ମେଷ ରାଶି -ବ୍ୟବସାୟରେ ଆୟ ବୃଦ୍ଧି ପାଇବ । କିଛି ନୂତନ ସାମଗ୍ରୀ କ୍ରୟ କରିପାରନ୍ତି । ପାରିବାରିକ ସମସ୍ୟାକୁ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ଭଲ ରହିବ ।ଦୂରଯାତ୍ରା କରିବାର ସୁଯୋଗ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ ।
ବୃଷ ରାଶି -ଆଜି ଆପଣଙ୍କୁ ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ପରିବାର ସଦସ୍ୟ ବା ବନ୍ଧୁଙ୍କ ସହ ବିବାଦ ଦେଖାଦେଇପାରେ ଯେଉଁଥି ପାଇଁ ମନ ଅଶାନ୍ତ ରହିବ । ଆଜି ସତର୍କ ରୁହନ୍ତୁ । ଆଘାତ ମଧ୍ୟ ଲାଗିପାରେ ।
ମିଥୁନ ରାଶି -ଆଜି ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଧର୍ଯ୍ୟ ରଖି କାର୍ଯ୍ୟ କଲେ ଶୁଭଫଳ ପାଇବେ । ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ । ପୂଜାପାଠରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।
କର୍କଟ ରାଶି -ଆୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ନୂଆ ଜମି, ବାହନ କ୍ରୟ କରି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ପାଇବେ । ମନ ଭଲ ରହିବ ।
ସିଂହ ରାଶି -ଆଜି ସାମାନ୍ୟ ପାରିବାରିକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ବଢିଯାଇ ପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ମନ ଚଳଚଞ୍ଚଳ ରହିବ ।
କନ୍ୟା ରାଶି -ଆଜି ଆପଣଙ୍କୁ ବ୍ୟବସାୟରେ ସାମାନ୍ୟ କ୍ଷତି ସହିବା ପାଇଁ ପଡିପାରେ । ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ପୂଜାର୍ଚ୍ଚନା କରନ୍ତୁ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ ।
ତୁଳା ରାଶି -ପ୍ରେମିକା-ପ୍ରେମିକ ମାନଙ୍କୁ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଚାକିରିକୁ ନେଇ ମନ ଅସ୍ଥିର ରହିବ । ନିଜ କ୍ରୋଧକୁ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ |
ବିଛା ରାଶି -ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଲାଗି ମନ ବଳାଇବେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ନୂଆ ବନ୍ଧୁ ହେବେ । ରାଜନିତିରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି ।
ଧନୁ ରାଶି -ଆଜି ସତର୍କ ରୁହନ୍ତୁ । ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀମାନେ ଆଜି ଲାଭରେ ରହିବେ । ଘରର ପରିବେଶ ଆନନ୍ଦଦାୟକ ରହିବ । ଆଜି ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ମକର ରାଶି -କୋର୍ଟ ମାମଲେରା ସଫଳତା ମିଳିବ । ମହିଳା ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଦକ୍ଷତା ବୃଦ୍ଧି ପାଇବ । ବିଭିନ୍ନ ସମସ୍ୟାରୁ ମୁକ୍ତ ହେବେ । ପାରିବାରିକ ବୁଝାବଣା ରହିବ । ରାଜନୈତିକ କ୍ଷେତ୍ରରେ ଶୁଭଖବର ମିଳିବା ସହ ମନ ଖୁସି ରହିବ ।
କୁମ୍ଭ ରାଶି -କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।
ମୀନ ରାଶି -ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ ।