ନମସ୍କାର ବନ୍ଧୁଗଣ ଆଣିଥିଲେ କୁକୁର କିନ୍ତୁ ବଡ଼ ହେଲାପରେ ହେଲା ଭାଲୁ ଅଜାଣତରେ ୨ ବର୍ଷ ଧରି ପୋଷା ମାନିଥିଲା ଭାଲୁ ଏହିପରି ଏକ ଘଟଣା ହେଉଛି ଭାଇରାଲ ଚାଇନାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଏକ ପରିବାର ଜାଣିବାକୁ ପାଇଲେ ଯେ ସେମାନେ ଗତ ୨ ବର୍ଷ ଧରି ପାଳୁଥିବା ସୁନ୍ଦର କୁକୁରଟି ପୋଷା କୁକୁର ନୁହେଁ ବରଂ ଗୋଟିଏ ଅଜବ ପ୍ରଜାତିର ଭାଲୁ ଥିଲା।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଚାଇନାର ୟୁନାଙ୍ଗ ପ୍ରଦେଶର ଏକ ଗାଁରେ ରହୁଥିବା ଶୁୟୁଙ୍ଗ ୨୦୧୬ ମସିହାରେ ଛୁଟିରେ ତିବତ୍ ରୁ କୁକୁର ଛୁଆଟିଏ ଘରକୁ ଆଣିଥିଲେ ଅବଶ୍ୟ ୨ ବର୍ଷ ପରେ ଯେତେବେଳେ କୁକୁରଟି ବଡ଼ ହେଲା ସେ ପ୍ରାୟ ୨୫୦ ପାଉଣ୍ଡର ଯାହା ୧୧୪ କିଲୋଗ୍ରାମ ଓଜନର ହୋଇଗଲା ଏବଂ ଦୁଇ ଗୋଡ଼ରେ ଚାଲିବା ଆରମ୍ଭ କଲା ପରିବାର ଏହାକୁ ସନ୍ଦେହ କରିଥିଲେ ପରେ ଜାଣିବାକୁ ପାଇଲେ କୁକୁରଟି ପ୍ରକୃତରେ ଏକ ଏସୀୟ କଳା ଭାଲୁ |
ତିବତ୍ ମାର୍ସ୍ତିଫ କୁକୁର ବଡ଼ ଏବଂ କଲା ବାଦାମୀ ଲୋମ ସହିତ କଳା ରଙ୍ଗର ଭାଲୁ ପରି ଦେଖାଯାଏ ସେମାନଙ୍କ ଓଜନ ୧୫୦ ପାଉଣ୍ଡ ହୋଇପାରେ ଯାହା ପ୍ରାୟ ୬୯ କିଲୋଗ୍ରାମ ଶୁୟୁଙ୍ଗ କହିଛନ୍ତି ଯେ ତାଙ୍କ କୁକୁରକୁ ଅଧିକାଂଶ ସମୟ ଭୋକ ଲାଗୁଥିଲା ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ସେ ପ୍ରତିଦିନ ଫଳ ଭର୍ତ୍ତି ବାକ୍ସ ଏବଂ ଦୁଇଟି ବାଲ୍ଟି ନୁଡଲ୍ସ ଖାଉଥିଲା ସେ ଯେତେବେଳେ ବଡ଼ ହେଲା ଭାଲୁ ପରି ଦେଖାଗଲା |
୨ ବର୍ଷ ଧରି ପାଳିବା ପାରେ ସେ ସନ୍ଦେହ କରିବାକୁ ଲାଗିଲେ ଯେ କୁକୁର ପ୍ରକୃତରେ ଏକ କଳା ଭାଲୁ ସେ ସଙ୍ଗେ ସଙ୍ଗେ ଜଙ୍ଗଲ ବିଭାଗର ଅଧିକାରୀ ମାନଙ୍କ ପାଖକୁ ଯାଇଥିଲେ ଅଧିକାରୀମାନେ ଏହାକୁ ଏକ କଳା ଭାଲୁ ବୋଲି ଚିହ୍ନଟ କରିଥିଲେ ପରିବାର ସଦସ୍ୟ ପଶୁକୁ ଡରୁଥିଲେ ଭାଲୁକୁ ବନ୍ୟଜନ୍ତୁ ଆଶ୍ରୟକୁ ନେବା ପୂର୍ବରୁ ଶୁୟୁଙ୍ଗ ଭାଲୁକୁ ୱାଇଲ୍ଡ ଲାଇଫ ଉଦ୍ଧାର କେନ୍ଦ୍ରକୁ ନେଇ ଯାଇଥିଲେ ଯେଉଁଠାରେ ଏହାକୁ ନଜରରେ ରଖା ଯାଇଥିଲା ଏହାର ଓଜନ ୪୦୦ ପାଉଣ୍ଡ ପର୍ଯ୍ୟନ୍ତ ହୋଇପାରେ।