ନମସ୍କାର ଦର୍ଶକବନ୍ଧୁ ଭାରତୀୟ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାହା ବର୍ତ୍ତମାନ ସେ ବାପା ହୋଇଛନ୍ତି ଖେଳା ଯାଉଥିବା ଏସିଆ କପରେ ବୁମରାହା ଭାରତୀୟ ଦଳରେ ଏକ ଅଂଶ ହୋଇଛନ୍ତି କିନ୍ତୁ ସେପ୍ଟେମ୍ବର 4 ରେ ଅର୍ଥାତ ଆଜି ନେପାଳ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ ପୂର୍ବରୁ ସେ ମୁମ୍ବାଇ ଫେରିଥିଲେ ବର୍ତ୍ତମାନ ବୁମରାହା ସୋସିଆଲ ମେଡିଆ ମାଧ୍ୟମରେ ସୂଚନା ଦେଇ କହିଛନ୍ତି|
ସେ ବାପା ହୋଇଛନ୍ତି ଏବଂ ଏକ ଶିଶୁ ପୁତ୍ର ତାଙ୍କ ଘରେ ଜନ୍ମ ନେଇଛି |ବୁମରାହା ସୋସିଆଲ ମେଡିଆ ଜରିଆରେ ଏକ ଫୋଟ ଶେୟାର କରିଥିଲେ ଯେଉଁଥିରେ କେବଳ ତାଙ୍କ ଛୋଟ ପୁଅର ହାତ ଦେଖାଯାଉଛି ଏହି ଫୋଟ ସହିତ କ୍ୟାପ୍ସନରେ ଲେଖିଛନ୍ତି ଆମର ଛୋଟ ପରିବାର ବଢିଛି |
ଆଜି ଆମ ଘରେ ଛୋଟ ପିଲା ଅଙ୍ଗଦ ଯଶପ୍ରୀତ ବୁମରାହାକୁ ଦୁନିଆକୁ ସ୍ୱାଗତ କରିଛୁ ଆମେ ଚାନ୍ଦ ଉପରେ ଅଛୁ ଏବଂ ଆମ ଜୀବନରେ ନୂତନ ମ୍ୟାଚ ଆରମ୍ଭ କରିଛୁ |ତେବେ ଗୁରୁତ୍ୱପୂର୍ଣ୍ଣ କଥା ଯେ ବୁମରାହା ପ୍ରାୟ ଏକ ବର୍ଷ ପରେ ଆହତରୁ ସୁସ୍ଥ ହୋଇ ମୈଦାନକୁ ଫେରିଛନ୍ତି |
ତେଣୁ ଏସିଆ କପ ଚାଲିଥିବା ସମୟରେ ବୁମରାହା ଏଭଳି ଖବର ଶୁଣି ପତ୍ନୀଙ୍କ ପାଖକୁ ଫେରି ଆସିଥିଲେ |ତିନିଦିନ ରହିବା ପରେ ପୁଣି ବୁମରାହା ସୁପର-4 ମ୍ୟାଚରେ ଉପଲବ୍ଧ ରହିବେ |ଏସିଆ କପରେ ବୁମରାହାଙ୍କ କମ ବ୍ୟାକ ପାଇଁ ତାଙ୍କ ଫ୍ୟାନ ବହୁତ ଉତ୍ସାହିତ ରହିଛନ୍ତି |