ନମସ୍କାର ବନ୍ଧୁଗଣ ୨୬୧୭ ଆପଣ ଜାଣିଛନ୍ତି କି ଏହି ନମ୍ବରର ଅର୍ଥ କଣ ଜଣେ ମଣିଷ ଗୋଟିଏ ଦିନରେ ଯେତିକି ଥର ମୋବାଇଲ୍ କୁ ଟଚ୍ କରିଥାଏ ଇଏ ସବୁ ତାର ସଂଖ୍ୟା କିନ୍ତୁ ଏହି ସଂଖ୍ୟାଟି ହେଉଛି ୨୦୧୬ ମସିହାର ଗଣନା ବର୍ତ୍ତମାନ ୨୦୨୩ ମସିହାରେ ସର୍ବନିମ୍ନ ୧୦ ହଜାର ଏବଂ ସର୍ବାଧିକ ୪୬ ହଜାର ଥର ମୋବାଇଲ୍ ସ୍କ୍ରିନ୍ କୁ ଟଚ୍ କରୁଛନ୍ତି ବର୍ତ୍ତମାନ ସମୟରେ ମୋବାଇଲ୍ ଦିନକୁ ଦିନ ସ୍ମାର୍ଟ ହେବାକୁ ଲାଗିଛି ଆଉ ମଣିଷ ଦିନକୁ ଦିନ ଗଧ ହେବାକୁ ଲାଗିଛି ଖରାପ ଲାଗିଲେ ବି ଏହି କଥାଟି ହେଉଛି ନିରାଟ ସତ୍ୟ ଏହାର ପରିଣତି ଏତେ ଭୟଙ୍କର ହେବାକୁ ଯାଉଛି ଯାହା ଶୁଣି ସାରିବା ପରେ ଆପଣମାନେ ଏହି ବିଷୟରେ ଥରୁଟେ ଚିନ୍ତା କରିବାକୁ ବାଧ୍ୟ ହେବେ।
ଜଣେ ସାଧାରଣ ବ୍ୟକ୍ତି ଅତି କମ୍ ରେ ୮ ଘଣ୍ଟା ମୋବାଇଲ୍ ଫୋନ୍ ବ୍ୟବହାର କରିଥାଏ ୬୦ ବର୍ଷ ପର୍ଯ୍ୟନ୍ତ ଯଦି ଆପଣ ପ୍ରତିଦିନ ୫ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ତେବେ ଆପଣ ୧୩ ବର୍ଷ ୧୧ ମାସ କେବଳ ଆପଣ ମୋବାଇଲ ଚଳାଇବାରେ ହିଁ ବିତାଇ ଦେବେ ଏହାଛଡା ୯୫ ପ୍ରତିଶତ ୟୁଜର ଶୋଇବା ପୁର୍ବରୁ ମୋବାଇଲ୍ ଫୋନକୁ ନିଶ୍ଚିତ ଭାବରେ ବ୍ୟବହାର କରିଥାନ୍ତି ମଦ ନିଶା ଦ୍ରବ୍ୟ ତ ଶରୀରର ଗୋଟିଏ ଅଙ୍ଗକୁ କ୍ଷତି କରିଥାଏ କିନ୍ତୁ ମୋବାଇଲ୍ ଫୋନ୍ ଆପଣଙ୍କ ସାରା ଜୀବନକୁ ନଷ୍ଟ କରି ଦେଉଛି |
ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତି ୫ ମିନିଟ୍ ରେ ମୋବାଇଲ୍ ଫୋନ ନ ଦେଖିଲେ ନ ସ୍ପର୍ଶ କଲେ ସତେ କି ସେମାନଙ୍କର ଜୀବନ ଚାଲିଯିବ ଗୋଟିଏ ଗବେଷଣାରୁ ଏହା ମଧ୍ୟ ଜଣା ପଡ଼ିଛି ଯଦି ମୋବାଇଲ୍ ଫୋନ୍ କୌଣସି କାରଣରୁ ବି ବନ୍ଦ୍ ହୋଇଯାଏ ତାହେଲେ ଗୋଟିଏ ସପ୍ତାହରେ ସାରା ପୃଥିବୀରେ ୬୦ ପ୍ରତିଶତ ଲୋକ ପାଗଳ ହୋଇ ବୁଲିବେ ଲୋକମାନଙ୍କର ଟେନ୍ସନ୍ ବଢିଯିବ ଅନେକ ଲୋକଙ୍କୁ ଭୋକ ମଧ୍ୟ ହେବନାହିଁ।
ଆମେମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କୁ ବୋହୁ ମାତ୍ରାରେ ବ୍ୟବହାର କରୁଛନ୍ତି କିଏ ଫେସବୁକ୍ ଚଲାଉଛି କିଏ ଇନ୍ଷ୍ଟାଗ୍ରାମ ଚଲାଉଛି ସମସ୍ତେ ବିଭିନ୍ନ ପ୍ରକାରର ଷ୍ଟାଇଲରେ ନିଜର ଫଟୋକୁ ଅପଲୋଡ଼ କରନ୍ତି ଫେସବୁକ୍ ରେ ଆମର ଲକ୍ଷ ଲକ୍ଷ ଫ୍ରେଣ୍ଡ୍ କିନ୍ତୁ ବାସ୍ତବରେ ଜଣେ ବି କେହି ଫ୍ରେଣ୍ଡ୍ ଆମର ନଥିବେ କିନ୍ତୁ ମୋବାଇଲ୍ ଫୋନ୍ କେବଳ ଆମର ବୋହୁଳ ସମୟକୁ ବରବାଦ କରୁଛି |
ବର୍ତ୍ତମାନ ସମୟରେ ୭ ରୁ ୮ ଘଣ୍ଟା ଜଣେ ବ୍ୟକ୍ତି ମୋବାଇଲ୍ ଫୋନ୍ ବ୍ୟବହାର କରୁଛି ଯଦି ସେତିକି ସମୟ ସେମାନେ ନିଜର ସ୍ବାସ୍ଥ୍ୟ ପ୍ରତି ନିଜର ଚେତନା ପ୍ରତି କିମ୍ବା କୌଣସି ଗୋଟିଏ ଭଲ କାମ କରିବା ପାଇଁ ଚିନ୍ତା କରନ୍ତେ ହୁଏତ ଆଜି ଆମର ଦେଶ ଆହୁରି ଅଧିକ ଉନ୍ନତି କରି ସାରନ୍ତାଣି।