ନମସ୍କାର ଦର୍ଶକବନ୍ଧୁ ଭଗବାନଙ୍କୁ ପ୍ରସନ୍ନ କରି ତାଙ୍କର ପୂଜା ପାଇବା ପାଇଁ ଆମେ ପ୍ରତିଦିନ ଫୁଲ ତୁଳସୀ ଏବଂ ବେଲ ପତ୍ର ଇତ୍ୟାଦି ତୋଳି ଭଗବାନଙ୍କୁ ଅର୍ପଣ କରିଥାଉ ଯଦି ସେହି ସବୁକୁ ଆମେ ନୀତି ନିୟମ ଭାବରେ ନକରିବା ତେବେ ତାହା ସବୁ ଭଗବାନ ଗ୍ରହଣ କରି ନଥାନ୍ତି ପ୍ରସନ୍ନ ହେବା ବଦଳରେ କୋପ ହୋଇଥାଆନ୍ତି କୃପା କରିବା ବଦଳରେ ଅନର୍ଥ ଘଟାଇ ଥାଆନ୍ତି ଯାହାକି ଆମେ ମାନେ ଜାଣି ନଥାଉ ଆମର ସବୁ ପୂଜା ଅର୍ଚନା ବ୍ୟର୍ଥ ଯାଇଥାଏ ଏଣୁ ଆଜି ଆମେ ଜାଣିବା ଫୁଲ ,ତୁଳସୀ ଏବଂ ବେଲ ପତ୍ର ତୋଳିବାର କିଛି ନିୟମ ମାନ ବିଷୟରେ |
ଯାହା ଦ୍ୱାରା ଆମର ପ୍ରତ୍ୟକଟି ଅର୍ପିତ ବସ୍ତୁକୁ ଭଗବାନ ଶ୍ରଦ୍ଧାର ସହାୟକରେ ଗ୍ରହଣ କରି ଆମକୁ ତାଙ୍କର କୃପା ପ୍ରଦାନ କରିବେ |ବନ୍ଧୁଗଣ ସହସ୍ର ମୁନିଙ୍କର ସହସ୍ର ମତ ପ୍ରତ୍ୟକ ମୁନି ରୁଷି ମାନେ କହି ଛନ୍ତି ଯେ ଫୁଲକୁ ଅଗାଧୁଆରେ ତୋଳିବା ଭଲ ହୋଇଥାଏ ତ ଆହୁରି ଅଧିକ ମୁନି ରୁଷି ମାନେ କହିଛନ୍ତି ଯେ ଫୁଲକୁ ଗାଧେଇକି ତୋଳିବା ଭଲ ହୋଇଥାଏ |ତେବେ ଅନେକ ଧର୍ମ ଶାସ୍ତ୍ରର ଅଧ୍ୟୟନରୁ ଆମକୁ ମିଳିଅଛି ଯେ ଗାଧେଇକି ହେଉ କିମ୍ବା ଅଗାଧୁଆ ହେଉ |
ଯଦି ଆମେ ମାନେ କିଛି ନିୟମକୁ ପାଳନ କରି ଫୁଲ ତୋଳିବା ତେବେ ତାହା ଶୁଭ ହୋଇଥାଏ ଏବଂ ତାହାକୁ ଭଗବାନ ଶ୍ରଦ୍ଧାର ସହାୟକରେ ଗ୍ରହଣ କରିଥାଆନ୍ତି |ଫୁଲ ପିନ୍ଧିବା ସମୟରେ ଚପଲ ପିନ୍ଧି ତୋଳିବା କିମ୍ବା ଶରୀରରେ ତେଲ ଲଗାଇ ଫୁଲ ତୋଳିବା ବାରଣ ରହିଅଛି ଅଗାଧୁଆରେ ଆପଣ ଆପଣ ଫୁଲ ତୋଳି ପାରିବେ କିନ୍ତୁ ହାତ ପାଦ ମୁହଁ ପ୍ରଥମେ ଧୋଇ ନେବେ ଏବଂ ପାଣି ଟିକେ ଛିଞ୍ଚି ହେବେ |
ରାତ୍ରି ସମୟରେ ପିନ୍ଧି ଶୋଇଥିବା ବସ୍ତ୍ରକୁ ବଦଳାଇ ଧୁଆ ହୋଇଥିବା ବସ୍ତ୍ର ପିନ୍ଧି ଫୁଲ ତୋଳିବା ଶାସ୍ତ୍ରରେ ବର୍ଣ୍ଣିତ ଅଛି ଏହା ଛଡ଼ା ସୂର୍ଯ୍ୟପରାଗ ଚନ୍ଦ୍ର ଗ୍ରହଣ ଏବଂ ଶୁଦ୍ଧିକ୍ରିୟା ଦିନ ଅଗାଧୁଆରେ ଫୁଲ ତୋଳିବା ବାରଣ ରହିଅଛି |ଅନେକ ଲୋକ ପୂର୍ବ ଦିନରୁ ଫୁଲ କିମ୍ବା କଢ ତୋଳିକି ରଖୁ ଥାଆନ୍ତି ଏବଂ ତା ପରଦିନ ଫୁଲକୁ ଭଗବାନଙ୍କୁ ଅର୍ପଣ କରି ଥାଆନ୍ତି |
ଏହା ମଧ୍ୟ ଶାସ୍ତ୍ର ବିରୋଧୀ ଅଟେ କାରଣ ଫୁଲ ଦିନକ ପରେ ବାସୀ ହୋଇଯାଏ ଏବଂ ବାସୀ ଫୁଲ ଭଗବାନଙ୍କୁ ଅର୍ପଣ କରାଯାଏ ନାହିଁ କେବଳ ଦୁଇଟି ଫୁଲକୁ ପୂର୍ବ ଦିନ ତୋଳିକି ରଖି ପାରିବେ ଗୋଟିଏ ହେଉଛି ପଦ୍ମଫୁଲ ଏବଂ ଅନ୍ୟଟି ହେଉଛି ସ୍ବର୍ଣ୍ଣ ଚମ୍ପା ଫୁଲ ଏହି ଦୁଇଟି ଫୁଲ ମଉଳି ଯାଇପାରେ କିନ୍ତୁ କେବେବି ଏହା ବାସି ହୋଇନଥାଏ |