ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଆଉ ଏକ ବଡ଼ ସୂଚନା ଛାତ୍ର ଛାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତି ନେଲେ ରାଜ୍ୟ ସରକାର ତେବେ କଣ ରହିଛି ଅପଡେଟ ଡେରି ନକରି ଆସନ୍ତୁ ସମ୍ପୂର୍ଣ୍ଣ ଭାବରେ ଜାଣିବା |ଡ୍ରପ ଆଉଟ ପିଲାଙ୍କୁ ନିଯୁକ୍ତି କ୍ଷମ କରାଯିବ ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର (ସିଟିଟିସି )ରେ ସେମାନଙ୍କୁ ବିଭିନ୍ନ ଟ୍ରେଡ଼ ରେ ତାଲିମ ଦିଆଯିବ |
ଏନେଇ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ବିଭାଗୀୟ ସଚିବ ଅଶ୍ୱଥି ଏସ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆୟର ଶନିବାର ସିଟିଟିସି କ୍ୟାମ୍ପସ ପରିଦର୍ଶନ କରି ପ୍ରାରମ୍ଭିକ ଆଲୋଚନା କରିଛନ୍ତି |ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ କହିଛନ୍ତି ସିଟିଟିସି ରେ ବିଭିନ୍ନ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି |
ତେଣୁ ଡ୍ରପ ଆଉଟ ପିଲାଙ୍କୁ ତାଲିମ ପାଇଁ ଏହି ସେଣ୍ଟର ସହ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଛି |ଯେଉଁ ପିଲାମାନେ ମାଟ୍ରିକରୁ ଫେଲ ବା ଅଧାରେ ପାଠ ପଢା ଛାଡ଼ିଛନ୍ତି ସେମାନଙ୍କୁ ସିଟିଟିସି ରେ ତାଲିମ ଦେବା ଉପରେ ଆଲୋଚନା ହୋଇଛି |
ତିନି ମାସିଆ ଏବଂ ଛଅ ମାସିଆ ପାଠ୍ୟ କ୍ରମ ଅନୁସାରେ ସେମାନଙ୍କୁ ଏଠାରେ ତାଲିମ ଦିଆଯାଇ ନିଯୁକ୍ତି କ୍ଷମ ପ୍ରଦର୍ଶନ କରାଯିବ |ଏନେଇ ସିଟିଟିସିର ପ୍ରଶିକ୍ଷଣ ମୁଖ୍ୟ କେ .ଏମ ରାଜନ କହିଛନ୍ତି ଦଶମ ଡ୍ରପ ଆଉଟ ଠାରୁ ଆରମ୍ଭ କରି ଇଂଜିନିୟରଙ୍କ ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ବିକାଶ ତାଲିମ ଦିଆଯାଉଛି |