ଆଜିର ରାଶିଫଳ 2023 ସେପ୍ଟେମ୍ବର 2 ଶନିବାର ,କେମିତି କଟିବ ଆଜିର ଦିନ |

ମେଷ ରାଶି -ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳଆମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବେ । କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ବୃଷ ରାଶି -ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।

ମିଥୁନ ରାଶି -ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ-ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ବିଦ୍ୟାର୍ଥିମାନେ ପାଠପଢାରେ କୃତକାର୍ଯ୍ୟ ହେବେ ।ଅଫିସ୍‌ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ।

କର୍କଟ ରାଶି -ରାଶ୍ୟାଧିପ ଭାଗ୍ୟସ୍ଥାନରେ ଥିବାରୁ ସହକର୍ମୀଙ୍କ ସହଯୋଗରେ ବଡ଼ କାମଟିଏ କରିବେ। ଆତ୍ମତୃପ୍ତି ଲାଭ ସଙ୍ଗେ ସଙ୍ଗେ ପରିବାରରୁ ପ୍ରଶଂସିତ ହେବେ। କିନ୍ତୁ ଆକସ୍ମିକ ଭାବରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ଦୂରଯାତ୍ରା କାଳରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।

ସିଂହ ରାଶି -ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାନ ସମାନ ମିଳିବ । ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ । ମନ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ ।

କନ୍ୟା ରାଶି -ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।

ତୁଳା ରାଶି -କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ । ଦୁର୍ଘଟଣା ଘଟିପାରେ ସତର୍କ ରୁହନ୍ତୁ । କିଛି କଥାକୁ ନେି ଚିନ୍ତାରେ ରହିବେ । ପୂଜାପାଠରେ ସମୟ ବିତିବ ।ବନ୍ଧୁମାନେ ସହଯୋଗ କାରଣରୁ ଶତ୍ରୁମାନେ କିଛି କରିପାରିବେ ନାହିଁ |

ବିଛା ରାଶି -ପ୍ରଶାସନିକ ସ୍ତରରେ, ସଭାସମିତିରେ, ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ତଥାପି ଆପଣଙ୍କ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।

ଧନୁ ରାଶି -ଆଜି ଆପଣଙ୍କ ଆୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ମଧ୍ୟ ଆୟ ଉତ୍ତମ ରହିବ ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରେ ସୁଫଳ ପାଇବେ।

ମକର ରାଶି -ଆଜି ଆଶାଠୁ ଅଧିକ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଦିନଟି ଭଲରେ ବିତିବ । ନୂଆ ଚାକିରୀର ପ୍ରସ୍ତାବ ଆସି ପାରେ ।ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।

କୁମ୍ଭ ରାଶି -ଶରୀରରେ କ୍ଳେଶ ଲାଗିବ ଭଳି ସମସ୍ୟା ଦେଖା ଦେବ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ । ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି ।ଭ୍ରମଣ, ସାହିତ୍ୟ, ସାମ୍ବାଦିକତା, କଳ କାରଖାନା ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ର ପାଇଁ ଦିନଟି ଭଲ।

ମୀନ ରାଶି -ଜନ୍ମ ଚନ୍ଦ୍ର କାରଣରୁ ପୂର୍ବର ବିବାଦୀୟ ବିଷୟ ଚିନ୍ତାକରି ସମ୍ପର୍କୀୟମାନେ ମଧ୍ୟ ପାଖ ମାଡ଼ିବେ ନାହିଁ। ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ସମସ୍ୟା ମଧ୍ୟରେ ଚଳିବା କାରଣକୁ ନେଇ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।

Leave a Reply

Your email address will not be published. Required fields are marked *