ଆଜିର ରାଶିଫଳ 2023 ଅଗଷ୍ଟ 31 ଗୁରୁବାର ,କେମିତି କଟିବ ଆଜିର ଦିନ |

ମେଷ ରାଶି -ଆଜି କିଛି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ମାନସିକ ଏବଂ ଶାରୀରିକ ଜୀବନ ସୁଖପ୍ରଦ ହେବ । ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳଆମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବେ । କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।

ବୃଷ ରାଶି -ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିବ। ଘରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଅଫିସକୁ ଯିବା ସମୟକୁ କୌଣସି ଦରକାରୀ କାଗଜ ପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।

ବୃଷ ରାଶି -ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।

ମିଥୁନ ରାଶି -ଆଜି ପାରିବାରିକ ଅସ୍ଥିରତା ଓ ଅଶାନ୍ତି ହେତୁ ମନ ବିଶେଷ ଭଲ ରହିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।

କର୍କଟ ରାଶି -ଛାତ୍ରଛାତ୍ରୀଙ୍କୁ କ୍ରିଡା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିତ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ ।ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।

ସିଂହ ରାଶି -ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାନ ସମାନ ମିଳିବ । ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ । ମନ ଭଲ ରହିବ ।ଆଜି ପ୍ରଶାସନ, ଆଇନ, ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ।

କନ୍ୟା ରାଶି -ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।

ତୁଳା ରାଶି -କର୍ମକ୍ଷେତ୍ରର ଅଧିକାଂଶ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି ଲାଭବାନ ହେବେ। କଚେରି ମାମଲା, ପ୍ରଶାସନିକ କ୍ଷେତ୍ର, ସାମ୍ବାଦିକତା, ସକାଶେ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଉନ୍ନତି ପରିଲକ୍ଷିତ ହେବ।

ବିଛା ରାଶି -ଦୂରଯାତ୍ରା କରିପାରନ୍ତି । ମନ ଭଲ ରହିବ । ପ୍ରିୟ ଲୋକଙ୍କ ସହ ଦେଖା ହୋଇପାରେ । ପରିବାର ସହ ସମୟ ବିତାଇବେ । କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ ।ସାଧାରଣ କଥାକୁ ଗୁରୁତର ସହ ବିଚାରକୁ ନେଇ ହରଡ଼ଘଣାରେ ପଡ଼ିପାରନ୍ତି।

ମକର ରାଶି -ଆଜି ଆଶାଠୁ ଅଧିକ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଦିନଟି ଭଲରେ ବିତିବ । ନୂଆ ଚାକିରୀର ପ୍ରସ୍ତାବ ଆସି ପାରେ । ମିତ୍ରମାନେ ପରୋକ୍ଷ ଶତ୍ରୁତା କରିବା ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।

କୁମ୍ଭ ରାଶି -ଆଜି ଆପଣଙ୍କ ଦ୍ୱିରୁକ୍ତି ବନ୍ଧୁଙ୍କ ମଧ୍ୟରେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିପାରେ। କେତେକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ।

ମୀନ ରାଶି -କୌଣସି ପ୍ରସଙ୍ଗକୁ ନେଇ ପାରିବାରିକ ସମସ୍ୟା ଦେଖାଦେଇପାରେ । ବାଧାବିଘନ୍ନ ଓ ସମସ୍ୟା ଲଗି ରହିବ । ନକାରାତ୍ମକ ଚିନ୍ତା ମନକୁ ଆସିବ ।ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କୌଣସି ସମସ୍ୟା ସୃଷ୍ଟି ହେବାର ସୂଚନା ରହିଛି।

Leave a Reply

Your email address will not be published. Required fields are marked *