ନମସ୍କାର ଦର୍ଶକବନ୍ଧୁ ସମସ୍ତଙ୍କ ଘରେ ମୂଷା ମାନଙ୍କ କଥା ଏକ ସାଧାରଣ ବିଷୟ ଅଟେ ଏମିତିରେ ମୂଷା ମାନେ ମଧ୍ୟ ପ୍ରତ୍ୟକ ଲୋକମାନଙ୍କ ଘରେ ଦେଖିବାକୁ ମିଳନ୍ତି ଏମାନଙ୍କ ଦ୍ୱାରା ଘରର ଜିନିଷ ଲୁଗା ପଟା କପଡ଼ା ଖାଦ୍ୟ ଜିନିଷ ଶସ୍ୟ ବ୍ୟତୀତ ସବୁ ନଷ୍ଟ କରି ଥାଆନ୍ତି |ଖାସ କରି ଯେଉଁ ଘରେ ଛୋଟ ପିଲା ରହୁଛନ୍ତି ସେମାନଙ୍କ ପାଇଁ ଘରୁ ମୂଷାକୁ ମୁକ୍ତ କରିବା ନିହାତି ଦରକାର |
ମୂଷା ମାନେ ଘରର ଜିନିଷକୁ ଖରାପ କରି ନଥାନ୍ତି ବରଂ ଏହି ମୂଷା ମାନଙ୍କ କାରଣରୁ ଅନେକ ପ୍ରକାର ରୋଗ ମଧ୍ୟ ହେବାର ଡର ଥାଏ |ରାତ୍ରିରେ ଆପଣ ଯେତେବେଳେ ଆରାମରେ ଶୋଇ ଥାଆନ୍ତି ସେତେବେଳେ ଏହି ମୂଷା ମାନେ ମଧ୍ୟ ଆପଣଙ୍କ ପାଦକୁ ମଧ୍ୟ କାଟି ଖଣ୍ଡିଆ କରି ଦେଇଥାଆନ୍ତି |ଛୋଟ ନବଜାତ ଶିଶୁ ମାନଙ୍କୁ ମଧ୍ୟ ଏମାନଙ୍କ ଠାରୁ ଦୂରରେ ରଖିବା ନିହାତି ଦରକାର |
ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର ଉପାୟ ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କୁ ମୂଷା ମାନଙ୍କ କବଳରୁ ଶୀଘ୍ର ମୁକ୍ତି ମିଳିଯିବ |ଯଦି ମୂଷା ମାନେ ଘରେ କୋଉଠି ରହୁଛନ୍ତି ତେବେ ପୁଦିନା ବ୍ୟବହାର କରିବା ଲାଭଦାୟକ ଅଟେ ମୂଷା ମାନେ ଏହି ପୁଦିନା ଗନ୍ଧକୁ ଜମାରୁ ସହ୍ୟ କରିପାରନ୍ତି ନାହିଁ |
ପୁଦିନା ତେଲରେ କୌଣସି ସୂତା କନା ବା ତୁଳା ଗୁଡ଼ାଇ ମୂଷା ଗାତ ପାଖରେ ରଖି ଦିଅନ୍ତୁ ଏହା ଦ୍ୱାରା ମୂଷା ଘର ଛାଡ଼ି ଚାଲି ଯାଇଥାଆନ୍ତି |ଦ୍ୱିତୀୟ ଉପାୟଟି ହେଉଛି ପିଆଜ ଗନ୍ଧ ମଧ୍ୟ ମୂଷା ମାନେ ପସନ୍ଦ କରି ଥାଆନ୍ତି ଅଳ୍ପ ପିଆଜ ଗୁଣ୍ଡ ଗୁଣ୍ଡ କାଟି ସେମାନଙ୍କ ଯିବା ଆସିବା ବାଟ ବା ସେମାନେ ଆସୁଥିବା ଜାଗାରେ ରଖି ଦିଅନ୍ତୁ ଏହା ଦ୍ୱାରା ମୂଷା ଘରୁ ବାହାରି ପଳାଇ ଥାଆନ୍ତି |