ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ପାଣି ଛିଡ଼ା ହୋଇ ପିଇଲେ କଣ ହୋଇଥାଏ ତେବେ ବନ୍ଧୁଗଣ ଆଜି କାଲିର ଏହି ବ୍ୟସ୍ତ ବହୁଳ ଜୀବନରେ କାହା ପାଖରେ ମଧ୍ୟ ପାଣି ପିଇବାକୁ ସମୟ ନାହିଁ ତେଣୁ ସମୟର ଘୋର ଅଭାବ କାରଣରୁ ପାଣି ପିଇବା ବେଳେ ଆମେ ଅନେକ ଭୁଲ କରିଥାଉ ଆଉ ଯାହା ଆମକୁ ପଛରେ ଅନେକ ପ୍ରକାର ଅସୁବିଧା ଆଣି ଦେଇଥାଏ |ତେଣୁ ଏଥି ମଧ୍ୟରୁ ହେଉଛି ଠିଆ ହୋଇକି ପାଣି ପିଇବା ଏତିକି ନୁହେଁ କେବଳ ଆମେ ମାନେ ଖାଇବା ବେଳେ ମଧ୍ୟ ଭୁଲ ଢଙ୍ଗରେ ଖାଇ ଦେଇଥାଉ ଏବଂ ଭୁଲ ଜିନିଷ ମଧ୍ୟ ଖାଇ ଦେଇଥାଉ |
ଆଜି ଆମେ କଥା ଆମେ ଯେଉଁ ଭୁଲ ଢଙ୍ଗରେ ପାଣି ପିଉ ତାହା ଶରୀରକୁ କଣ ଆସୁବିଧା ଆଣି ଦେଇଥାଏ |ଯେତେବେଳେ ଆମକୁ ଶୋଷ ଲାଗେ ଆମେ ପୁରା ଗ୍ଲାସ ପାଣି ପିଇ ଦେଇଥାଉ ତେଣୁ ଏହା ଦ୍ୱାରା ଆମକୁ ବହୁତ ମଜା ଲାଗିଥାଏ ମନର ଶୋଷ ମେଣ୍ଟି ଯାଇଥାଏ ଆଉ ଯଦି ଗରମ ଲାଗୁଥିବା ବେଳେ ଥଣ୍ଡା ପାଣି ଗ୍ଲାସ ମିଳିଯାଏ ତେବେ ତା ଠାରୁ ବଳି ବଡ଼ କଥା କିଛି ନାହିଁ ସେ ସମୟରେ ମଧ୍ୟ ଆମେ ଢକଢକ କରି ପାଣି ପିଇ ଯାଇଥାଉ ଆଉ ଏଭଳି ପାଣି ପିଇବା ସହିତ ଆମର ଶୋଷ ମେଣ୍ଟି ଯାଇ ଆମକୁ ମଜା ମଧ୍ୟ ଆସି ଯାଇଥାଏ |
ମଜା ପାଇଁ ଠିକ ଅଛି କିନ୍ତୁ ଆମ ଶରୀର ପାଇଁ ଏହା ବିଲକୁଲ ଠିକ ନୁହେଁ |ତେବେ ବନ୍ଧୁଗଣ ସର୍ବ ପ୍ରଥମେ ଜାଣନ୍ତୁ ଆମେ ଯେଉଁ ପାଣି ପିଉ ସେହି ପାଣି ଆମ ଶରୀରରେ କଣ ଅସୁବିଧା କରିଥାଏ |ତେବେ ଆପଣ ମାନେ ଆମର ଶରୀରର ହଜମ ପ୍ରକ୍ରିୟା ବିଷୟରେ ଜାଣିଥିବେ ଯେତେବେଳେ ଆମେ ଛିଡ଼ା ହୋଇ ପାଣି ପିଇଥାଉ ତେବେ ସେହି ପାଣି ଆମ ଖାଦ୍ୟ ନଳୀରେ ସିଧା ଯାଇ ଆମର ପେଟ ପଡେ |
ତେବେ ସିଧା ପଡ଼ିବାର ପ୍ରଭାବ ହେଉଛି ସେହି ପାଣି ଆମ ହଜମ ଶକ୍ତି କିଡ଼ନୀ ଏବଂ ଲିଭର ଉପରେ ଅନେକ ପ୍ରଭାବ ପକାଇଥାଏ ତେବେ ଏହି କଥାରୁ ଆପଣମାନେ ଜାଣିପାରୁଥିବେ ଯେ ଏହି ପାଣି ଆମ ଶରୀରରେ କିଭଳି ପ୍ରଭାବ ପକାଇଥାଏ|ପ୍ରଥମ ଅସୁବିଧା ହେଉଛି ଆମେ ଠିଆ ହୋଇ ପାଣି ପିଇଲେ ଆମ ହଜମ ଶକ୍ତି କମିଯିବ |
ଯଦି ହଜମ ଶକ୍ତି କମିଯାଏ ତେବେ ଶରୀରରେ କେତେ ପ୍ରକାର ରୋଗ ମାଡ଼ି ଯିବ ଏହା ବ୍ୟତୀତ ଯେଉଁ ଲୋକ ଛିଡ଼ା ହୋଇକି ପାଣି ପିଅନ୍ତି ସେମାନଙ୍କ ଅଥରାଇଜ ଭଳି ଅସୁବିଧା ବା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ମଧ୍ୟ ହୋଇଥାଏ ତେବେ ଆପଣ ଆଜି ଠାରୁ ଏହି ଅଭ୍ୟାସ ଛାଡ଼ି ଦିଅନ୍ତୁ |