ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ତରଫରୁ ଆସିଲା ବଡ଼ ଗୁରୁତ୍ୱପୂର୍ଣ୍ଣ ସୂଚନା ଘନୀଭୂତ ହେଉଛି ଲଘୁଚାପ ପ୍ରବଳ ବର୍ଷା ନେଇ 8 ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଆସନ୍ତା 24 ଘଣ୍ଟା ଭିତରେ ଏହି ସବୁ ଜିଲ୍ଲାକୁ ହେବ ଭୟଙ୍କର କାଳବୈଶାଖୀ ବର୍ଷା ଏହି 5 ଟି ଜିଲ୍ଲାରେ ରେଡ ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ |ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିବ କାଳବୈଶାଖୀ ଜନିତ ଝଡ଼ବର୍ଷା ଏବଂ ବଜ୍ରପାତ ଏଥି ସହିତ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଏକ ସତର୍କ ସୂଚନା ଜାରି କରିଛି
ପାଣିପାଗ ବିଭାଗ ଯାହା ବର୍ତ୍ତମାନ ସମୟରେ ବହୁତ ବଡ଼ ଖବର ରହିଛି |ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା |ଘନୀଭୂତ ହେଉଛି ଲଘୁଚାପ ଆସନ୍ତା 24 ଘଣ୍ଟା ମଧ୍ୟରେ ନେବ ଲୋ ୱେଲ ମାର୍କ ଲୋ ପ୍ରେସରର ରୂପ ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡିଶା ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ଗତି କରିବ |ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |
ବର୍ଷା ସମୟରେ ଦକ୍ଷିଣ ଓଡ଼ିଶାରେ ନଦୀ ଖୋଲିବ ଆଜି ଭୀଷଣ ବର୍ଷା ନେଇ 5 ଟି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 8 ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି |
କନ୍ଧମାଳ ,କୋରାପୁଟ ,ବୌଦ୍ଧ ,ସୋନପୁର ଏବଂ ବଲାଙ୍ଗୀରି 200 ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ରେଡ଼ ଆଲର୍ଟ ଜାରି କରାଯାଇଥିବା ବେଳେ 70 ରୁ 200 ମିଲିମିଟର ବର୍ଷା ନେଇ ନବରଙ୍ଗପୁର ,ନୂଆପଡ଼ା ,ସମ୍ବଲପୁର ,ନୟାଗଡ଼ ,ଅନୁଗୁଳ ,ଗଂଜାମ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି |
ପ୍ରବଳ ବର୍ଷା ନେଇ ପୁରୀ ,ଖୋର୍ଦ୍ଧା ,ଜଗତସିଂହ ପୁର ,କେନ୍ଦ୍ରାପଡ଼ା ,ଯାଜପୁର ,ଭଦ୍ରକ ଝାରସୁଗୁଡ଼ା ,ରାୟଗଡ଼ା ,ଢେଙ୍କାନାଳ ଏବଂ କୋରାପୁଟ ଜିଲ୍ଲାକୁ ସତର୍କତା ଜାରି ହୋଇଛି |ଆସନ୍ତା 16 ତାରିକ ବେଳକୁ ରାଜ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ଏବଂ 17 ,18 ତାରିକ ବେଳକୁ ରାଜ୍ୟରେ ବର୍ଷାର ପରିମାଣ କମିବା ସହିତ 19 ତାରିକ ବେଳକୁ ବର୍ଷାର ପରିମାଣ ବଢିପାରେ |