Weather Update: ଆସୁଛି ଭୟଙ୍କର ଲଘୁଚାପ, ଆଜିଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା, 12 ଜିଲ୍ଲାକୁ କଡା ସର୍ତକ,ଦେଖନ୍ତୁ କଣ କହିଲେ ପାଣିପାଗ ବିଭାଗ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 18 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା |ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ଗତ କଲି ଲଘୁଚାପର ରୂପ ନେଇଛି ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ପ୍ରଦେଶ ଆନ୍ଦ୍ର ଉପକୂଳ ସମୁଦ୍ରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ପ୍ରଭାବରେ |

ରାଜ୍ୟ ବ୍ୟାପି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର |ଆଗାମୀ 24 ଘଣ୍ଟା ମଧ୍ୟରେ 18 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା |

ମାଲକାନଗିରି ,କୋରାପୁଟ ,ଗଜପତି ,ରାୟଗଡ଼ା ,କଳାହାଣ୍ଡି ,ନବରଙ୍ଗ ପୁର ,କନ୍ଧମାଳ ,ବଲାଙ୍ଗୀରି ,ନୂଆପଡ଼ା ,ବରଗଡ଼ ,ସମ୍ବଲପୁର ,ଦେବଗଡ଼ ଝରୁସୁଗୁଡ଼ା ,ସୁନ୍ଦରଗଡ଼ ,ଅନୁଗୁଳ ,କେଉଁଝର ,ମୟୁରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି |

ସେହିପରି 8 ତାରିକ ବେଳକୁ କଳାହାଣ୍ଡି ,ନବରଙ୍ଗପୁର ,ଝାରସୁଗୁଡ଼ା ,ସମ୍ବଲପୁର ,ଅନୁଗୁଳ ,କେଉଁଝର ,ଦେବଗଡ଼ ଓ ସୋନପୁର ବୌଦ୍ଧ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ବନ୍ଧୁଗଣ ଏହା ଥିଲା ଆଜିର ପାଣିପାଗକୁ ନେଇ ସମ୍ପୂର୍ଣ୍ଣ ଖବର |

Leave a Reply

Your email address will not be published. Required fields are marked *