Weather update -ପୁଣି ଓଡିଶା ମାଡି ଆସୁଛି ଭୟଙ୍କର ଲଘୁଚାପ, ଏହି ଦିନରୁ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ସଚେତନ କଲେ ପାଣିପାଗ ବିଭାଗ |

ନମସ୍କାର ଦର୍ଶକବନ୍ଧୁ ପାଣିପାଗର ଅପଡେଟରେ ଆପଣ ମାନଙ୍କୁ ସ୍ୱାଗତ ବର୍ଷା ଦିନରେ ରାଜ୍ୟରେ ପଛକୁ ପଛକୁ ଦୁଇଟି ଲଘୁଚାପ 11 ପ୍ରତିଶତ ନିଅଁଟିୟ ବର୍ଷା ଯୋଗୁଁ ହୋଇପାରେ ସ୍ଥିତି ଅଲଗା |12 ତାରିକ ଅର୍ଥାତ ଆଜିଠାରୁ ରାଜ୍ୟରେ ପ୍ରଵଳ ବର୍ଷା ହେବା କାରଣରୁ ଏକ ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ ତେବେ କଣ ରହିଛି ପାଣିପାଗର ତାଜା ଖବର ତା ଛଡ଼ା ରାଜ୍ୟରେ କେଉଁ ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ତେବେ ଆସନ୍ତୁ ନିହାତି ଭାବରେ ଜାଣିବା |10 ଦିନ ମଧ୍ୟରେ ଦୁଇଟି ଲଘୁଚାପ 12 ଏବଂ 19 ତାରିକରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ |

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଆସନ୍ତା କାଲି ଉତ୍ତର ପଶ୍ଚିମ ସଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ଏହା ପ୍ରଭାବରେ ରାଜ୍ୟରେ ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷାର ପରିମାଣ ଆରମ୍ଭ ହୋଇଯିବ |ଏହା ପ୍ରଭାବରେ ମଙ୍ଗଳବାରରୁ ଗୁରୁବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର |

ସେହିପରି 19 ତାରିକ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସେପ୍ଟେମ୍ବରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ଓ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ ଫଳରେ ସାରା ରାଜ୍ୟରେ ବର୍ଷା ହେବ ଏହା ପ୍ରଭାବରେ ରାଜ୍ୟରେ ହୋଇଥିବା 11 ପ୍ରତିଶତ ନିଅଁଟିୟ ବର୍ଷା ଯୋଗୁଁ କିଛି ମାତ୍ରାରେ ଭରଣ ହୋଇପାରେ ବଳି ଆଶା କରାଯାଉଛି |

ଆସନ୍ତା 24 ଘଣ୍ଟା ରାଜ୍ୟର କେତେକ ସ୍ଥାନରେ ବିଜୁଳି ସହିତ ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟିରେ ରଖି 8 ଟି ଜିଲ୍ଲା ମାଲକାନଗିରି ,କୋରାପୁଟ ,ଗଞ୍ଜାମ ,ଗଜପତି ,କନ୍ଧମାଳ ,ମୟୁରଭଞ୍ଜ ,ବାଲେଶ୍ୱର ଏବଂ ଭଦ୍ରକକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର |

ସେହିପରି ରାଜ୍ୟରେ ଆସନ୍ତା କାଲି ଅନେକ ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ 19 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ଅନ୍ୟପଟେ 12 ତାରିକ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *