ନମସ୍କାର ଦର୍ଶକବନ୍ଧୁ ପୁଣି ନିରୀହ ଶିଶୁକୁ ଗୋଟା ଖାଇଲା ମଣିଷ ଖିଆ କୁମ୍ଭୀର ବନ ବିଭାଗ ଉପରେ ଲୋକଙ୍କ ଭରସା ଚାଲି ଗଲାଣି କାହିଁକି ବାରମ୍ବାର ଘଟୁଛି ଏଭଳି ଘଟଣା ଏଥିପାଇଁ ଦାୟୀ କିଏ |ବନ୍ଧୁଗଣ ଚାରିଆଡ଼େ ଘୁରି ବୁଲୁଛନ୍ତି ମଣିଷ ଖିଆ କୁମ୍ଭୀର 10 ବର୍ଷର ପିଲାକୁ ନଦୀକୁ ଟାଣି ନେଲା ପୁଳା ପୁଳା କରି ଖାଇଦେଲା |ଗତ ଦୁଇ ମାସ ଧରି ଆତଙ୍କ ଖେଳାଇଛି ମଣିଷ ଖିଆ କୁମ୍ଭୀର ଯେବେ ଠାରୁ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ସେବେଠାରୁ ମଣିଷ ଖିଆ କୁମ୍ଭୀର ଲୋକଙ୍କୁ ମାରି ଖାଉଥିବା ଖବର ସାମ୍ନାକୁ ଆସୁଛି |
ରାଜ୍ୟର ଅଧିକାଂଶ ନଦୀରେ ଆତଙ୍କ ଖେଳାଇଛି ମଣିଷ ଖିଆ କୁମ୍ଭୀର |ନଈ କୂଳରେ ଛକି ଛକି ଗୋଟିଏ ପରେ ଗୋଟିଏ ମଣିଷର ଶିକାର କରି ଚାଲିଛି ଗତ କିଛି ଦିନ ଧରି ନଦୀ କୁଳିଆ ଲୋକଙ୍କ ମନରେ ପଶି ଯାଇଛି ଛନକା ଗାଧୋଇବା ଠାରୁ ଶୌଚ ହେବା ଗାଈ ଗୋରୁଙ୍କ ପାଇଁ ବାଧକ ସାଜିଛି ଏହି କୁମ୍ଭୀର ନିଜର ନିତ୍ୟକର୍ମ ପାଇଁ ନଦୀ ଉପରେ ନିର୍ଭର କରୁଥିବା ଗାଁ ଲୋକନକ ମନରେ ପଶି ଯାଇଛି ଛନକା |ଗତ କିଛି ଦିନ ହେବ ରାଜ୍ୟରେ ଗୋଟିଏ ଚର୍ଚ୍ଚା କେବଳ ହେଉଛି କଉଠି କାହାକୁ କୁମ୍ଭୀର ଖାଇ ଦେଲାନି ଆଉ କିଏ କୁମ୍ଭୀର ମୁହଁରୁ ଖସି ଆସି ଲୋମ ଟାଙ୍କୁରା କାହାଣୀ କହିଲାଣି |
ବିଶେଷ କରି ବିରୂପା ନଦୀର ସେହି ଭୟାନକ ଦୃଶ୍ୟକୁ କେହି ଭୁଲି ପାରୁ ନାହାଁନ୍ତି ଜ୍ୟୋତ୍ସା ରାଣୀଙ୍କୁ ଯେଭଳି ଲୁଗା ସଫା କଲାବେଳେ ଟାଣି ନେଇ ସହସ୍ର ଲୋକଙ୍କ ଆଗରେ ପୁଳା ପୁଳା ମାଂସ ଖାଇଗଲା ତାହାକୁ ଦେଖିଥିବା ଲୋକେ ନଦୀ ନାଳକୁ ଦେଖିଲେ ଡରି ଯାଉଛନ୍ତି ରାଜନଗର ଗାଁର ଜଣେ ମଇଁଷି ଚାରାଳୀଙ୍କୁ ଟାଣି ନେଇ ତାଙ୍କ ପୁଅ ଆଗରେ ଯେମିତି ଖାଇଥିଲା କୁମ୍ଭୀର ତାହାକୁ ଦେଖି ଲୋକେ ଆହୁରି ଭୟଭୀତ ହୋଇଗଲେଣି | ଦିନକୁ ଦିନ ଆହୁରି କୁମ୍ଭୀର ଆତଙ୍କ ବଢ଼ିବାରେ ଲାଗିଛି |
ପରିସ୍ଥିତି ଏଭଳି ଯେ ନଈକୁ ଯିବା ପାଇଁ ଭୟ ଲାଗିଲାଣି ଏପରି ଭୟଭୀତରେ ଆସିଛି ଏକ ଦୁଃଖଦାୟକ ଖବର ଦଶ ବର୍ଷର ଛୋଟ ନିରୀହ ପିଲାକୁ ଟାଣି ନେଇ ଖାଇ ଦେଇଛି ମଣିଷ ଖିଆ କୁମ୍ଭୀର ପୂଜା ପାଇଁ ପାଣି ଆଣିବାକୁ ନଈକୁ ଯାଇଥିଲା ଆଉ ଏତିକି ବେଳେ କୁମ୍ଭୀରର ଶିକାର ହୋଇଛି ନିଷ୍ପାପ ପିଲାଟି ଏ ପିଲାଟିର ବାପା ଏକ ନୂଆ ବାଇକ କିଣିଥିଲେ |ଗାଡ଼ି ପୂଜା କରିବା ପାଇଁ ପିଲାଟିକୁ ଲୋକେ ନଦୀ କୂଳକୁ ପଠାଇଥିଲେ ପିଲାଟି ଏକ ଢାଲ ନେଇ ନଦୀକୁ ପାଣି ଆଣିବାକୁ ଯାଇଥିଲା |
ଆଉ ଏତିକି ବେଳେ କୂଳରେ ଛକି ବସିଥିଲା ମଣିଷ ଖିଆ କୁମ୍ଭୀର ଗୋଟିଏ ଝଟକାରେ ତାକୁ ଭିଡ଼ି ନେଇଥିଲା ଆଉ ତାକୁ ପାଣିରେ ବୁଡାଇ ଦେଇଥିଲା ଗାଁ ଲୋକ ଜାଣି ପାଇ ନଦୀରେ ଜାଲ ବିଛାଇ ଦେଇଥିଲେ କୁମ୍ଭୀରକୁ ଧରିବା ସହିତ ପିଲାଟିର ଖଣ୍ଡ ବିଖଣ୍ଡିତ ଶରୀରକୁ ମଧ୍ୟ ଉଦ୍ଧାର କରିଥିଲେ ମୃ-ତ ପରିବାରର ପିଲାଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି |ଏହି ଘଟଣାଟି ଘଟିଛି ବିହାରର ବିଜିପୁର ଗାଁରେ ଗାଁ ପାଖରେ ଥିବା ନଦୀ କୂଳରେ ଏହି ଘଟଣାଟି ଘଟିଛି