ମେଷ ରାଶି -ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳଆମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବେ । କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।ଆଇନ ଅଦାଲତ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
ବୃଷ ରାଶି -ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।
ମିଥୁନ ରାଶି -ବୁଧାଦିତ୍ୟ ଯୋଗ ପ୍ରଭାବରେ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଅଧିକାଂଶ ସମୟରେ ଭାବପ୍ରବଣତା ବୃଦ୍ଧି ପାଇବ, ଯାହାକି ଅଶାନ୍ତିର ହେତୁ ସ୍ବରୂପ ହୋଇପାରେ। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ। ଆପଣଙ୍କ କାର୍ଯ୍ୟ ଦକ୍ଷତା ଓ ବିଚାର ଶୈଳୀକୁ ପଡ଼ୋଶୀମାନେ ଖୁବ୍ ପ୍ରଶଂସା କରିପାରନ୍ତି।
କର୍କଟ ରାଶି -ଛାତ୍ରଛାତ୍ରୀଙ୍କୁ କ୍ରିଡା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିତ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ ।ଯିବା ରାସ୍ଥାରେ ନୀଚ୍ଚଜାତିର ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି।
ସିଂହ ରାଶି -ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାନ ସମାନ ମିଳିବ । ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ । ମନ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ ।
କନ୍ୟା ରାଶି -ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।
ତୁଳା ରାଶି -କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ । ଦୁର୍ଘଟଣା ଘଟିପାରେ ସତର୍କ ରୁହନ୍ତୁ । କିଛି କଥାକୁ ନେି ଚିନ୍ତାରେ ରହିବେ । ପୂଜାପାଠରେ ସମୟ ବିତିବ ।ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ।
ବିଛା ରାଶି -ଦୂରଯାତ୍ରା କରିପାରନ୍ତି । ମନ ଭଲ ରହିବ । ପ୍ରିୟ ଲୋକଙ୍କ ସହ ଦେଖା ହୋଇପାରେ । ପରିବାର ସହ ସମୟ ବିତାଇବେ । କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ ।କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ।
ଧନୁ ରାଶି -ଆଜି ଆପଣଙ୍କ ଆୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ମଧ୍ୟ ଆୟ ଉତ୍ତମ ରହିବ ।ଅବଶ୍ୟ ପାରିବାରିକ କ୍ଷେତ୍ର ବିଶେଷ ଖରାପ ରହିବ ନାହିଁ।
କୁମ୍ଭ ରାଶି -ଶରୀରରେ କ୍ଳେଶ ଲାଗିବ ଭଳି ସମସ୍ୟା ଦେଖା ଦେବ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ । ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି ।ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କରି ଚାଲନ୍ତୁ, ସବୁ ଠିକ୍ ହୋଇଯିବ |
ମୀନ ରାଶି -କୌଣସି ପ୍ରସଙ୍ଗକୁ ନେଇ ପାରିବାରିକ ସମସ୍ୟା ଦେଖାଦେଇପାରେ । ବାଧାବିଘନ୍ନ ଓ ସମସ୍ୟା ଲଗି ରହିବ । ନକାରାତ୍ମକ ଚିନ୍ତା ମନକୁ ଆସିବ ।ଅସାବଧାନତା କାରଣରୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ |