ଆଜିର ରାଶିଫଳ 2023 ସେପ୍ଟେମ୍ବର 6 ବୁଧବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଜି କିଛି ନୂଆ କାର୍ଯ୍ୟର ଶୁଭାରମ୍ଭ କରି ପାରନ୍ତି । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ମାନସିକ ଏବଂ ଶାରୀରିକ ଜୀବନ ସୁଖପ୍ରଦ ହେବ । ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳଆମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବେ । କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।

ବୃଷ ରାଶି -ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।

ମିଥୁନ ରାଶି -ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ-ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ବିଦ୍ୟାର୍ଥିମାନେ ପାଠପଢାରେ କୃତକାର୍ଯ୍ୟ ହେବେ ।କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।

କର୍କଟ ରାଶି -ରୁଚିକର ଭୋଜନରେ ଆପାୟିତ ହୋଇପାରନ୍ତି । ମହିଳାମାନେ ଲାଭବାନ ହୋଇପାରନ୍ତି । ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ । କର୍ତବ୍ୟନିଷ୍ଠ ହେବେ । ରାଜନୀତିରେ ଉନ୍ନତି ଯୋଗ ରହିଛି । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ବିଦେଶୀ ଯାତ୍ରାକୁ ଯାଇପାରନ୍ତି କର୍ମ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି ।

ସିଂହ ରାଶି -ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବ । ବହୁ ଶୁଭ ଫଳ ମିଳିବ । ସରକାରୀ ସ୍ତରରେ ସମ୍ମାନୀତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ହଠାତ ଅର୍ଥ ମିଳିପାରେ । ଆତ୍ମବିଶ୍ୱାସରେ ହ୍ରାସ ଘଟିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ । ଅତ୍ୟଧିକ କ୍ରୋଧ ରୁ ଦୂରେଇ ରୁହନ୍ତୁ ।

କନ୍ୟା ରାଶି -ନିରାଶ ଏବଂ ଅସନ୍ତୋଷ ମନରେ ରହିବ । ମନ ଅସ୍ଥିର ରହିବ । ପରିବାରରେ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଲାଭ ପାଇଁ ସୁଯୋଗ ମିଳିପାରିବ । ଅର୍ଥଲାଭ ସୁଯୋଗ ଅଛି ।ଶିଳ୍ପ, ବ୍ୟବସାୟ ତଥା ଏଜେନ୍ସିପରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ

ତୁଳା ରାଶି -କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସାମନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସତର୍କତାସହ ଚଳିବାକୁ ପଡ଼ିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟରେ ଅସୁବିଧା ହେବ, କିନ୍ତୁ କଠିନ ପରିଶ୍ରମ ମଧ୍ୟ ଅଧିକ ହେବ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।

ବିଛା ରାଶି -ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟରେ ପରିବର୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ । ସମ୍ମାନ ମିଳିବ । ଟଙ୍କା ମିଳିବାର ସମ୍ଭାବନା ରହିଛି ।

ଧନୁ ରାଶି -ପୂର୍ବରୁ ଚାଲୁ ରହିଥିବା ଯୋଜନାରେ ପରିବର୍ତନ କରି ନୂଆ ଯୋଜନା କରିବେ । ମିଷ୍ଠାନ ଭୋଜନରେ ଆପାୟିତ ହେବେ । ଆୟ ଆଶାନୁରୂପ ହେବ । ମନ ଅସୁବିଧାରେ ପଡ଼ିବ । ଆତ୍ମବିଶ୍ୱାସରେ ହ୍ରାସ ଘଟିବ । ବାର୍ତ୍ତାଳାପରେ ସନ୍ତୁଳିତ ରୁହନ୍ତୁ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି ।

ମକର ରାଶି -ମନ ଅସ୍ଥିର ରହିବ । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ଚାକିରିରେ ଅଧିକାରୀଙ୍କ ସହଯୋଗ ପାଇବେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶିକ୍ଷାଗତ କାର୍ଯ୍ୟରେ ସଫଳ ହେବେ । ନୂତନ ଜମି କିଣିବାର ସୁଯୋଗ ମିଳିବ । ବ୍ୟୟ ପରିମାଣ ବୃଦ୍ଧି ହେବ ।

କୁମ୍ଭ ରାଶି -ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ହୋଇପାରେ । ଆୟ ବୃଦ୍ଧି ପାଇବ । କଠିନ ପରିଶ୍ରମ ଅଧିକ ହେବ । ଆୟ ଆଶାନୁରୂପ ହେବ । ଚନ୍ଦ୍ରଭୋଗ ହେତୁ ଯାନବାହନରେ ସତର୍କତା ଅବଲମ୍ବନ କରିବେ । ଉଚ୍ଚ ମହଲରେ ସମ୍ମାନୀତ ହୋଇପାରନ୍ତି ।

ମୀନ ରାଶି -ଗୃହକୁ ବନ୍ଧୁଙ୍କ ଆଗମନ ହେବ । ମନ ଖୁସି ହେବ । ବୈବାହିକ ସୁଖ ବୃଦ୍ଧି ପାଇବ । ପରିବାର ସହିତ ଏକ ଯାତ୍ରାକୁ ଯାଇପାରନ୍ତି । ଧନପ୍ରାପ୍ତି ହେବେ । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଜୟୀ ହେବେ । ପ୍ରଶଂସା ପାଇବେ ।

Leave a Reply

Your email address will not be published. Required fields are marked *