ପୁଣି ମାଡ଼ି ଆସୁଛି ଭୟଙ୍କର ଲଘୁଚାପ… ପାଣିପାଗ ବିଭାଗ ଦେଲେ ଭୟଙ୍କର Suchana, 2 ତାରିଖରୁ ପୁଣି ପ୍ରବଳ ବର୍ଷା…

ନମସ୍କାର ଦର୍ଶକ ବନ୍ଧୁ ପାଣି ପାଗକୁ ନେଇ ଆସିଲା ବଡ଼ ଖବର ଆସନ୍ତା 2ରେ ଆସୁଛି ଆଉ ଏକ ଲଘୁଚାପ ଏପଟେ ମୌସୁମୀ ଦୁର୍ବଳ 3ଦିନ ବର୍ଷା ନାହିଁ | 31ରୁ ହେବ ପ୍ରବଳ ବର୍ଷା ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ |

ତେବେ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଥିବାରୁ ଆଗାମୀ 3ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନାହିଁ ତେବେ 31 ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇପାରେ |

ସେହି ପରି ଆଗାମୀ 1ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପଗର ପରିବର୍ତ୍ତନ ହେବ | କିଛି ଜିଲ୍ଲାରେ ଭଲ ବର୍ଷାର ଆଶା ଥିବା ବୋଲି ଭୁବେନେଶ୍ୱର ସ୍ଥିତ ପାଣିପାଗ ବିଭଗ ସୂଚନା ଦେଇଛନ୍ତି |

ତେବେ ଭୁବେନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ ଦୁର୍ବଳ ମୌସୁମୀ ଯୋଗୁ 24 ଘଣ୍ଟା ଭିତରେ ରାଜ୍ୟରେ କିଛି ଜିଲ୍ଲାରେ କେତେକ ସ୍ଥାନରେ ଅଳ୍ପ ବର୍ଷା ହୋଇଛି |

ତେବେ ସର୍ବାଧିକ ବର୍ଷା ନବରଙ୍ଗପୁର ଜିଲ୍ଲାର ତେନ୍ତୁଳି ଖୁଣ୍ଟିରେ ହୋଇଥିଲା, ସେଠାରେ 22.0 ମିଲିମିଟର ବର୍ଷା ରେକଡ଼ କରାଯାଇଛି | ସେହିପରି କୋରାପୁଟ ଜିଲ୍ଲା ଜୟପୁରରେ 18.6 ମିଲିମିଟର ଲମତାପୁର 8.4 ମିଲିମିଟର ମାଲକାନଗିରି ଜିଲ୍ଲା ମାଥିଲରେ 18.0 ମିଲିମିଟର ବର୍ଷା ରେକର୍ଡ କରାଯାଇଛି |

ତେବେ ପାଣି ପାଗ ବିଭାଗର କହିବା ଅନୁସାରେ ଜୁନ 1ତାରଖରୁ ଅଗଷ୍ଟ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ 884.2ମିଲିମିଟର ବର୍ଷା ହେବା କଥା କିନ୍ତୁ ମାତ୍ର ବର୍ଷା ହୋଇଛି 782.0 ମିଲିମିଟର | 18 ଜିଲ୍ଲାରେ ସ୍ୱାଭାବିକ ଠାରୁ କାମ ବର୍ଷା ହୋଇଥିବା ବେଳେ 11 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି | ବୌଦ୍ଧ ଜିଲ୍ଲାରେ ସର୍ବଧିକଠାରୁ ଅଧିକ ବର୍ଷା ରେକଡ଼ କରାଯାଇଛି |

Leave a Reply

Your email address will not be published. Required fields are marked *