Weather Update:ଅତି ଭୀଷଣ ରୂପ ଧାରଣ କଲା ଲଘୁଚାପ, ପାଣିପାଗ ବିଭାଗ ଦେଲା ବଡ଼ ସୂଚନା ,ଏହି ସବୁ ଜିଲ୍ଲାରେ ଆଗାମୀ 4ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ନମସ୍କାର ଦର୍ଶକବନ୍ଧୁ ଗତକାଲି ରାଜ୍ୟରେ ବିଜୁଳି ଘଡ଼ଘଡ଼ି ବର୍ଷା ସାଙ୍ଗକୁ 10 ଜଣକ ମୃ-ତ୍ୟୁ ଘଟିଛି ଠିକ ସେପରି ଆଜି ମଧ୍ୟ କିଛି ଜିଲ୍ଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ଅଛି ଏହା ଛଡ଼ା ଏବେ ଏକ ଲଘୁଚାପ ଜାରି ରହିଛି ଯାହାର ପ୍ରଭାବରେ 7 ତାରିକ ପର୍ଯ୍ୟନ୍ତ ବର୍ଷା ରହିବ ଏନେଇ ଆଞ୍ଚଳିକ ପାଣିପାଗ ଭୁବନେଶ୍ୱର ପକ୍ଷରୁ ଜାରି ହେଲା ନୂଆ ରିପୋର୍ଟ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା କେଉଁ ଜିଲ୍ଲା ମାନଙ୍କୁ ଆଲର୍ଟ ଜାରିକଲା ପାଣିପାଗ ବିଭାଗ |

ଉତ୍ତର ପୂର୍ବ ବଙ୍ଗୋପସାଗର ବାୟୁମଣ୍ଡଳରେ 5.8 କିଲୋମିଟର ଯାଏ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ଏହାର ପ୍ରଭାବରେ ଆସନ୍ତା 48 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସମ୍ଭାବନା ରହିଛି |ଆଜି କୋରାପୁଟ ,ନବରଙ୍ଗ ପୁର ,କଳାହାଣ୍ଡି ,ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ |

ଖୋର୍ଦ୍ଧା ,ପୁରୀ ,କଟକ ,ଢେଙ୍କାନାଳ ,କେଉଁଝର ,ସମ୍ବଲପୁର ,ଅନୁଗୁଳ ,ସୋନପୁର ,ବୌଦ୍ଧ ,ବରଗଡ଼ ,ରାୟଗଡ଼ା ,ବଲାଙ୍ଗୀରି ,ନୂଆପଡ଼ା ,ଗଂଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ସେହିପରି ଅବଶିଷ୍ଟ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସମେତ ପ୍ରବଳ ବର୍ଷା ହେବ |7 ତାରିକ ଯାଏ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି |

6 ତାରିକ ବେଳକୁ ରାଜ୍ୟରେ ବର୍ଷାର ପରିମାଣ କିଛି ମାତ୍ରାରେ କମିପାରେ ମାଲକାନଗିରି ,ନବରଙ୍ଗପୁର ,କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ରାୟଗଡା ,ଗଜପତି ,ନୂଆପଡ଼ା ,କନ୍ଧମାଳ ,ପୁରୀ ,ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ |ଆସନ୍ତା କାଲି ରାଜଧାନୀ ଏବଂ ଏହାର ଆଖ ପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *