ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ଏକ ବଡ଼ ସୂଚନା ଅନୁସାରେ ଆସନ୍ତା 4 ତାରିକ ଠାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ତେବେ ଆସନ୍ତୁ ଜାଣିବା ପାଣିପାଗ ନେଇ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |3 ତାରିକରେ ଅର୍ଥାତ ଆଜି ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ 4 ତାରିକରେ ରାଜ୍ୟରେ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି ସେପଟେ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରଭାବ ଜାରି ରହିଛି |
ଗତ 24 ଘଣ୍ଟାରେ ରାଜ୍ୟରେ ହାରାହାରି 0.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା 7.9 ମିଲିମିଟର ତୁଳନାରେ 98 ପ୍ରତିଶତ ବର୍ଷା କମ ରହିଛି |ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନ ଠାରୁ ଯଥେଷ୍ଟ ଉତ୍ତରରେ ରହିବା ସହ ହିମାଳୟର ପାଦ ଦେଶରେ ଅବସ୍ଥାନ କରୁଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି |
ଅନ୍ୟପଟେ ରାଜ୍ୟରେ ନିୟନ୍ତିୟ ବର୍ଷା ଦ୍ୱାରା ଖରିପ ଫସଲ ମାଡ଼ ଖାଇଛି |ଅଗଷ୍ଟ 14 ଠାରୁ ରାଜ୍ୟରେ 14 ପ୍ରତିଶତ ନିଅଁଟିୟା ବର୍ଷା ଲାଗି ରହିଛି ଗାଣିତ୍ୟକ ହିସାବରେ ବର୍ଷାର ପରିମାଣ ସ୍ୱାଭାବିକ ହୋଇପାରେ କିନ୍ତୁ ଫସଲର ଅବସ୍ଥାରେ ଏହି ପାଣିପାଗ ଅଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି |
4 ତାରିକରେ ଉତ୍ତର ଆନ୍ଦ୍ର ଓ ଉପକୂଳ ସଂଲଗ୍ନ ଓଡିଶା ଉପକୂଳରେ ଦୂରରେ ରହିବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ 8 ରୁ 9 ତାରିକରେ ଏହା ସମୁଦ୍ରରେ ରହି ବର୍ଷା କରାଇବ ରାଜ୍ୟରେ ନିଅଁଟିୟ ବର୍ଷା ଯୋଗୁଁ ଧାନ ସହିତ ତୈଳ ଯିବ ଡାଲି ଜାତୀୟ କପା ବା ଆଖୁ ଫସଲର ଖେତ କମି ଯାଇଛି ଲଗା ଯାଇଥିବା ଫସଲ ମଧ୍ୟ ପ୍ରଭାବିତ ହୋଇଛି