Weather Update- ପୁଣି ଆଉ ଏକ ଲଘୁଚାପ, ସାରା ଓଡ଼ିଶାରେ ପୁଣି ଏତେ ଦିନ ପ୍ରବଳ ବର୍ଷା, ଏଇଠି ପ୍ରବଳ ଛେଚିବ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା ଆଜି ଆଉ ଏକ ବଡ଼ ବର୍ଷା ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ପୁଣି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ଆସୁଛି ଆଉ ଏକ ବଡ଼ ବର୍ଷା ଆଉ ଏକ ଲଘୁଚାପ 12 ତାରିକ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା |ତେବେ ଗତ କାଲି ପାଗ ମଧ୍ୟ ଶୁଖିଲା ରହିଥିବା ବେଳେ ଆଜିପାଇଁ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି

ତେବେ ଆସନ୍ତା କାଲି ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି ତେବେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ମଧ୍ୟ ହୋଇପାରେ |ସେହିପରି 13 ତାରିକ ବେଳକୁ ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁ ଜିଲ୍ଲା ଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ତେବେ ପାଣିପାଗର ଆକଳନ ଅନୁସାରେ ରାଜ୍ୟରେ ସାମାନ୍ୟ ବର୍ଷା କମିଥିବା ବେଳେ ପୁଣି ଫେରୁଛି ବଡ଼ ବର୍ଷା |ଲଘୁଚାପ ଦୁର୍ବଳ ହେବା ପରେ ପୁଣି ଆସୁଛି ଆଉ ଏକ ଲଘୁଚାପ ଲଗାଣ ବର୍ଷାରେ ବ୍ରେକ ଲାଗିବ ନାହିଁ ତେବେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ସାଙ୍ଗକୁ ବର୍ଷା ଜାରି ରହିବ ବୋଲି ସତର୍କ ସୂଚନା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର |

ସେହିପରି 12 ତାରିକ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି |ପ୍ରଭାବରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ତେବେ 12 ଏବଂ 13 ତାରିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି |

Leave a Reply

Your email address will not be published. Required fields are marked *