ନମସ୍କାର ଦର୍ଶକବନ୍ଧୁ ଆସୁଛି ବର୍ଷା ଗରମରୁ ମିଳିବ ମୁକ୍ତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ଆଜି ପାଇଁ ଘଡ଼ଘଡ଼ି ସହ ବର୍ଷା ନେଇ 22 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ |ତେବେ ଆସନ୍ତୁ ଜାଣିବା କଣ ସେହି ଜିଲ୍ଲାଗୁଡିକ ରହିଛି ଜାଣିବା କଣ ରହିଛି ପାଣିପାଗ ବିଭାଗର ନୂଆ ରିପୋର୍ଟ |ତେବେ 22 ଗୋଟି ଜିଲ୍ଲାକୁ ହେଉଛି ଝାରସୁଗୁଡ଼ା ,ସୁନ୍ଦରଗଡ଼ ସମ୍ବଲପୁର ,ଦେବଗଡ଼ ,ଅନୁଗୁଳ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ କୁହାଯାଇଛି |
ସେହିପରି ଯାଜପୁର ,ବାଲେଶ୍ୱର ,ଭଦ୍ରକ ବରଗଡ଼ ,ନୂଆପଡ଼ା ,କଳାହାଣ୍ଡି ,ସୋନପୁର ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି |ତେବେ ନବରଙ୍ଗପୁର ,ମାଲକାନଗିରି ,କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ଏହା ଛଡ଼ା କନ୍ଧମାଳ ,ବୌଦ୍ଧ ,ଗଂଜାମ ,ଗଜପତି ଏବଂ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ସେପଟେ ରାଜ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ 4 ତାରିକ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଏକ ସମ୍ଭାବନା ରହିଛି |ଏହାର ପ୍ରଭାବରେ ପବନର ବେଗ ପରିବର୍ତ୍ତନ ହେବା ସହିତ ପାଗରେ ପରିବର୍ତ୍ତନ ଆସିବ ତେବେ 3 ତାରିକରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ ଏହା ସହ ପାଣିପାଗ ବିଭାଗ ଭାରି ବର୍ଷାର ପୂର୍ବାନୁମାନ କରିଛି |
ଆଜି ମଧ୍ୟ ରାଜ୍ୟରେ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି |ବିଶେଷ କରି ଉପକୂଳ ବର୍ତ୍ତୀ ଅଞ୍ଚଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷା ହୋଇପାରେ ତେବେ ଆସନ୍ତା କାଲି ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି |ତେବେ ଆଜିଠାରୁ ଆଗାମୀ 5 ଦିନ ପର୍ଯ୍ୟନ୍ତ ଭିଯିବ ଓଡିଶା |