ନମସ୍କାର ଦର୍ଶକବନ୍ଧୁ ସରକାର ପୁଣି ଆଣିଲେ ଏହି ସେପ୍ଟେମ୍ବର 17 ତାରଖରୁ ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ଏକ ନୂଆ ଯୋଜନା ଯାହାର ନାମ ହେଉଛି ବିଶ୍ୱକର୍ମା ଯୋଜନା | ତେବେ ଦର୍ଶକବନ୍ଧୁ କଣ ରହିଛି ସମ୍ପୂର୍ଣ ଅପଡେଟ ଆସନ୍ତୁ ଜାଣିବା…
ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ ପଡୁଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାଜର ତଳସ୍ତରର ଶ୍ରମିକଙ୍କ କଲ୍ୟାଣ ପାଇଁ ବିଶ୍ଵକର୍ମା ଯୋଜନାର ଶୁଭଆରମ୍ଭ କରିବା ପାଇଁ ଯାଉଛନ୍ତି | ଗତ ଅଗଷ୍ଟ 15 ତାରିଖରେ ମୋଦି ଲାଲକିଲାରେ ନିଜ ଭାଷଣରେ ଏହି ଯୋଜନାର ଘୋଷଣା କରିଥିଲେ |
ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ତିତିରେ ଏହି ଯୋଜନା ଶୁଭାଆରମ୍ଭ କରାଯିବ | ବିଶ୍ୱକର୍ମା ଯୋଜନାର ଶୁଭଆରମ୍ଭ ଅବସରରେ 70ଟି ସ୍ଥାନରେ 70 ଜଣ ମନ୍ତ୍ରୀ ଉପସ୍ଥିତ ରହିବେ | ଏହି ଯୋଜନାରେ ଆଗାମୀ 5ବର୍ଷ ମଧ୍ୟରେ 13ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏହି ଯୋଜନା ସମାଜର ତଳସ୍ତର କାରିଗରଙ୍କ କଲ୍ୟାଣ ପାଇଁ ଲାଗୁକରାଯାଇଛି |
ଏହି ଯୋଜନାରେ ମୋଚି,ଧୋବା, ବଢେଇଙ୍କ ପ୍ରଥମ ପର୍ଯ୍ୟରେ 5ପ୍ରତିସଦ ସୁଧାରେ 1ଲକ୍ଷ ଟଙ୍କା ଓ ଦ୍ଵିତୀୟରେ 2ଲକ୍ଷ ଟଙ୍କର ଋଣ ପ୍ରଦାନ କରାଯିବ | ଏଥିସହ ପିଏମ ବିଶ୍ଵକର୍ମା ଯୋଜନାରେ ଶିଳ୍ପୀ ଓ କାରିଗରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ | ପ୍ରଶିକ୍ଷଣ ନେଉଥିବା ଲୋକଙ୍କୁ ପ୍ରତିଦିନ 500ଟଙ୍କର ସହାୟତା ରାଶି ମଧ୍ୟ ପ୍ରଦାନକରାଯିବ |
ବିଭିନ ପ୍ରକାର କାର୍ଯ୍ୟ ସହ ଜଡିତ ଥିବା 18ପ୍ରକାର ଲୋକଙ୍କୁ ଏହି ଯୋଜନାରେ ସାମିଲକରାଯିବ | ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏହି ଯୋଜନା ବେଶ ମହତ୍ଵପୁର୍ଣ ହେବବୋଲି କୁହାଯାଇଛି | ସେପ୍ଟେମ୍ବର 17 ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦବଦରେ ଅମିତଶାହା lucknow ରେ ରଜନାଥସିଂ ବାରାଣସୀରେ ମହିନ୍ଦ୍ରନାଥ ପାଣ୍ଡେ ଝାନସୀରେ ସ୍ମୁତି ଇରାନୀ ଚେନାଇରେ ଗାଜେନ୍ଦ୍ରସିଂଖଵାଦ ଜୟପୁରରେ ଭୁପେନ୍ଦ୍ର ଯାଦବ ଓ ଅନ୍ୟ ମନ୍ତ୍ରୀଙ୍କି ମଧ୍ୟ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପତାକା ଦେଖାଇବାକୁ କୁହାଯାଇଛି |