ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଯେ କଳିଯୁଗ ଶେଷ ହେବା ସମୟରେ କଣ ସବୁ ଘଟିବ ବେଦ ଏବଂ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚିଚେ ସେହି ଯୁଗର ନାମ ହେଉଛି କଳିଯୁଗ ଆହୁରି ମଧ୍ୟ ସେହି ବେଦ ପୁରାଣରେ କୁହାଯାଇଛି ଯେ ଯେବେ ବି ଅଧର୍ମ ବଢ଼ିଯିବ ସେବେ ଏହି କଳିଯୁଗର ଅନ୍ତ ଘଟିବ |ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ଯୁଗରୁ ଆରମ୍ଭ ହୋଇ ସାରିଛି ଯଦି ଆମେ ବେଦ ଦେଖିବା ଏହା ଅନୁସାରେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହା ଯାଇଥାଏ |ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରେ ହୋଇଥିଲା ଏବଂ ଏହାର ଅନ୍ତ କଳିଯୁଗରେ ହେବ ବୋଲି କୁହାଯାଉଛି |
ଏହି ଯୁଗରେ ନାନା ପ୍ରକାର କୁକର୍ମ ବଢିବ ଚୋରି ,ଡକାୟତ ,ଲୋଭ ,ମୋହ କାମ କ୍ରୋଧ ଆଦି ମନୁଷ୍ୟକୁ ଅନ୍ଧ କରିଦେବମନୁଷ୍ୟ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ ଯେତେ ସବୁ ଖରାପ କାର୍ଯ୍ୟ ଅଛି ସେସବୁ ଲୋକମାନଙ୍କ ମୁଖ୍ୟ ପ୍ରକୃତି ହୋଇଯିବ ତେବେ ଆଜି ଆମେ ଆପଣଙ୍କୁ କହିବୁ କଳିଯୁଗର ଅନ୍ତ ହେବ କିପରି ବା ଏହି କଳିଯୁଗ ଅନ୍ତ ହେବା ସମୟରେ କଣ ସବୁ ଘଟିବ ଆସନ୍ତୁ ସେହି ବିଷୟରେ ଜାଣିବା |
ବର୍ତ୍ତମାନ ସମୟରେ ଯେଉଁ ଯୁଗ ଚାଲିଛି ତାହା କଳିଯୁଗ କିନ୍ତୁ କଳିଯୁଗର ଯେବେ ଅନ୍ତ ଘଟିବ ତାହା ବହୁତ ଭୟଙ୍କର ହେବ ଏହି କଳିଯୁଗ ଅନ୍ତ ହେବା ସମୟରେ ପରିସ୍ଥିତି ଏଭଳି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ |ଏହି କଥା ଭଗବାନ ବିଷ୍ନୁ ନାରଦକୁ କହିଥିଲେ ପଶୁପକ୍ଷୀ କିମ୍ବା ଜୀବ ଜନ୍ତୁ କେହି ପ୍ରାଣୀ ମଧ୍ୟ ଜୀବିତ ରହିବେ ନାହିଁ ସେହି ସମୟ ବେଳକୁ ମଣିଷର ବୟସ ମାତ୍ର 20 ବର୍ଷ ବୟସ ହୋଇଯିବ ମାତ୍ର ପାଞ୍ଚ ବର୍ଷ ବୟସରୁ ମହିଳା ମାନେ ଗର୍ଭବତୀ ହେବାରେ ଲାଗିବ |
ଷୋହଳ ବର୍ଷ ବୟସରେ ଲୋକମାନେ ବୁଢା ହୋଇଯିବେ ଏବଂ 20 ବର୍ଷ ବୟସରେ ତାଙ୍କର ମୃ-ତ୍ୟୁ ହୋଇଯିବ |କଳିଯୁଗର ଶେଷ ବେଳକୁ ପୁରୁଷ ଏବଂ ମହିଳା ମାନେ କିଛି ନମାନି ସବୁବେଳେ ଭୋଗ ବିଳାସରେ ଲିପ୍ତ ରହିବେ ଲୋକମାନେ ଶାସ୍ତ୍ର ଏବଂ ଧର୍ମ ଠାରୁ ଦୂରେଇ ଯିବେ ପାପ ମନୁଷ୍ୟ ମନରେ ବଢ଼ିଯିବେ |
ସମାଜ ଆହୁରି ହିଂସ୍ର ହୋଇଯିବ ଯେତେବେଳେ କଳିଯୁଗର ଅନ୍ତ ଘଟିବ ସେତେବେଳେ ମନୁଷ୍ୟ ଶୁଦ୍ର ଭଳି ବ୍ୟବହାର କରିବ ପୃଥିବୀ ପୃଷ୍ଠରେ ବହୁତ କମ ବର୍ଷା ହେବ ଏବଂ ବହୁତ ଝଡ଼ ବର୍ଷା ଆସିବାକୁ ଲାଗିବ ସେତେବେଳେ ପୃଥିବୀର ତାପମାତ୍ରା ଏତେ ବଢ଼ିଯିବ ଯେ ଲୋକମାନେ ନିଜ ଘର ନୁହେଁ ବରଂ ପୃଥିବୀକୁ ଖୋଳି ପୃଥିବୀ ଭିତରେ ବାସ କରିବେ |