ମେଷ ରାଶି -ଆଜି ଆପଣଙ୍କ ଦିନ ମଧ୍ୟମ ଧରଣର ଫଳାଫଳ ଦେବ । ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇ ପାରେ । ଦିନ ରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ । କରିଥିବା ଆର୍ଥିକ ଯୋଜନା ଅଳ୍ପ ଲାଭ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ପାଠ ରେ ମନୋନିବେଶ କରିବେ ନାହିଁ । ବ୍ୟବସାୟ ରେ ମଧ୍ୟମ ଫଳ ମିଳିବ ।
ବୃଷ ରାଶି -ବହୁ ଦିନରୁ ଅଟକି ରହିଥିବା କାମ ସଂପୂର୍ଣ୍ଣ ହୋଇପାରେ । ଧନ ସମ୍ପତ୍ତି ରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ପାଠରେ ମନ ନିବେଶ କରିବେ । ବ୍ୟବସାୟ ରେ ଦେଖି ରଖି କାର୍ଯ୍ୟ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ ।
ମିଥୁନ ରାଶି -ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ପରିଶ୍ରମର ଫଳ ପାଇବେ । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବେ । ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ । ଆୟରେ ବୃଦ୍ଧି ହେବ । ଆଳସ୍ୟର ବଶବର୍ତ୍ତୀ ହେବେ ।
କର୍କଟ ରାଶି -ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ହୋଇପାରେ । ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ରହିଛି । ବିଦେଶ ଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ରେ ବିଜୟ ହାସଲ କରିବେ ।
ସିଂହ ରାଶି -ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ପିଲାମାନଙ୍କଠାରୁ ଭଲ ଖବର ପାଇବେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ ।
କନ୍ୟା ରାଶି -ଗୃହରେ ଶୁଭ କାର୍ଯ୍ୟ ହେବ । ସମସ୍ତ କାର୍ଯ୍ୟ ସଫଳ ହେବ । ଧନପ୍ରପ୍ତି ର ଯୋଗ ରହିଛି । ଇଚ୍ଛା କରିଥିବା ବସ୍ତୁ କୁ ଆଜି ପାଇବେ । ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ ।
ତୁଳା ରାଶି -ଦୂର ଯାତ୍ରାର ଯୋଗ ରହିଛି । ସର୍ବ କାର୍ଯ୍ୟ ସଫଳ ହେବ । ମାନରେ ଆତ୍ମ ସନ୍ତୋଷ ଲାଗି ରହିବ । ନୂଆ କାମ କରିବାକୁ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ ।
ବିଛା ରାଶି -ପରୋପକାର କରି ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ସୋମବାର ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମୋକଦ୍ଦମାର ଅନ୍ତ ଘଟିବ । ବିଶ୍ରାମ କରିବାକୁ ସମୟ ମିଳିବ ।
ଧନୁ ରାଶି -ଅର୍ଥ ବ୍ୟୟର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିବାର ସମସ୍ୟା ଦେଖା ଦେବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ। ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।
ମକର ରାଶି -କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ । ଯାନ ବାହାନ ଚଳାଚଳ ରେ ସତର୍କତା ଅବଲମ୍ବନ କରଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ । ବ୍ୟବସାୟ ରେ ଆୟ ଅଧିକ ହେବ ଓ ସର୍ବ କାର୍ଯ୍ୟ ସମ୍ପୂର୍ଣ ହେବ ।
କୁମ୍ଭ ରାଶି -କର୍ମ କ୍ଷେତ୍ରରେ କ୍ଷମତା ର ବିକାଶ ହେବ । ଧର୍ମ କର୍ମ ରେ ମନୋନିବେଶ କରିବେ । ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟ ରେ ଲାଭ ଯୋଗ ରହିଛି ।
ମୀନ ରାଶି -ଅର୍ଥକୁ ନେଇ ଚିନ୍ତାରେ ରହିବେ । ବନ୍ଧୁଙ୍କ ସହ କିଛି ଦିନ ବିଶେଷ ଆଲୋଚନାରେ ଦିନଟି କଟିବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି । ପିତାମାତାଙ୍କ ଆଶୀର୍ବାଦ ନେବା ପରେ ଘରୁ ବାହାରକୁ ଯାଆନ୍ତୁ । ବିଦ୍ୟାର୍ଥୀ ମାନେ ନିଶ୍ଚିନ୍ତ ଖୁସି ଖବର ପାଇବେ ।