ନମସ୍କାର ଦର୍ଶକବନ୍ଧୁ ବିଚ ରାସ୍ତାରେ ଜଣେ ବାପା ତାର ଏକ କୁନି ଝିଅକୁ ବାଇକରେ ବସାଇ ନେଇକି ଯାଉଥାଏ ସମସ୍ତଙ୍କ ଆଖି ସାମ୍ନାରେ ବାପା ତାର ସେହି ଛୋଟ ଝିଅ ସହ ଯାହା କରିଥିଲା ତାହା ସବୁ ସିସିଟିଭି ରେ ରେକର୍ଡ ହୋଇ ଯାଇଥିଲା |ପ୍ରାୟ ଦିନଟା 10 ଟା ସମୟରେ ବାଟରେ ଯାଉଥିବା ସମୟରେ ଟ୍ରାଫିକ ସିଗ୍ନାଲରେ ବାଇକରେ ଆସି ଅଟକି ଯାଇଥିଲେ ବାପ ଝିଅ |ସିଗ୍ନାଲରେ ଗାଡ଼ି ଅଟକି ଥିବାରୁ ଛୋଟ ଝିଅଟି ଗାଡ଼ି ଉପରେ ବସି ବଲରେ ଖେଳୁଥାଏ |ସେହି ସମୟରେ ତା ମୋବାଇଲ ଫୋନକୁ ଆସିଥିଲା ଏକ କଲ
କଲ ଆସିବା ପରେ ସବୁ କିଛି ବଦଳି ଯାଇଥିଲା ବାପା ଫୋନରେ କଥା ହେଉଥିବା ବେଳେ ଛୋଟ ଝିଅଟିର ହାତରୁ ଖସି ଯାଇଥିଲା ବଲ |ଆଉ ଝିଅଟି ଦୌଡ଼ି ଯାଇଥିଲା ବଲଟିକୁ ଆଣିବା ପାଇଁ ସେହି ଝିଅର ବାପା ଏତେ ଫୋନ କଲରେ ବ୍ୟସ୍ତ ଥିଲେ ଯେ ସେ ଜାଣିପାରିଲେ ନାହିଁ ଯେ ତାଙ୍କ ଗାଡ଼ି ପଛରେ ତାଙ୍କ ଝିଅ ନାହିଁ ବୋଲି ଆଉ ସିଗ୍ନାଲ ଛାଡ଼ିବା ପରେ ଛୋଟ ଝିଅଟିକୁ ଛାଡ଼ି ଚାଲି ଯାଇଥିଲେ ବାପା |
ଝିଅଟି ଯେତେ ବାପା ବାପା ଡାକିଲେ ମଧ୍ୟ ବାପା ଡାକ ଶୁଣି ନଥିଲେ ଆଉ ଝିଅଟିକୁ ବିଚ ରାସ୍ତା ଉପରେ ଛାଡ଼ି ଚାଲି ଯାଇଥିଲେ ଯାହା ସବୁ ରେକର୍ଡ ହୋଇ ଯାଇଥିଲା ଟ୍ରାଫିକରେ ଲାଗିଥିବା ସିସିଟିଭି କ୍ୟାମେରାରେ |ଛୋଟ ଝିଅଟି ରାସ୍ତା ଉପରେ ବସି କାନ୍ଦୁଥିବା ସମୟରେ ଅନେକ ଲୋକ ଯାଉ ଥାଆନ୍ତି ହେଲେ ସେହି ଛୋଟ ଝିଅଟିକୁ କେହି ବି ସାହାଯ୍ୟ କରୁ ନଥାନ୍ତି |
ଆଉ ସେହି ସମୟରେ ସିଗ୍ନାଲ ଆସି ଅଟକିଥିଲା ଏକ ସ୍କୁଟି |ସେହି ଦୁଇଜଣ ଝିଅ ଗାଡ଼ିରୁ ଓଲ୍ହାଇ ତାକୁ ପଚାରିଥିଲେ |ଝିଅ ତୁମର କଣ ହେଇଚି ତୁମେ ଏଠି ବସି ଏମିତି କାହିଁକି କାନ୍ଦୁଛ |ଛୋଟ ଝିଅଟି ସବୁ କଥା କାନ୍ଦି କାନ୍ଦି କହିଥିଲା ସେହି ଝିଅଙ୍କ ସାମ୍ନାରେ ଆଉ ତାପରେ ସେହି ଦୁଇଜଣ ଝିଅ କହିଲେ ହୋଉ ତୁମେ କାନ୍ଦ ନାହିଁ |
ମୁଁ ତୁମକୁ ତୁମ ବାପାଙ୍କ ପାଖକୁ ନେଇଯାଉଛି ଆଉ ବାପା କିଛି ବାଟ ଗଲା ପରେ ଜାଣି ପାରିନଥିଲେ ଯେ ପଛରେ ଝିଅ ନାହିଁ ତାଙ୍କ ମନେ ଝିଅ ମୋର ପଛରେ ବସିଛି |ଏହି ଦୁଇଜଣ ଝିଅ ବହୁତ ଜୋରରେ ଗାଡ଼ି ଚଳାଇ ନେଇ ଝିଅଟିକୁ ତା ବାପା ପାଖରେ ପହଁଚାଇ ଥିଲେ |
ଯଦି ବ୍ୟକ୍ତିଜଣକ ଟିକେ ଅନ୍ୟମନସ୍କ ନ ହୋଇ ସାଙ୍ଗରେ ଯାଉଥିବା ଛୋଟ ଝିଅ ପ୍ରତି ଧ୍ୟାନ ଦେଇ ଥାଆନ୍ତେ ଏଭଳି ଅଘଟଣ ହୋଇ ନଥାନ୍ତା ଏହି ଘଟଣାଟି କେଉଁ ଜାଗାର କିଛି ଜଣା ପଡ଼ିନଥିଲା ବେଳେ ଏହା ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |