ନମସ୍କାର ଦର୍ଶକବନ୍ଧୁ ଶସ୍ତା ହେଲା ଘରୋଇ ରୋଷେଇ ଗ୍ୟାସ ଦର ଦରଦାମ ବୃଦ୍ଧିରେ ଘାଣ୍ଟି ହେଉଥିବା ଜନତାଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି କେନ୍ଦ୍ର ସରକାର ଯଦି ଆପଣମାନେ ଗ୍ୟାସ ବୁକିଙ୍ଗ କରୁଛନ୍ତି ତେବେ କେତେ ଟଙ୍କା ଆପଣଙ୍କୁ ପଡ଼ିବ ଯାହା ଆପଣ ଗ୍ୟାସ ନେବା ବେଳେ ଆସନ୍ତୁ ଜାଣିବା କେତେ ଟଙ୍କା ହ୍ରାସ ହେଲା ଆଉ କେତେ ଟଙ୍କା ନୂଆ ଦର ହେଲା |ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର LPG ମୂଲ୍ୟ 200 ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି |
ସରକାର ଘରୋଇ ରନ୍ଧନ ଗ୍ୟାସ ସଲିଣ୍ଡର ଉପରେ 200 ଟଙ୍କା ସବ୍ସିଡି ଘୋଷଣା କରାଯାଇଛି ବର୍ଷକୁ 12 ଟି ପର୍ଯ୍ୟନ୍ତ ସିଲିଣ୍ଡର ଉପରେ ମିଳିବ 200 ଟଙ୍କା ଲେଖାଏଁ ସବ୍ସିଡି |ସେହିଭଳି ଉଜ୍ଜଳ ଯୋଜନା ଉପଭୋକ୍ତାଙ୍କୁ ମିଳିବ ମୋଟ 400 ଟଙ୍କା ସବ୍ସିଡି ପୂର୍ବରୁ ମିଳୁଥିବା 200 ଟଙ୍କା ଏବଂ ଦୁଇ ଶହ ମିଶାଇ ମୋଟ 400 ଟଙ୍କା ସବ୍ସିଡ଼ି ନେଇ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି |
ଆଉ ପଚସ୍ତରି ଲକ୍ଷ ଉଜ୍ଜଳ କନେକ୍ସନ ଦିଆଯିବା ନେଇ ଏ ନିଷ୍ପତି ମଧ୍ୟ ହୋଇଛି |ତେବେ କ୍ୟାବିନେଟ ନିଷ୍ପତି ନେଇ କେନ୍ଦ୍ର ମନ୍ତ୍ରୀ ଅନୁ ରାଗ ଠାକୁର ସୂଚନା ଦେଇଛନ୍ତି |ଅଗଷ୍ଟ ମାସର ପ୍ରଥମ ଦିନ ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକ ବ୍ୟବସାୟର LPG ସିଲିଣ୍ଡର ମୂଲ୍ୟ 100 ଟଙ୍କା ହ୍ରାସ କରିଥିଲେ |
ତେବେ ଏବେ ଘରୋଇ ସିଲିଣ୍ଡର ମୂଲ୍ୟ କୌଣସି ପରିବର୍ତ୍ତନ ହୋଇନଥିଲା ହେଲେ ସରକାରଙ୍କ ନିଷ୍ପତି ଅନୂଯାଇ ଉଜ୍ଜଳ ଯୋଜନା ଅଧିନରେ LPG ସିଲିଣ୍ଡର ମୂଲ୍ୟ 200 ଟଙ୍କା ଶସ୍ତା ହୋଇଛି |ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଅଧ୍ୟକତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ଏହି ନିଷ୍ପତି ନିଆ ଯାଇଛି |
ଏହାକୁ ହିତାଧିକାରୀ ମାନେ ବର୍ଷକୁ 12 ଟି ସିଲିଣ୍ଡର କିଣିଲେ ଏହିପରି ସବ୍ସିଡି ପାଇବେ କିନ୍ତୁ ଯଦି ହିତାଧିକାରୀ ବର୍ଷକୁ 13 ଟି ସିଲିଣ୍ଡର କିଣନ୍ତି ତାହେଲେ ସେମାନଙ୍କୁ ଆଉ ଏହି ସବ୍ସିଡି ମିଳିବ ନାହିଁ |