ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଏହି ବର୍ଷର ଜନ୍ମାଷ୍ଟମୀ ପର୍ବ କେବେ ପଡୁଅଛି ସଠିକ ଶାସ୍ତ୍ର ବିଧି କଣ ରହିଛି ବ୍ରତ କରିବାର କଣ ରହିଛି ବିଧି ବିଧାନ କେତେବେଳେ ବାଲ ଗୋପାଳଙ୍କ ପୂଜା କରିବା ଏମିତି ଅନେକ କଥା ଆଜି ଆମେ ଆଲୋଚନା କରିବା |ଜନ୍ମାଷ୍ଟମୀ ପ୍ରତିପାଦନ କରିବାକୁ ଯାଇ ପଣ୍ଡିତ ସର୍ବସ୍ୱ ଗ୍ରନ୍ଥ ସୁନ୍ଦର ଭାବରେ ବର୍ଣ୍ଣନା କରନ୍ତି |ଶାସ୍ତ୍ର କହିଲେ କି ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଯେଉଁ ମଣିଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ କରନ୍ତି ନାହିଁ ସେମାନେ ବ୍ରହ୍ମ ରାକ୍ଷସ ସହିତ ସମାନ ହୁଅନ୍ତି |ଭବିଷ୍ୟ ପୁରାଣରେ ଜନ୍ମାଷ୍ଟମୀ ବ୍ରତ କଲେ ବହୁତ କିଛି ତତ୍ତ୍ୱ ପ୍ରତିପାଦିତ କରାଯାଇଛି |
ଭବିଷ୍ୟ ପୁରାଣ କୁହନ୍ତି ଯେଉଁ ବ୍ୟକ୍ତିମାନେ ଜନ୍ମାଷ୍ଟମୀ ବ୍ରତକୁ ଜାଣି ସେଦିନ ବ୍ରତ କରନ୍ତି ନାହିଁ ସେମାନେ ମହାପାପ ଭୋଗ କରିବା ସହିତ ନିଜେ ପାପ କରନ୍ତି ଏଣୁ ଆମେ ସମସ୍ତେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ନିହାତି କରିବା ତେବେ ଆସନ୍ତୁ ଜାଣିବା ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ କେଉଁଦିନ ଅନୁଷ୍ଠିତ ହେବ ଏବର୍ଷ ଦୁଇଦିନ ଅଷ୍ଟମୀ ତିଥି ଭୋଗ ହେଉଛି ତେଣୁ ଆମେ କେଉଁଦିନ ଆମ ଘରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ କରିବା ଉଚିତ |
ପଣ୍ଡିତ ସର୍ବସ୍ୱ ଗ୍ରନ୍ଥ କୁହନ୍ତି ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ଦିନ ଅଷ୍ଟମୀ ତିଥି ଅର୍ଧରାତ୍ର ହିଁ ଥିବ ସେହି ଦିନକୁ ହିଁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ଆମେ କରିପାରିବା |କାରଣ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅବତାର ଅଷ୍ଟମୀ ତିଥିର ଅର୍ଧ ରାତ୍ରରେ ହୋଇଥିଲା |ଶ୍ରୀବିଷ୍ନୁ ମହାପୁରାଣ କହିଛନ୍ତି ଯେଉଁ ଦିନ ଅର୍ଦ୍ଧ ରାତ୍ରରେ ହୋଇଥିଲା |ଶ୍ରୀବିଷ୍ନୁ ମହାପୁରାଣ କହିଛନ୍ତି ଯେଉଁ ଦିନ ଅର୍ଦ୍ଧ ରାତ୍ରରେ ଅଷ୍ଟମୀ ଭୋଗ ହେଉଥିବ ସେହିଦିନ ଆମେ ଆମ ଘରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କର ବ୍ରତ ପୂଜା କରିପାରିବା |
ତେଣୁ ଆସନ୍ତା 6 ତାରିକ ବୁଧବାର ଦିନ ହିଁ ଆମେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରିବା |6 ତାରିକ ବୁଧବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ 7 ତାରିକ ଗୁରୁବାର ଦିନ ନନ୍ଦୋତ୍ସବ ଅଟେ |ଆସନ୍ତା 6 ତାରିକ ଦିନ ବୁଧବାର ରହିଛି ସୂର୍ଯ୍ୟ ଉଦୟ ସମୟ ରହିଛି ସକାଳ 5 ଟା 33 ମିନିଟ ସେହିଦିନ ସୂର୍ଯ୍ୟ ଉଦୟ ସମୟକୁ ସପ୍ତମୀ ତିଥି ଭୋଗ ହେଉଛି କିନ୍ତୁ ତାପର ଦିନ ଅର୍ଥାତ 7 ତାରିକ ଗୁରୁବାର ଦିନ ସୂର୍ଯ୍ୟ ଉଦୟକୁ ଅଷ୍ଟମୀ ତିଥି ଭୋଗ ହେଉଛି |
6 ତାରିକ ଦିନ ପ୍ରାତଃ କାଳରୁ ବିଛଣା ଛାଡ଼ିବା ଦରକାର ପ୍ରଥମେ ନିଜ ଦ୍ୱାର ପଲବକୁ ପ୍ରମାଣ କରିବା ଧରିତ୍ରୀ ମାତାକୁ ପ୍ରଣାମ କରିବା ତାପରେ ସ୍ନାନ ଆଦି କର୍ମ କରି ସମର୍ପଣ କରି ପ୍ରଭୁ ଶ୍ରୀ ସୂର୍ଯ୍ୟ ନାରାୟଣ ଙ୍କୁ ପ୍ରଥମେ ଜଳ ସମର୍ପଣ କରିବେ |ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିବା ପରେ ଗୃହ ମନ୍ଦିରରେ ଥିବା ଦେବଦେବୀ ତଥା ବୃନ୍ଦାବତୀଙ୍କୁ ମଧ୍ୟ ଆମେ ସେବା କରିବା ଉଚିତ