ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ବ୍ୟାଙ୍କକୁ ନେଇ ଏବେ ଏବେ ଜାରି ହେଲା ନୂଆ ସୂଚନା ସେପ୍ଟେମ୍ବରରେ ଅଧାଦିନ ବନ୍ଦ ରହିବ ବ୍ୟାଙ୍କ 2000 ଟଙ୍କିଆ ନୋଟ ବଦଳାଇବାକୁ ଯିବା ପୂର୍ବରୁ ଜାଣି ନିୟନ୍ତୁ ଛୁଟି ତାଲିକା ଏହାକୁ ନେଇ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |ତେବେ 2,000 ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବା ପରେ ଅନେକ ଲୋକ ଏହାକୁ ବ୍ୟାଙ୍କରେ ବଦଳାଇବା ଏବଂ ଜମା କରିବା ପାଇଁ ବ୍ୟାଙ୍କ ସହିତ ସମ୍ପର୍କ କରୁଛନ୍ତି |
ଭାରତୀୟ ରିଜର୍ବ ବ୍ୟାଙ୍କ 2,000 ଟଙ୍କିଆ ନୋଟ ଜମା କରିବା କିମ୍ବା ବଦଳାଇବା ପାଇଁ ଚାରି ମାସର ସମୟ ଦେଇଥିଲା ତେବେ 2,000 ଟଙ୍କିଆ ମୂଲ୍ୟ ବର୍ଗର ବ୍ୟାଙ୍କ ଲୋନ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବଦଳାଇ ହେବ |ତେବେ ଆପଣ ଯଦି ଆଗାମୀ ମାସ ପର୍ଯ୍ୟନ୍ତ ଜମା କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ସାବଧାନ ରୁହନ୍ତୁ ବ୍ୟାଙ୍କ ଯିବା ପୂର୍ବରୁ ପ୍ରଥମେ ଛୁଟି ଜାଞ୍ଜ କରନ୍ତୁ |
ନଚେତ ଆପଣ ବ୍ୟାଙ୍କ ଯାଇଥିବା ବେଳେ ବ୍ୟାଙ୍କ ବନ୍ଦ ରହିଥିବା |ତେଣୁ ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରେ ବ୍ୟାଙ୍କ ଛୁଟି ତାଲିକା |ସେପ୍ଟେମ୍ବର ମାସରେ 7 ତାରିକ ଜନ୍ମାଷ୍ଟମୀ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ସେହିଭଳି 9 ତାରିକ ଦ୍ୱିତୀୟ ଶନିବାର ସେପ୍ଟେମ୍ବର 3,10,17 ତାରିକ ଏବଂ 24 ତାରିକ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ |
ସେହିପରି 23 ତାରିକ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ |ସେପ୍ଟେମ୍ବର 19 ତାରିକ ଗଣେଶ ପୂଜା ଯୋଗୁଁ ବ୍ୟାଙ୍କ ଛୁଟି ରହିବ ଏବଂ ପରଦିନ ନୂଆଖାଇ ହେତୁ ବ୍ୟାଙ୍କ ବନ୍ଦ ରହିବ |28 ତାରିକ ଗୁରୁବାର ଇଦଲ ମୀଲଦ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ |
ଅର୍ଥାତ ସେପ୍ଟେମ୍ବର ମାସରେ ସମୁଦାୟ 10 ଦିନ ବ୍ୟାଙ୍କ ବନ୍ଦ ରହିବ ତେଣୁ ଆପଣ ସେପ୍ଟେମ୍ବର ମାସରେ ସେହି ଅନୁସାରେ ବ୍ୟାଙ୍କ ଯାଇ 2,000 ଟଙ୍କିଆ ଜମା କରିପାରିବେ