ନମସ୍କାର ଦର୍ଶକବନ୍ଧୁ ଆମ ଆଖ ପାଖରେ ଥିବା ପଶୁ ପକ୍ଷୀ ଆମକୁ ସର୍ବଦା କିଛି ତତ୍ତ୍ୱ ପ୍ରଦାନ କରି ଥାଆନ୍ତି ଏହି ସଙ୍କେତ ଦ୍ୱାରା ଆମ ମାନଙ୍କୁ ଶୁଭ ଏବଂ ଅଶୁଭର ଆଗୁଆ ସୂଚନା ମିଳିଥାଏ |ଏହି ସଙ୍କେତ ଆଖ ପାଖରେ ଥିବା ପଶୁ ମାନଙ୍କ ଠାରୁ ବି ମିଳି ଯାଇଥାଏ ଆଜି ଆମେ ଆପଣଙ୍କୁ କହିବୁ ସେମାନଙ୍କ ବିଷୟରେ ଯେଉଁମାନେ ଆଖ ପାଖରେ ରହି ଶୁଭ ଏବଂ ଅଶୁଭ ସଙ୍କେତ ପ୍ରଦାନ କରି ଥାଆନ୍ତି |
ପ୍ରଥମେ ରହିଛି ବିରାଡ଼ି ଯେଉଁ ଘରେ ବିରାଡ଼ି ମାନେ କଳି କରୁଥିବାର ଶୁଭାଯାଏ ସେହି ଘରେ କୌଣସି ବିଭ୍ରାଟ ,ଝଗଡ଼ା ଅଥବା ବିବାଦ ଦେଖା ଯିବାର ସମ୍ଭାବନା ଥାଏ ଏବଂ ଯେଉଁ ଘରେ ପ୍ରାୟତ ବିରାଡ଼ି ମାନେ କଳି କରନ୍ତି ସେ ଘରେ ସର୍ବଦା ମତ ଭେଦ ଲାଗି ରହିଥାଏ |
ଦ୍ୱିତୀୟ ସଙ୍କେତ ଗାଈ ଯେଉଁ ଘର ଗାଈଟିଏ ଆସି ଜୋରରେ ବୋବାଳି ଛାଡ଼ି ଥାଏ ସେହି ଘରେ ହିଁ ନିଶ୍ଚୟ ସୁଖର ବୃଦ୍ଧି ହୋଇଥାଏ ଘରର ବାହାରେ ଗାଈ ବୋବାଳି ଶୁଭିବା ଏକ ଶୁଭ ସଙ୍କେତ ବିଚାର କରାଯାଏ |
ତୃତୀୟରେ କୁକୁର -କୁକୁର କାନ୍ଦିବା ଅଶୁଭ ସଙ୍କେତ ଅଟେ ଯଦି କୌଣସି ଘରେ କୁକୁରଟିଏ ଜୋରରେ ସେ କାନ୍ଦିଥାଏ ସେହି ଘରେ କୌଣସି ବିପଦି ଆସିବାର ଭାବନା ଥାଏ ଏବଂ ଏହି ଵିପଦି କାହାର ମୃ-ତ୍ୟୁ ର ସୂଚନା ସହିତ ଜଡ଼ିତ ମଧ୍ୟ ହୋଇଥାଏ |
ଚତୁର୍ଥରେ ରହିଛି ପିମ୍ପୁଡ଼ି -ଯେଉଁଗଛରେ କଳା ପିମ୍ପୁଡ଼ି ଦଳ ବଦଳ ହୋଇ ଯାଆନ୍ତି ସେହି ଘରେ ଐଶ୍ୱର୍ଯ୍ୟର ବୃଦ୍ଧି ହୋଇଥାଏ ଏବଂ ଶୀଘ୍ର ହିଁ ଧନ ଲାଭ ହୋଇଥାଏ ଏହି ପିମ୍ପୁଡ଼ି ଯଦି ଆପଣ ଲାଇନରେ ଯିବା ଦେଖିଥିବେ ତାହେଲେ ଜାଣିବେ ଯେ ଗୃହରେ ମତ ଭେଦ ଦେଖାଯାଉଛି |
ପଞ୍ଚମରେ ରହିଛି ମୟୁର -ମୟୁର ଦେଖିବା ଏକ ଶୁଭ ବିଚାର ବୋଲି ମନକରାଯାଏ ଯଦି କୌଣସି ଘରେ ମୟୁର ଆସି ବସେ କିମ୍ବା ଘରେ ବାହାରେ ଦେଖା ଦିଏ ତେବେ ଏହା ଶୁଭ ସଙ୍କେତ ବିଚାର କରାଯାଏ |ଏହାର ଅର୍ଥ ଘରକୁ ଶୁଭ ଖବର ଆସିପାରେ |
ଷଷ୍ଟରେ ରହିଛି ବିଛା -ଗୃହରେ ବିଛା ଯଦି ଲାଇନରେ ଦେଖ ଯାଆନ୍ତି ତେବେ ଏହା ଅଶୁଭ ସଂକେତ ବୋଲି ମନା କରାଯାଏ ଘରେ ଯଦି ଗୋଟିଏ ଲାଇନରେ ଦୁଇ ତିନୋଟି ବିଛା ଦେଖା ଦିଅନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲିଯିବାର ଏହା ସୂଚନା ଦେଇଥାଏ |
ସପ୍ତମରେ ଚୁଚୁନ୍ଦ୍ରା -ଏହା ବି ଏକ ଶୁଭ ସଙ୍କେତ ବିଚାର କରାଯାଏ ଯଦି ଗୃହରେ ଚୁଚୁନ୍ଦ୍ରା ଟିଏ ଦେଖା ଦେଇଥାଏ ତେବେ ଏହା ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ ତେଣୁ ଏହାକୁ ସବୁ ଦୃଷ୍ଟିରୁ ଶୁଭ ବିଚାର କରାଯାଏ |
ଅଷ୍ଟମରେ ରହିଛି କୋଇଲି -କୋଇଲି ଘର ଉପରେ ଉଡ଼ିବା କିମ୍ବା ଘର ଉପରେ ବସିବା ଏକ ଶୁଭ ସଂକେତ ବିଚାର କରାଯାଏ ଘରର ଛାତ ଉପରେ କୋଇଲି ବସିବା ଗୃହର ଉନ୍ନତିର ସୂଚନା ଦେଇଥାଏ |ଯଦି କୋଇଲି ଏବଂ ପେଚା ସାଙ୍ଗ ହୋଇ ବସି ଥାଆନ୍ତି ତେବେ ଏହା ଅଶୁଭ ସଙ୍କେତ ବୋଲି ମନାଯାଏ |
ନବମର ରହିଛି ଆହତ ପକ୍ଷୀ -ଆହତ ହୋଇଥିବା ପକ୍ଷୀ ଯଦି ଗୃହ ଉପରେ ପଡ଼େ ତେବେ ଏହା ଏକ ଅଶୁଭ ସଙ୍କେତ ବିଚାର କରାଯାଏ ଯଦି ଆହତ ପକ୍ଷୀଟି ଘରର ଛାତ ଉପରେ ପଡ଼େ ତେବେ ଏହାର ଅର୍ଥ ଏହା ଯେ ନିକଟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି