ବୈଜ୍ଞାନିକ ମାନଙ୍କୁ ମିଳିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟ, ଏବେ ସବୁ Sata ଆସିଗଲା ପଦାକୁ, ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳା…

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ବିଶ୍ୱ ପ୍ରସିଦ୍ଧ ଜଗନାଥ ମନ୍ଦିର ବିଷୟରେ ଜାଣିଥିବେ ଯାହା ଭାରତର ତୀର୍ଥ ଧାମ ମଧ୍ୟରୁ ଗୋଟିଏ କିନ୍ତୁ ଆଜି ଆମେ ଆପଣଙ୍କୁ ପୁରୀ ଜଗନାଥ ମନ୍ଦିର ମଧ୍ୟରେ ଥିବା ଅନେକ ରହସ୍ୟମୟ ବିଷୟରେ କହିବାକୁ ଯାଉଛୁ |1985 ମସିହାରେ ଯେତେବେଳ ଆର୍କେ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଏକ ଟିମ ପୁରୀ ଜଗନାଥ ମନ୍ଦିରରେ ସର୍ଭେ ପାଇଁ ଆସିଥିଲେ |ସେହି ସମୟରେ ସରକାରଙ୍କ ଦ୍ୱାରା ନିଷ୍ପରି ନିଆ ଯାଇଥିଲା ଯେ ଟିମ ଦ୍ୱାରା ଶ୍ରୀମନ୍ଦିର ରତ୍ନ ଭଣ୍ଡାର କୋଠରୀ ଗୁଡ଼ିକ ଖୋଲି ତା ଭିତରେ ଥିବା ଧନ ରତ୍ନର ମୂଲ୍ୟ ନିରୂପଣ କରାଯିବ |

ସରକାରଙ୍କ ନିର୍ଦେଶ ଅନୁସାରେ ଏହି ଟିମ ଯେତେବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପାଇଁ ଯାଇଥିଲେ ହଟାତ କୋଠରୀ ମଧ୍ୟରୁ ଭୟାନକ ଶବ୍ଦ ଶୁଣା ଯାଇଥିଲା ଯାହା ଫଳରେ ସେହି ଟିମ ଭୟରେ ଆଉ କୋଠରୀ ଖୋଲି ନଥିଲେ |ଆଉ କାନ୍ଥ ମଧ୍ୟରେ ଥିବା ବ୍ୟବଧାନରେ ଟର୍ଚ୍ଚ ଲାଇଟରେ ଧନ ରତ୍ନର ଆନୁମାନିକ ମୂଲ୍ୟାଙ୍କନ କରି ରିପୋର୍ଟ ଦେଇ ଦେଇଥିଲେ |

ପ୍ରାୟ 33 ବର୍ଷ ପରେ 3 ଜୁନ 2018 ମସିହାରେ ମାନ୍ୟବର ସୁପ୍ରିମ କୋର୍ଟ ପୁଣି ଥରେ ମନ୍ଦିର ଭିତରେ ରତ୍ନ ଭଣ୍ଡାର ଖୋଲି ସମ୍ପତ୍ତିର ମୂଲ୍ୟାଙ୍କନ କରି ଓଡିଶା ସରକାରଙ୍କୁ ନିର୍ଦେଶ ଦେଇଥିଲେ ତେଣୁ ଆର୍କେ ଲୋଜିକାଲର ଏକ ଟିମ ପୁଣି ଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଥିଲେ |

ପୂର୍ବ ଥର ପରି ଏପରି ମଧ୍ୟ ଏକ ରହସ୍ୟମୟ ଘଟଣା ଘଟିଥିଲା ଯାହା ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |ଯେତେବେଳେ ଏହି ଟିମ ଗୁପ୍ତ କୋଠରୀ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହୋଇଥିଲେ ଅଚାନକ ରତ୍ନ ଭଣ୍ଡାରର ଚାବି କୁଆଡ଼େ ଗାଏବ ହୋଇ ଯାଇଥିଲା ଏବଂ କିଛିଦିନ ପରେ ପୁରୀ କଲେକ୍ଟରଙ୍କ ପାଖକୁ ନକଲି ଚାବି ପେନ୍ଥା ଏକ ଲଫାପାରେ ଆସି ପହଁଚି ଥିଲା |

କିନ୍ତୁ ପୂର୍ବଥର ଭଳି ଏଭଳି ମଧ୍ୟ ଆର୍କେ ଲୋଜିକାଲ ସର୍ଭେ ଟିମ କୋଠରୀ ଗୁଡ଼ିକ ନଖୋଲି ବାହାରେ ଟର୍ଚ୍ଚ ମାରି ସର୍ଭେ କାମ ଗୁଡ଼ିକ ସାରିଥିଲେ |ତେବେ କଣ ରହିଛି ଏହି ରହସ୍ୟ ଯାହାକୁ ସହସ୍ର ବର୍ଷ ଧରି କେହି ବୁଝି ପାରି ନାହାଁନ୍ତି ରତ୍ନ ଭଣ୍ଡାର ମଧ୍ୟରେ ଥିବା ଧନ ରତ୍ନକୁ ଆଜି ପର୍ଯ୍ୟନ୍ତ କେହି ଛୁଇଁ ମଧ୍ୟ ପାରୁ ନାହାଁନ୍ତି

Leave a Reply

Your email address will not be published. Required fields are marked *