School ଛାତ୍ର ଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ଼ ଖବର, ସରକାର ନେଲେ ବଡ଼ ନିଷ୍ପତି ,ଏଥର ଆଉ…ଦେଖନ୍ତୁ ସମ୍ପୂର୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଏବେ ଏବେ ଆସିଲା ଆଉ କିଛି ନୂଆ ସୂଚନା ଯାହା ସମସ୍ତେ ଜାଣି ରଖିବା ଜରୁରୀ ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ରାଜ୍ୟରେ ନିଯୁକ୍ତି ପାଇବେ କୋଡିଏ ହଜାର କନିଷ୍ଟ ଶିକ୍ଷକ ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଣ୍ଟିଙ୍ଗ ଭାବେ ନିଯୁକ୍ତି ଦିଆଯିବ |ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଅସିପା ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ |

ପ୍ରଥମରୁ ପଞ୍ଚମ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏପରି ଭାବରେ ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ଦିଆଯିବ ଜଣେ ନୋଡାଲ ଅଧିକାରୀ ଏହି ଦାୟିତ୍ୱରେ ରହିବେ ନିଯୁକ୍ତି ପାଇବା ପରେ ଶିକ୍ଷକ ମାନେ ଜିଲ୍ଲା ପରିଷଦ ଅଧୀନରେ ରହିବେ |ବାର୍ଷିକ ଚୁକ୍ତି ସମାପ୍ତ ହେବା ପରେ ସେମାନଙ୍କ ନବୀ କରଣ କରାଯିବ ସେମାନେ ମାସିକ ପାରିଶ୍ରମିକ ପାଇବେ |

ଦକ୍ଷତା ନଥିଲେ ଶିକ୍ଷକଙ୍କୁ 30 ଦିନର ନୋଟିସ ଦିଆଯାଇ କାର୍ଯ୍ୟରୁ ଅନ୍ତର ଦିଆଯିବ ସ୍କୁଲର ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀ ଏହି ଦକ୍ଷତା ନିର୍ଦ୍ଧାରଣ କରିବେ ଏବଂ ଯେଉଁ ସବୁ ସ୍କୁଲରେ ଶିକ୍ଷକ ଅଭାବ ପାଠ ପଢ଼ାରେ ଅସୁବିଧା ହେଉଥିଲା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଥିଲା ଏବେ ସେହି ସବୁ ସ୍କୁଲରେ କିଛି ସମସ୍ୟା ହେବ ନାହିଁ ବୋଲି ବର୍ତ୍ତମାନ ଜଣା ପଡ଼ିଛି |

ଯେହେତୁ ସ୍କୁଲ ଗୁଡ଼ିକରେ ନୂଆ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ଆସିବେ ଯେଉଁ ସବୁ ପଦ ଖାଲି ରହୁଥିଲା ଏବେ ସେହି ସବୁ ପଦ ପୂରଣ ହେବ ବୋଲି ବର୍ତ୍ତମାନ ସୂଚନାରୁ ସ୍ପଷ୍ଟ ହୋଇଛି |ତେବେ ଯେଉଁ ସବୁ ସ୍କୁଲରେ ପାଠ ପଢ଼ାର ସମସ୍ୟା ହେଉଥିଲା ସେ ସବୁ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ |ତାହେଲେ ଯାଇ ଛାତ୍ର ଛାତ୍ରୀମାନେ ସମସ୍ତେ ଭଲ ଭାବରେ ପାଠ ପଢି ପାରିବେ |

Leave a Reply

Your email address will not be published. Required fields are marked *