ନମସ୍କାର ବନ୍ଧୁଗଣ ମଠପଡ଼ା ସାତପାଟଣାର ୨୨ ବର୍ଷୀୟ ମିଲନ ସାହୁ ୨୦୨୦ ମସିହାରେ ମାରାତ୍ମକ ରୋଗରେ ପୀଡିତ ହେଲେ ତାଙ୍କୁ ଅଲ୍ସର୍ କୋଲାଇଡ୍ସ ହୋଇଥିଲା ରୋଗ ଏମିତି ଏକ ସ୍ତରରେ ପହଞ୍ଚିଥିଲା ଯେ ଯାହା ଫଳରେ ଡାକ୍ତର ବି କହି ଦେଇଥିଲେ ଆଉ ବେଶୀଦିନ ରୋଗୀ ବଞ୍ଚିବ ନାହିଁ ବାପା ଜଣେ ପରାଲିଶିସ ରୋଗୀ ଘର କଥା କେବଳ ମାଆ ହିଁ ବୁଝନ୍ତି ଫେବୃୟାରୀ ୧ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମିଲନଙ୍କୁ ଆଡ଼ମିଶନ କରାଯାଇଥିଲା ତାପରଦିନ ଅପରେସନ କରିବା ପାଇଁ ଡାକ୍ତର କହିଥିଲେ ତା ପୂର୍ବରୁ ମିଲନଙ୍କ ବୋଉଙ୍କୁ ଡାକ୍ତର ଡାକି କହିଲେ ଆପଣଙ୍କ ପୁଅର ଯେଉଁ ଅବସ୍ଥା ଅଛି ସେଥିରୁ ଫେରିବା ବୋହୁତ କଷ୍ଟକର ଆମେ ଅପରେସନ କରିଦେବା କିନ୍ତୁ କିଛି କହି ହେବନାହିଁ ହୁଏତ ସେ ଜୀବନ ହରାଇ ପାରନ୍ତି କିନ୍ତୁ ରୋଗୀଙ୍କୁ କିଛି କହିବେ ନାହିଁ ନହେଲେ ସେ ଭାଙ୍ଗି ପଡ଼ିବ ତେଣୁ ଅପରେସନ ଭଲରେ ହେଇଯାଉ ସେତିକି ଠାକୁରଙ୍କୁ ଡାକନ୍ତୁ।
ଡାକ୍ତରଙ୍କ କଥା ଶୁଣି ବୋଉଙ୍କ ଆଖିରୁ ଲୁହ ଧାର ଧାର ବୋହି ଚାଲିଥିଲା ଡାକ୍ତରଙ୍କ ଚାମ୍ବରରେ ଅନେକ ସମୟ ଯାଏଁ କାନ୍ଦିଲେ ପରେ ଡାକ୍ତର କହିଲେ ଅଧାର୍ଯ୍ୟ ହୁଅନ୍ତୁ ନାହିଁ ଆମେ ଆମର କାମ କରିବୁ କିନ୍ତୁ ବାକି ସେହି ଠାକୁରଙ୍କ ଇଚ୍ଛା ପୁଅ ବେଡ ପାଖରେ ପହଞ୍ଚିବା ପରେ ମିଲନ ପଚାରିଥିଲେ ବୋଉ ଡାକ୍ତର କଣ କହିଲେ ମିଲନଙ୍କ ମାଆ କହିଲେ ସେ କହିଲେ ତୁ ଜଲ୍ଦୀ ଠିକ୍ ହୋଇଯିବୁ କଲି ଅପରେସନ ପରେ ସବୁ ଠିକ୍ ହୋଇଯିବ ତୁ ଜମା ବ୍ୟସ୍ତ ହଅନା ମନରେ ତୁ ଯାହାକୁ ଭକ୍ତି କରୁଛୁ ତାକୁ ଡାକେ ସେ ଭଲରେ ତତେ ଏହି ବିପଦରୁ ଉଦ୍ଧାର କରୁ ଏତିକି କହି ବୋଉ କାନ୍ଦ ଅଟକାଇ ପାରିଲେ ନାହିଁ ଅମାନିଆ ଲୁହ ଗୁଡ଼ା ବହିଗଲା ମିଲନ ବୋଉର କାନ୍ଦ ଦେଖି ବୁଝିଗଲା ଆଉ କହିଲା ମୋର ଯଦି ଏତିକିରେ ଯିବାର ଥିବ ମୁଁ ଯିବି ତୁ କାନ୍ଦିଲେ ମୁଁ ଭାଙ୍ଗି ପଡ଼ିବି ବୋଉ।
