ସେପ୍ଟେମ୍ବର 6 ପବିତ୍ର ଜନ୍ମାଷ୍ଟମୀର ଶୁଭ ସମୟ ,ଉପବାସ ରହି Puja କରିବାର ନିୟମ ଜାଣନ୍ତୁ ,ସବୁ ମନସ୍କାମନା ହେବ ପୂରଣ ଘରକୁ ଆସିବେ ପ୍ରଭୁ….

ନମସ୍କାର ଦର୍ଶକବନ୍ଧୁ ଏହି ବର୍ଷ ଜନ୍ମାଷ୍ଟମୀ ଦୁଇଦିନ ପଡ଼ିଛି ବୋଲି ପାଞ୍ଜିରେ ଲେଖାଅଛି କିନ୍ତୁ ଜନ୍ମାଷ୍ଟମୀ ପ୍ରକୃତରେ କେବେ ଓ ଶୁଭ ମୁହୁର୍ତ୍ତ କେତେବେଳେ ଅଛି ତାହା ଆଜି ଆମେ କହିବାକୁ ଯାଉଛୁ |ଏଥି ସହିତ ଜନ୍ମାଷ୍ଟମୀ ପର୍ବର ସମ୍ପୁର୍ଣ୍ଣ ବିଧି ଗୁଡ଼ିକ ବିଷୟରେ ଜଣାଇବୁ |ବନ୍ଧୁଗଣ ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି କିନ୍ତୁ ଜନ୍ମାଷ୍ଟମୀ କେବେ ପଡୁଛି ତାହାକୁ ନେଇ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ରହିଛି କିନ୍ତୁ ପ୍ରକୃତରେ ଚଳିତ ବର୍ଷ ଜନ୍ମାଷ୍ଟମୀ ସେପ୍ଟେମ୍ବର ମାସ 6 ତାରିକ ତଥା ଆଜି ପଡୁଅଛି |ତିଥି ଓ ନକ୍ଷତ୍ର ଅନୁଯାଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମି ତିଥି ଦିନରେ ହିଁ ପାଳନ କରାଯାଏ ବିଶ୍ୱାସ କରାଯାଏ ଯେ ଜନ୍ମାଷ୍ଟମୀ ଦିନ ବ୍ରତ ରଖି ଉପବାସ କଲେ ସମସ୍ତ ଅସୁବିଧା ଭକ୍ତଙ୍କ ଜୀବନରୁ ଦୂରେଇ ଯାଇଥାଏ |

ଭଗବାନ କୃଷ୍ଣଙ୍କ ଆଶୀର୍ବାଦରେ ସନ୍ତାନ ହୀନ ମହିଳା ମାନେ ସନ୍ତାନ ପ୍ରାପ୍ତି କରି ଥାଆନ୍ତି ଏହି ବର୍ଷ ଜନ୍ମାଷ୍ଟମୀ ପର୍ବ ହେଉଛି ବିରଳ |ବହୁତ ବର୍ଷ ପରେ ଏଭଳି ଏକ ସଂଯୋଗ ଘଟିବାକୁ ଯାଉଅଛି ଯାହା ବହୁତ ବିରଳ ଅଟେ ଶ୍ରୀମଦ ଭଗବତ ପୁରାଣ ଅନୁଯାଇ ଭଗବାନ ଶ୍ରୀକୃଷ୍ଣଙ୍କର ବୁଧବାର ଦିନ ମଧ୍ୟରାତ୍ରିରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଜନ୍ମ ହୋଇଥିଲେ |ଠିକ ଏହି ବର୍ଷ ଭାଦ୍ରବ ଅଷ୍ଟମୀ ତିଥି 6 ସେପ୍ଟେମ୍ବର ବୁଧବାର ଅର୍ଥାତ ଆଜି ଅପରାହ୍ନ 3 ଟା 37 ମିନିଟରେ ଆରମ୍ଭ ହେଉଛି |

ଅଷ୍ଟମୀ ତିଥି ପରଦିନ ଅର୍ଥାତ 7 ସେପ୍ଟେମ୍ବର ଗୁରୁବାର ଦିନ ଅପରାହ୍ନ 4 ଟା 14 ମିନିଟରେ ଶେଷ ହେବ |ତେଣୁ ଆଜି ଏହି ପର୍ବ ସାରା ଓଡ଼ିଶାରେ ପାଳନ କରାଯିବ |ଜନ୍ମାଷ୍ଟମୀ ଉପବାସ ବେଳେ କେମିତି ପାଳନ କରିବେ ଆସନ୍ତୁ ଜାଣିବା ତିଥି ଓ ନକ୍ଷତ୍ର ମାନଙ୍କ ଗଣନା ଅନୁସାରେ ଜନ୍ମାଷ୍ଟମୀ ଉପବାସ 6 ସେପ୍ଟେମ୍ବର ବୁଧବାର ଆଜି ପାଳନ କରାଯିବ |ଅନ୍ୟପଟେ ବୈଷ୍ଣବ ସମ୍ପ୍ରଦାୟ ଲୋକମାନେ 7 ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରନ୍ତି |ବିଶ୍ୱାସ ଅନୁଯାଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏଥର 5250 ବର୍ଷର ଜନ୍ମାଷ୍ଟମୀ ପାଳନ କରାଯିବ |

ଜନ୍ମାଷ୍ଟମୀର ଶୁଭ ସମୟ 6 ସେପ୍ଟେମ୍ବର ବୁଧବାର ଦିନ 1 ଟାଏ 41 ମିନିଟରୁ ଆରମ୍ଭ ହେବ ଏବଂ ଏହା ମଧ୍ୟରାତ୍ରି 3 ଟା ବାଜି 2 ମିନିଟ ପର୍ଯ୍ୟନ୍ତ ଲାଗି ରହିବ |ଏହି ସମୟରେ ଆପଣ ଜନ୍ମାଷ୍ଟମୀ ବ୍ରତ ପୂଜା କାର୍ଯ୍ୟ କରିପାରିବେ ଜନ୍ମାଷ୍ଟମୀରେ ଉପବାସ ପୂଜା କରାଯାଏ ଏବଂ ନବମୀରେ ଉପବାସ ସମ୍ପନ୍ନ ହୁଏ ଏହି ଉପବାସର ଗୋଟିଏ ଦିନ ପୂର୍ବରୁ ସପ୍ତମୀ ଦିନ କେବଳ ହାଲୁକା ଏବଂ ସ୍ଵାତିକ ଖାଦ୍ୟ ଖାଇବା ଉଚିତ |ଉପବାସ ଦିନ ସକାଳୁ ଗାଧେଇ ସାରିବା ପରେ ସମସ୍ତ ଦେବତା ମାନଙ୍କୁ ପ୍ରଣାମ କରା ଯାଇଥାଏ |

ତାପରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଠାକୁର ଘରେ ବସି ଏହା ପରେ ହାତରେ ପାଣି ଫଳ ଏବଂ ଫୁଲ ନେଇ ଭଗବାନଙ୍କୁ ମନେ ପକା ଯାଇଥାଏ ତାପରେ ଦ୍ୱାର ଗୋପଳଙ୍କ ପାଇଁ ସୁନ୍ଦର ସଜା ପ୍ରସ୍ତୁତ କରାଯାଇଥାଏ |ଭଗବାନ କୃଷ୍ଣ ଏବଂ ମାତା ଦେବତୀଙ୍କ ଏକ ପ୍ରତିମା ବା ସୁନ୍ଦର ଫୋଟ ସ୍ଥାପନ କରାଯାଇଥାଏ |ଏହି ଉପବାସ କେବଳ ରାତି 12 ଟା ପରେ କରାଯାଇଥାଏ ଏହି ଉପବାସରେ ଶସ୍ୟ ବ୍ୟବହାର କରାଯାଏ ନାହିଁ ତେଣୁ ଖାଦ୍ୟ ଭାବରେ ଆପଣ ଅନ୍ନ ,ଫଳ ଏବଂ ପୁରୀ ଖାଦ୍ୟ ଖାଇପାରିବେ

Leave a Reply

Your email address will not be published. Required fields are marked *