ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ପ୍ରେମୀ ମାନଙ୍କ ପାଇଁ ବଡ଼ ଖୁସି ଖବର ପୁଣି ଶସ୍ତା ହେଲା ସୁନା |ଶସ୍ତା ହୋଇଛି ସୁନା ରୂପା ଆସନ୍ତୁ ଜାଣିବା ରାଜଧାନୀ ଭୁବନେଶ୍ୱରରେ କେତେ ରହିଛି ସୁନାର ଦର ତେବେ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର ଗତ କିଛିଦିନ ହେବ ସୁନାର ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନାର ଦାମରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି |
ଆଜି ଭାରତୀୟ ବଜାରରେ ସୁନାର ଦାମ ସାମାନ୍ୟ ହ୍ରାସ ପାଇଛି ତେବେ ଆପଣମାନେ ସୁନା କିଣିବାକୁ ଚାହୁଁଥିଲେ ଜାଣନ୍ତୁ ଓଡିଶା ସମେତ ଭାରତର ପ୍ରମୁଖ ସହର ମାନଙ୍କରେ ସୁନାର ଦର ତେବେ ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 55,000 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ 10 ଗ୍ରାମ ପ୍ରତି 60,000 ଟଙ୍କା ହୋଇଛି |
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ 22 ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 55,000 ଓ 60,000 ଟଙ୍କା ରହିଛି ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କେତେକ ସ୍ଥାନରେ ବୃଦ୍ଧି ପାଇଥିବା ବେଳେ କେତେକ ସ୍ଥାନରେ ଏହାର ଦର ସ୍ଥିର ହୋଇ ରହିଛି |
ମୁମ୍ବାଇରେ 22 ଏବଂ 24 କ୍ୟାରେଟବ ସୁନାର ଦର 10 ଗ୍ରାମ ପ୍ରତି ଯଥାକ୍ରମେ 55,000 ଓ 60,000 ଟଙ୍କା ରହିଥିବା ନେଇ ରେକର୍ଡ ହୋଇ ରହିଥିବା ବେଳେ ନୂଆ ଦିଲ୍ଲୀରେ ଏହାର ଦର ଯଥାକ୍ରମେ 55,050 ଟଙ୍କା ଓ 60,150 ଟଙ୍କା ରହିଛି |ତେବେ ଦକ୍ଷିଣ ଭାରତ ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ସୁନାର ଦର 22 କ୍ୟାରେଟ ପ୍ରତି 55,200 ଟଙ୍କା ରହିଥିବା ବେଳେ
24 କ୍ୟାରେଟ ସୁନାର ମୂଲ୍ୟ 60,130 ଟଙ୍କା ରହିଥିବା ନେଇ ଜଣା ପଡ଼ିଛି | ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ 22 ଏବଂ 24 କ୍ୟାରେଟ ସୁନାର ଦର ଯଥାକ୍ରମେ 55,000 ଟଙ୍କା ଏବଂ 60,000 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |ସେହିପରି ରୂପା କିଲୋଗ୍ରାମ ପ୍ରତି 74,000 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି |