କାମଗୁଡିକ ବିଶୃଙ୍ଖଳିତ ହୋଇଯିବ। ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ସୌଜନ୍ୟତା ଦୃଷ୍ଟିରୁ ନିଜ କାମ ପଛକୁ ପକାଇ ସମ୍ପର୍କୀୟ କାମକୁ ପ୍ରାଧାନ୍ୟ ଦେଇପାରନ୍ତି।

ବିଛା ରାଶି -ଶୁକ୍ରଙ୍କ ଯୋଗୁ କାମରେ ହାରିବେ ନାହିଁ କିନ୍ତୁ ଦ୍ୱନ୍ଦ୍ୱ କଲେ ପାରିବେ ନାହିଁ। ମଧ୍ୟାହ୍ନରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଯେତେ ଭଲ କାମ କଲେ କ’ଣ ହେବ ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହୋଇପାରନ୍ତି।

ଧନୁ ରାଶି -ସାଧାରଣ କଥାକୁ ଅତିରଞ୍ଜିତ କରି ଆକସ୍ମିକ କଳହଜନିତ ଅନ୍ୟମନସ୍କ ରହିପାରନ୍ତି। ଯାତ୍ରା ସମୟରେ ପକେଟମାର କିମ୍ବା ଚୋରିଜନିତ ଧନ ହାନିର ସୂଚନା ମଧ୍ୟ ରହିଛି। ପୂର୍ବାଷାଢ଼ା ନକ୍ଷତ୍ର କିନ୍ତୁ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ।

ମକର ରାଶି -ଆଜିର ଯାତ୍ରା ଶୁଭପ୍ରଦ ଓ କାମ ଆଶାନୁରୂପ ହେବା କାରଣରୁ ମନ ଖୁସି ହୋଇଯିବ। ଆପଣଙ୍କ ସୁଖ ଅନ୍ୟମାନଙ୍କ ମନରେ ଈର୍ଷା ଉଦ୍ରେକ କରିବ। ବନ୍ଧୁଙ୍କ ଆଗମନରେ ଯେତିକି ଖୁସି ହେବେ ତାଙ୍କ ମତିଗତି ଓ କାର୍ଯ୍ୟ କଳାପରେ ସେତିକି ଅସନ୍ତୁଷ୍ଟ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।

କୁମ୍ଭ ରାଶି -ଆଜିର ଯାତ୍ରା ସମୟରେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ପାରିବାରିକ କ୍ଷେତ୍ରରେ ଛୋଟଛୋଟ କଥାରେ ବେଶି ରାଗନ୍ତୁ ନାହିଁ। ସ୍ବାଭାବିକ ଭାବେ କଥାକୁ ବିଚାର କରି କାମ କଲେ ଭଲ ହୁଅନ୍ତା। ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ।

ମୀନ ରାଶି -ଚେଷ୍ଟା ସଫଳ ହେବାରେ ସହଯୋଗର ସୁଅ ଛୁଟିବ। କର୍ମକ୍ଷେତ୍ରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବ୍ୟବସାୟ, ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ |

Leave a Reply

Your email address will not be published. Required fields are marked *