ସକାଳୁ ମିଲନ ଓଟିକୁ ଯିବାକୁ ପ୍ରସ୍ତୁତ ହେଉଥାନ୍ତି ବୋଉ ବି ମିଲନକୁ ନେଇ ହସ୍ପିଟାଲ୍ ରେ ଥିବା ଗଣେଶଙ୍କ ମୂର୍ତ୍ତି ସାମ୍ନାରେ ଦୀପଟିଏ ଲଗାଇ ପୁଅ ହାତକୁ ବଢାଇ ଦେଲେ ଆଉ ଜଲ୍ଦୀ ଆରୋଗ୍ୟ କରିଦେବାକୁ କହିଲେ ପରେ ଗଣେଶଙ୍କ ମୂର୍ତ୍ତିରୁ ଚନ୍ଦନ ଆଣି ପୁଅ ମୁଣ୍ଡରେ ଲଗାଇଦେଇ କହିଲେ ଧନରେ ମୋ ଆୟୁଷ ତତେ ଲାଗି ଯାଉ ତୁ ଜଲ୍ଦୀ ସୁସ୍ଥ ହୋଇ ମୁଁ ମୋ କୋଳକୁ ଫେରି ଆସିବୁ ମନବଳ ହରାଇବୁ ନାହିଁ ଏତିକି କହି କାନ୍ଦି କାନ୍ଦି ପୁଅ କପାଳରେ ଚୁମା ଦେଇ କାନ୍ଦିବାକୁ ଲାଗିଲେ ମିଲନ ପୁଣି ବୋଉକୁ ବୁଝାଇ ଦେଇ କହିଲା ବୋଉ ତୁ ପୁଣି କାନ୍ଦିଲୁ ତୁ ଜମା ବ୍ୟସ୍ତ ହଅନା ଯାହା ହବାର ଥିବ ହବ ତୁ କାନ୍ଦିଲେ ମୁଁ ବେଶୀ ଭାଙ୍ଗି ପଡ଼ୁଛି।
ମିଲନ ଓଟି ଭିତରକୁ ଗଲେ ଆଉ ଅପରେସନ ବେଡ୍ ରେ ଯାଇ ଶୋଇଲେ ଆଉ ମନେ ମନେ ଠାକୁରଙ୍କୁ ଡ଼ାକିଲେ ହଠାତ୍ ମିଲନ ଦେଖନ୍ତି ଜଗନ୍ନାଥଙ୍କ ମୁହଁ ଭଳି ଗୋଟିଏ କଳା ମୁହଁ ଆସି ତାଙ୍କ ପାଖରେ ଛିଡ଼ା ହେଲେ ଆଉ ହସି ଦେଇ ମିଲନଙ୍କ ମୁଣ୍ଡକୁ ଆଉଁସି ଦେଇ କହିଲେ ମୁଁ ତୋ ପାଖରେ ଥିଲି ଦେଖିବୁ ସବୁ ଠିକ୍ ହୋଇଯିବ ଏଇଠି ବସିଲି ତୋର ଅପରେସନ ପରେ ଚାଲିଯିବି ଏତିକି ଶୁଣି ମିଲନ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଘୋଷି ହେଉଥାନ୍ତି ମିଲନଙ୍କ ଆଖିକୁ ନିଦ ଆସିଗଲା ହୋସ ଫେରିଲା ବେଳକୁ ସେ ଆଇସିୟୁରେ ଅଛନ୍ତି ଡାକ୍ତର ତାଙ୍କ ପାଖରେ ଛିଡ଼ା ହୋଇ କିଛି ଦେଖୁଥାନ୍ତି ମିଲନଙ୍କ ହୋସ ଫେରିବା ଦେଖି ଡାକ୍ତର କହିଲେ ଆପଣ ଜଣେ ଭାଗ୍ୟବାନ ଯୁବକ ଆପଣଙ୍କୁ ଯେଉଁ ରୋଗ ହୋଇଥିଲା ସେଥିରୁ ବଞ୍ଚିବା ଅସମ୍ଭବ କିନ୍ତୁ ତୁମ ଅପରେସନ ସଫଳ ହୋଇ ତୁମେ ଏକ ନୂଆ ଜୀବନ ପାଇଛ ମିଲନ ମନେ ମନେ ଭାବୁଥାନ୍ତି ସେ ତ ବଞ୍ଚାଇବାକୁ ଆସିଥିଲା ମରିଥାନ୍ତି କେମିତି ସୁସ୍ଥ ହେବାପରେ ପରିବାର ଲୋକଙ୍କୁ ସବୁକଥା କହିଥିଲେ ମିଲନ ଆଉ ସବୁ ଶୁଣି ମିଲନଙ୍କ ମାଆ ହାତ ଯୋଡ଼ି କହିଲେ କାଳିଆରେ ମୋ ସଂସାର ଉଦ୍ଧାର କରି ଦେଇଛୁ ମୁଁ ରୁଣୀ ହୋଇଗଲି ତୋ ପାଖରେ କାଳିଆ ସେବେଠାରୁ ସୁସ୍ଥ ଅଛନ୍ତି ମିଲନ।