ମେଷ ରାଶି -ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳଆମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବେ । କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।ରୋଗୀର ଆରୋଗ୍ୟ ସକାଶେ ଋଣ ପରିଶୋଧ ପାଇଁ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ।
ବୃଷ ରାଶି -ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।
ମିଥୁନ ରାଶି -ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ-ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ବିଦ୍ୟାର୍ଥିମାନେ ପାଠପଢାରେ କୃତକାର୍ଯ୍ୟ ହେବେ ।ମିତ୍ରମାନେ ଭୁଲ୍ ବୁଝାମଣା ହେତୁ କ୍ରମଶଃ ଦୂରେଇ ଯାଇପାରନ୍ତି।
କର୍କଟ ରାଶି -ଛାତ୍ରଛାତ୍ରୀଙ୍କୁ କ୍ରିଡା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିତ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ ।କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ।
ସିଂହ ରାଶି -କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାନ ସମାନ ମିଳିବ । ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ । ମନ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ ।ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ମତଭେଦର ସୂଚନା ଦେଖାଦେଇପାରେ।
କନ୍ୟା ରାଶି -ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।
ତୁଳା ରାଶି -କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ । ଦୁର୍ଘଟଣା ଘଟିପାରେ ସତର୍କ ରୁହନ୍ତୁ । କିଛି କଥାକୁ ନେି ଚିନ୍ତାରେ ରହିବେ । ପୂଜାପାଠରେ ସମୟ ବିତିବ ।ମାତ୍ର ଗତକାଲିଠାରୁ ମନରେ ଭାବୁଥିବା କଥାଟି ଆଜିହିଁ ବାସ୍ତବରେ ପରିଣତ ହେବ।
ବିଛା ରାଶି -ଦୂରଯାତ୍ରା କରିପାରନ୍ତି । ମନ ଭଲ ରହିବ । ପ୍ରିୟ ଲୋକଙ୍କ ସହ ଦେଖା ହୋଇପାରେ । ପରିବାର ସହ ସମୟ ବିତାଇବେ । କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ ।ପଡ଼ୋଶୀଙ୍କ ଦ୍ୱାରା ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବେ।
ଧନୁ ରାଶି-ଆଜି ଆପଣଙ୍କ ଆୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ମଧ୍ୟ ଆୟ ଉତ୍ତମ ରହିବ ।କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ।
ମକର ରାଶି -ଆଜି ଆଶାଠୁ ଅଧିକ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଦିନଟି ଭଲରେ ବିତିବ । ନୂଆ ଚାକିରୀର ପ୍ରସ୍ତାବ ଆସି ପାରେ ।ରଚନାମତ୍କ କାର୍ଯ୍ୟ, ଗବେଷଣା, ଅନୁସନ୍ଧାନ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ।
କୁମ୍ଭ ରାଶି-ଶରୀରରେ କ୍ଳେଶ ଲାଗିବ ଭଳି ସମସ୍ୟା ଦେଖା ଦେବ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ । ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି ।ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବା କାରଣରୁ ମାନସିକ ଶାନ୍ତି ଅନୁଭବ କରିବେ।
ମୀନ ରାଶି -କୌଣସି ପ୍ରସଙ୍ଗକୁ ନେଇ ପାରିବାରିକ ସମସ୍ୟା ଦେଖାଦେଇପାରେ । ବାଧାବିଘନ୍ନ ଓ ସମସ୍ୟା ଲଗି ରହିବ । ନକାରାତ୍ମକ ଚିନ୍ତା ମନକୁ ଆସିବ ।ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଦୂର ସମ୍ପର୍କୀୟ ବନ୍ଧୁ ହଠାତ୍ ଆସିପାରନ୍ତି